Education

ଜିଲ୍ଲା ରେ ୨୫ଟି ଡିଜିଟାଲ ଡିସେନ୍‌ସାରିଗୁଡିକ ତ।ଲ।

ଜିଲ୍ଲା ରେ ୨୫ ଡିଜିଟାଲ ଡିସ୍ପେନ୍‌ସାରିରେ ତାଲା

ନବରଙ୍ଗପୁର,୧/୯

ନବରଙ୍ଗପୁର ଜିଲ୍ଲାରେ ସବୁବେଳେ ଡାକ୍ତର ଓ ବିଶେଷଜ୍ଞ ଅଭାବ। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଏନେଇ ୨୦୧୭-୧୮ରେ ଜିଲାରେ ୨୫ଟି ଡିଜିଟାଲ ଡିସେନ୍‌ସାରି ବିଭିନ୍ନ ପଞ୍ଚାୟତର ରାଜୀବ ଭବନରେ ଖୋଲାଗଲା। ଏବେ କିନ୍ତୁ ସେ ସବୁଡିଜିଟାଲ ଡିସେନ୍‌ସାରିରେ ତାଲା ଝୁଲୁଛି

କଲିକତାର ଘରୋଇ ସଂସ୍ଥା ଏକ ଗ୍ଲୋକାଲ ହେଲ୍‌ଥ କେୟାର ସିଷ୍ଟମ ପ୍ରାଇଭେଟ୍ ଲମିଟେଡ୍ ସମସ୍ତ ଡିଜିଟାଲ ଡିସେନ୍‌ସାରି ପରିଚାଳନା ପାଇଁ ଚୁକ୍ତି କଲେ। ୨୦୧୭-୧୮ ଓ ୨୦୧୮-୧୯ ପର୍ଯ୍ୟନ୍ତ ଠିକ୍ ଭାବେ ପରିଚାଳନା ହେଲା। ଜଣେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ନାମରେ ସଂସ୍ଥା ୨୧୭ ଟଙ୍କା ପାଉଥିଲେ। ଗୋଟିଏ ଗୋଟିଏ ଡିଜିଟାଲ ଡିସେନ୍‌ସାରି ସ୍ଥାପନ ପାଇଁ ୨୧ ଲକ୍ଷ ୫୦

ହଜାର ଟଙ୍କା ଖର୍ଚ୍ଚ କରାଗଲା। ଲାବ୍ଧ, ଇସିଜି, ଟେବୁଲ, ଚେୟାର, ଇଣ୍ଟରନେଟ୍ ଆଦି ସୁବିଧା ଯୋଗାଇ ଦିଆଯାଇଥିଲା। ଚୁକ୍ତି ଅନୁଯାୟୀ ସିକ୍ୟୁରିଟି ଟଙ୍କା ୩୩ ଲକ୍ଷ ୪୯ ହଜାର ୨୫୦ ଟଙ୍କା ସଂସ୍ଥା ଜମାକରି ନ ଥିଲା। ମାସିକ ପରିଚାଳନା ଅନୁଯାୟୀ ସଂସ୍ଥା ୮ ଲକ୍ଷ ୧୭ ହଜାର ୫୨୬ ଟଙ୍କା ନେଉଥିଲେ। ୨୦୧୯ ଡିସେମ୍ବର ୫ ପରେ ଆଉ ଚୁକ୍ତି ନବୀକରଣ ହୋଇପାରିଲା ନାହିଁ ଚୁକ୍ତି ବାବଦକୁ ରହିଥ‌ିବା ବକେୟା ଟଙ୍କା ସ୍ବାସ୍ଥ୍ୟ ବିଭାଗ କାଟି ଅନ୍ୟ ବକେୟା ଟଙ୍କା ପ୍ରଦାନ କରିଥିଲା । ପରେ ଜିଲ୍ଲାରେ ଡିଜିଟାଲ ଡିସେନ୍‌ସାରିଗୁଡିକରେ ତାଲା ଝୁଲିଲା। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଆଉ ମିଳିଲା ନାହିଁ| ୨୫ଟି ଡିଜିଟାଲ ଡିସେନ୍‌ସାରି ପାଇଁ ୩ କୋଟି ଟଙ୍କାରୁ ଉର୍ଦୁ ଅର୍ଥ ଖର୍ଚ୍ଚ କରାଯାଇ ଥିବା ବେଳେ ଏବେ ଏ ସମସ୍ତ ଆସବାବପତ୍ର, ବିଭିନ୍ନ ଉପକରଣ ସବୁ ଖତ ଖାଉଛି। ଏଭଳି ସଂସ୍ଥା ଜିଲା ସ୍ବାସ୍ଥ୍ୟ ବିଭାଗକୁ ଡିଜିଟାଲ

ସ୍ବାସ୍ଥ୍ୟ ବିଭାଗକୁ ହେଉନାହିଁ

ଖତ ଖାଉଛି ୩ କୋଟି ଟଙ୍କାର ସମ୍ପତ୍ତି

ହସ୍ତାନ୍ତର ପାଇଁ ଚିଠି କରାଯାଇଛି, ଚିଠି ପ୍ରତି ଗୁରୁତ୍ବ ନାହିଁ

ଡିସେନ୍‌ସାରିଗୁଡିକ ଆଉ ହସ୍ତାନ୍ତର କରିନାହାନ୍ତି । ଏନେଇ ସିଡିଏମ୍ଓ ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ କମିଟି ଗଠନ କରାଯାଇ ଗ୍ଲୋକାଲ ହେଲ୍‌ଥ କେୟାର ସିଷ୍ଟମ ପ୍ରାଇଭେଟ୍ ଲମିଟେଡ୍‌କୁ ସମସ୍ତ ଡିଜିଟାଲ ଡିସେନ୍‌ସାରି ହମ୍ଭ୍ରାନ୍ତର ପାଇଁ ଚିଠି କରାଯିବ। ପୂର୍ବରୁ ଅନେକ ଥର ଚିଠି ମଧ୍ୟ ହୋଇଛି| ଯଦି ହସ୍ତାନ୍ତର କରିବେ ନାହିଁ ତେବେ ଜିଲାପାଳଙ୍କ ଅନୁମତି ନେଇ କମିଟି ଗଠନ କରାଯାଇ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ନିଜ ଅକ୍ତିଆରକୁ ଅଣାଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨୦୧୧ ଜନଗଣନା ଅନୁଯାୟୀ ଜିଲାର ଜନସଂଖ୍ୟା ୨୦ ଲକ୍ଷ ୧ ହଜାର ୪୨୧ ହେବ। ସେସମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ୧୪.୫୩ ଓ ଜନଜାତି ୫୫.୭୯ ପ୍ରତିଶତ ରହିଛନ୍ତି। ୧୮୯ ପଞ୍ଚାୟତ ୮୯୪ ରାଜସ୍ବ ଗାଁ ରହିଛି।

ତେବେ ଏହିଭଳି ଏକ ଜିଲାରେ ବିଶେଷଜ୍ଞ ଓ ଡାକ୍ତର ଅଭାବ, ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ ପଦବୀ ଖାଲି ପଡ଼ିବା ଯୋଗୁ ଲୋକଙ୍କୁ ସ୍ବାସ୍ଥ୍ୟସେବା ମିଳୁନାହିଁ। ନବରଙ୍ଗପୁର ଜିଲାରେ ୪୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୧୦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଇମରକୋଟ ଏସ୍‌ଡିଏନ୍‌ଓ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ରହିଛି।

ଜିଲ୍ଲାରେ ୬୮ ବିଶେଷଜ୍ଞ ଡାକ୍ତର ମଧ୍ୟରୁ ୫୩ ପଦବୀ ଖାଲି ପଡ଼ିଛି I ସେହିଭଳି ୩୦୭ଡାକ୍ତର ପଦବୀ ମଧ୍ୟରୁ ୧୨୭ ପଦବୀ ଖାଲି ପଢ଼ିଛି। ୪୦୧ ନସିଂ ପଦବୀରୁ ୯୪, ଲାବ୍‌ ଟେକ୍ନିସିଆନ୍ ୪୧ରୁ ୨୩, ରେଡିଓଗ୍ରାଫର ୧୮ରୁ ୧୦, ମହିଳା ସ୍ବାସ୍ଥ୍ୟକର୍ମୀ ୫୨୦ରୁ

୧୦୮, ପୁରୁଷ ସ୍ବାସ୍ଥ୍ୟ କର୍ମୀ ୪୭୩ରୁ ୩୬୧, ଫାର୍ମାସୀ ଅଫିସର ୧୨୦ରୁ ୬୨, ଏମ୍‌ପି ଏକ ଏସ୍(ମହିଳା) ୧୨୨ରୁ ୧୦୬, ଏମ୍‌ପି ଏକ ଏସ୍(ପୁରୁଷ ) ୧୦୪ରୁ ୬୭, ପିଏନ୍‌ଇଓ ୧୦ରୁ ୬, କିରାଣି ୨୫ରୁ ୧୩ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ୨୨୯ରୁ ୪୦ ପଦବୀ ଖାଲି ପଢ଼ିଛି। ଏସମସ୍ତ କର୍ମଚାରୀଙ୍କ ପଦବୀକୁ ଯୋଡ଼ିଲେ ଜିଲାର ୮୯୦ ପଦବୀ ଖାଲି ପଡ଼ିଛି । ସେହିଭଳି ଡାକ୍ତର ଓ ବିଶେଷଜ୍ଞ ୧୮୦ ପଦବୀ ଖାଲି ପଡ଼ିଛି। ଏତେ ସଂଖ୍ୟକ ବିଭିନ୍ନ ବର୍ଗର ପଦବୀ ଖାଲି ପଡ଼ିଥିବା ବେଳେ ଜିଲାରେ ସ୍ବାସ୍ଥ୍ୟସେବା କିଭଳି ପରିସ୍ଥିତିରେ ରହିଛି ତାହା ସାଧାରଣରେ ଅନୁମେୟ। କମ୍ ସଂଖ୍ୟକ କିରାଣିରେ ଚାପରେ କାମ ଚାଲିଛି । ତେବେ ଜିଲାରେ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ରୋଗୀ ଜିଲା ସଦର ମହକୁମା ଡାକ୍ତରଖାନା ଉପରେ ଭରସା କରୁଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button