
ମାଲକାନଗିରି, ୦୧/୦୯: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ପବିତ୍ର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବେଶ ଧୂମଧାମ ର ସହ ପାଳିତ ହୋଇଯାଇଛ।
ଏହି ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ନଗରପାଳ ପ୍ରଦୀପ କୁମାର ନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ଆଜି ପ୍ରାତଃରୁ ରାମଧୂନ,ପ୍ରଭାତ ଫେରି ସହ ସକାଳ ୮ ଘଟିକା ସମୟରେ ଏନଏସି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବାଲିମେଳା ଏନଏସିର ଉପାଧ୍ୟକ୍ଷା ରଶ୍ମିତା ବାଙ୍କା, କାଉନସିଲର ବିମଲ ବେହେରା,ମନୋଜ ଦେବ ପାଙ୍ଗି, , ଦେବେନ୍ଦ୍ର କୁମାର ଦାସ,ସୁନିତା ଗୁରୁ, ତୁଳାମଣି ଛତି, କୃଷ୍ଣ ବାଘ,ପୁଷ୍ପାଞ୍ଜଳି ଚାଲାଣ,ଜ୍ୟୋତି ରାଣୀ ପଣ୍ଡା,ମଙ୍ଗୁଳି ହିଆଲଙ୍କ ସମେତ ବାଲିମେଳା ଏନଏସିରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ, ସ୍ଵଚ୍ଛସାଥୀ,ସ୍ଵଚ୍ଛକର୍ମୀ, ଏବଂ ବାଲିମେଳା ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହାପରେ ବାଲିମେଳା ସହରରେ ଥିବା ଗୋପବନ୍ଧୁଙ୍କୁ ପ୍ରତିମୂର୍ତ୍ତିରେ ସମସ୍ତେ ମାଲ୍ୟାର୍ପଣ କରିଥିଲେ।ଜରା ନିବାସ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ବଣ୍ଟନ ଏବଂ ଅନାଥ ଆଶ୍ରମରେ ଥିବା ଅନ୍ତେବାସୀଙ୍କୁ ଖଟ ବଣ୍ଟନ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରରେ ବାଲିମେଳା ସହରରେ କରାଯାଇଥିବା ପରିମଳ ବ୍ୟବସ୍ଥା ଓ ସ୍ଵଚ୍ଛତାକୁ ନେଇ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ ଘଣ୍ଟିକା ସମୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ନବ ନିର୍ମିତ ହୋଇ ଥିବା ନୂତନ ପ୍ୟାଣ୍ଡେଲ ଠାରେ ବାଲିମେଳା ସହର ପରିସରରେ ଥୁବା ପ୍ରତ୍ୟେକ ବିଦ୍ୟାଲୟ ର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏବଂ ସନ୍ଧ୍ୟା ସମୟରେ ନୂତନ ପ୍ୟାଣ୍ଡେଲ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନଗରପାଳ ପ୍ରଦୀପ କୁମାର ନାୟକ, ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କ ସମେତ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, କୋରୁକୋଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅକ୍ଷୟ କୁମାର ବିଶ୍ୱାଳ ,ବାଲିମେଳା ସହରର ବିଧାୟକ ପ୍ରତିନିଧି ଇସାକ ଖୋସଲା,ଉପାଧ୍ୟକ୍ଷା ରଶ୍ମିତା ବାଙ୍କାଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।ଏହି ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ନୃତ୍ୟ, ସଂଗୀତ ଆଦି ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ, ମହିଳାଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।ଅଞ୍ଚଳର ବରିଷ୍ଠ ସାମ୍ବାଦିକ ମାନଙ୍କୁ ସନ୍ନମାନିତ କରାଯାଇଥିଲା।
ଏବଂ ଆସନ୍ତା ୫ତାରିଖ ଦିନ ରାଷ୍ଟ୍ରପତି ଙ୍କ ଠାରୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରାପ୍ତ ବିବେଜିତ ଶିକ୍ଷୟ ବସନ୍ତ ରଣା ଙ୍କୁ ମଧ୍ୟ ମାନପତ୍ର ଦେଇ ସନ୍ନମାନିତକରାଯିବା ସହିତ ସ୍ଥାନୀୟ ବିଜେଡି,ନଗର ସଭାପତି ରାଜେନ୍ଦ୍ର କୁଳଦୀପ ବିଜେପି ନଗର ସଭାପତି ସିମାଞ୍ଚଳ ପ୍ରଧାନ ଓ କଂଗ୍ରେସ ର ନଗର ସଭାପତି ସୁରେଶ ଖୋସଲା ଙ୍କୁ ସନ୍ନମାନିତ କରାଯାଇଥଲା।
ସହରବାସୀଙ୍କ ମନୋରଞ୍ଜନ ପାଇଁ ଏନଏସି ପକ୍ଷରୁ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବାଲିମେଳା ସହର ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ବେଶ୍ ଉପଭୋଗ କରିଥିଲେ।ଆଜିର ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ସୁଭାଶିଷ କର ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।