Education

ଆଳୁ ଚାଷୀ ଙ୍କୁ ମିଳୁନି ରିହ।ତି

ଆଳୁ ଚାଷୀଙ୍କୁ ମିଳୁନି ରିହାତି

ନବରଙ୍ଗପୁର,୨/୯: ଜିଲ୍ଲାରେ ଆଳୁ ଅମଳ ସରିବାର ମାସେ ବିତିଲାଣି କିନ୍ତୁ ଏଯାଏଁ ଚାଷୀଙ୍କୁ ସବ୍‌ସିଡ ଟଙ୍କା ମିଳିନି। ଫଳରେ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୪-୨୫ କୃଷି ବର୍ଷରେ ଜିଲ୍ଲାରେ ୧୬୦ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିଲା। ୨୦୨୫-୨୬ କୃଷି ବର୍ଷରେ ୧୦ଟି ବ୍ଳକର ୪୨୦୦ ଚାଷୀ ୫୯୫ ହେକ୍ଟର ଜମିରେ ଚାଷ କରିଛନ୍ତି। କେଉଁ ଚାଷୀ ୧୫ ସେଣ୍ଟ, ଆଉ କିଏ ଅଧ ଏକରରେ ଚାଷ କରିଛନ୍ତି। ଜିଲ୍ଲାର ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ନବରଙ୍ଗପୁର ବ୍ଲକର ସିନ୍ଧିଗୁଡା, ସିନ୍ଧିଗାଁ, ସରୁଗୁଡାର ମଦନା ମାଳି, ଅର୍ଜୁନ ଗୌଡ଼, ପ୍ରଦୀପ ମାଳି, ଚୈତନ୍ୟ ମାଳି, ଭଗବାନ ମାଳି, ପୁରୁଷୋତ୍ତମ ମାଳି ପ୍ରମୁଖ ୨୦୨୪ ଡିସେମ୍ବରରେ ବିଭାଗ ପକ୍ଷରୁ ଆଳୁ ବିହନ ସଂଗ୍ରହ କରି ଚାଷ କରିଥିଲେ । ଅଢ଼େଇ ମାସରୁ ୩ ମାସ ମଧ୍ୟରେ ଆଳୁ ଅମଳ ହୋଇଥିଲା | କିନ୍ତୁ ଏପର୍ଯ୍ୟନ୍ତ ସବ୍‌ସିଡି ମିଳିନଥିବା ଅଭିଯୋଗ ଚାଷୀ କରିଛନ୍ତି । ଚାଷୀ ଉଦ୍ୟାନ ବିଭାଗରୁ ୪୨ଟଙ୍କାରେ ଆଳୁ ବିହନ କ୍ରୟ କରିଥିବା ବେଳେ ସବସିଡ ବାବାଦ ୩୨ ଟଙ୍କା ଚାଷୀଙ୍କୁ ମିଳିପାରିନି। ଜିଲ୍ଲାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀଙ୍କ ସଂଖ୍ୟା ବଢ଼ିଛି। ଉତ୍ପାଦନ ମଧ୍ୟ ବଢ଼ିଛି। ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ସମେତ ବିଭିନ୍ନ ଫସଲ ପାଇଁ ଚାଷୀଙ୍କୁ ସହାୟତା ଦିଆଯାଉଛି। ବିଭାଗରେ କର୍ମଚାରୀ ଅଭାବରୁ ଚାଷୀଙ୍କ କାଗଜପତ୍ର ସଂଗ୍ରହ ହୋଇପାରିନି। ଜିଲ୍ଲା ଉଦ୍ୟାନ ବିଭାଗରେ ୩୦ କର୍ମଚାରୀଙ୍କ ବଦଳରେ ମାତ୍ର ୧୦ଜଣ କାମ କରୁଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button