Education

ସରକାରୀ ବସ୍ କଣ୍ଡକ୍ଟର ଙ୍କ ମହ।ନତ। ଯାତ୍ରୀଙ୍କୁ ଫେରାଇ ଲେ ସୁନ। ଓ ଟଙ୍କା

ସରକାରୀ ବସ୍ କଣ୍ଡକ୍ଟରଙ୍କ ବଦାନ୍ୟତା

ଯାତ୍ରୀଙ୍କୁ ଫେରାଇଲେ ଟଙ୍କା ଓ ସୁନା

ତେନ୍ତୁଳିଖୁଣ୍ଟି, ୧/୯:

ଯାତ୍ରୀଙ୍କୁ ହଜି ଯାଇଥିବା ଟଙ୍କା ଓ ସୁନା ବା ମନିପର୍ସ ଫେରାଇ ସନ୍ତୋଟ୍ଟତାର ପରିଚୟ ଦେବା ଦବା ସହ ବଦାନ୍ୟତା ଦେଖାଇଛନ୍ତି ସରକାରୀ ବସ୍ କଣ୍ଡକ୍ଟର। ଭୁବନେଶ୍ବରରୁ ଇନ୍ଦ୍ରାବତୀ ଚଳପ୍ରଚଳ କରୁଥିବା ଭ ଭଲ୍‌ଭୋ ବସ୍ କଣ୍ଡକ୍ଟର ଦେବରାଜ ପାଣିଗ୍ରାହି ଆଜି ଆ ଗାଡ଼ି ମଧ୍ଯରୁ । ମିଳିଥିବା ୮ ହଜାର ଟଙ୍କା ଓ ସୁନା ଗହଣା ଥୁବା ମନିପର୍ସ ବସ୍ ରହଣୀ କରୁଥିବା ବରାଳ ଭବନ ମାଲିକ ତଥା ସମାଜସେବୀ ସାଧୁ ସୁଦନ ବରାଳଙ୍କ ଜିମା ଦେଇଥିଲେ | ତେବେ ଭୁବନେଶ୍ଵରରୁ ଆସି

ଇନ୍ଦ୍ରାବତୀରେ ପହଞ୍ଚିଥ‌ିବା ଗଣମାଧ୍ୟମ ପ୍ରତିନିଧ୍ ପୃଥୁରାଜ ପାଇକରାୟ ହଜିଥିବା ମନିପର୍ସ ସଂପର୍କରେ ଖୋଜା ଖୋଜି କରି

ନ ପାଇ ବ୍ଯସ୍ତ ହୋଇଥିଲେ। ସଂପୃକ୍ତ ବସ୍ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଥ‌ିବା ସମୟରେ ବସ୍ ନିକଟରେ ପହଞ୍ଚି କଣ୍ଡକ୍ଟର ଶ୍ରୀ ପାଣିଗ୍ରାହୀ, ହୀ, ବସ୍ ଚାଳକ ସନାତନ ମୁଦୁଲି ଓ କାହ୍ନୁ ଚରଣ ପାଢ଼ୀଙ୍କ ଉପସ୍ଥିତିରେ ସମାଜସେବୀ ସାଧୁ ସୁଦନ ବରାଳଙ୍କ ଠାରୁ ଫେରି ପାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ସରକାରୀ ବସ୍ କଣ୍ଡକ୍ଟର ଓ ଚାଳକ ନିଜ ସାଧୁତାର ପରିଚୟ ଦେବା ସହ ଅନ୍ୟ ପାଇଁ ପ୍ରେରଣା ହୋଇଛନ୍ତି। ତାଙ୍କର ଏହିଭଳି ସଜୋଟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button