Education

ହ।ତୀ ଗଁ। ହ।ଟରେ ବଗଂଳୀ ବୋପ।ରୀ ଙ୍କୁ ମନ।

ହାତୀଗାଁ ହାଟରେ ବଙ୍ଗାଳୀ ବେପାରୀଙ୍କୁ ମନା

୨୦୦୧ ଗଣ୍ଡଗୋଳର ହେବ ପୁନରାବୃତ୍ତି

ରାଇଘର, ୧/୯: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ପଞ୍ଚାୟତ ସଦରରେ ହେଉଥିବା ସାପ୍ତାହିକ ହାଟରେ ବଙ୍ଗାଳୀ ବେପାରୀଙ୍କୁ ମନା କରାଯାଇଛି । ଆଜି ହାତୀଗାଁ ସାପ୍ତାହିକ ହାଟରେ ବଙ୍ଗାଳୀ ବେପାରୀ ବସୁଥିବା ଜାଗା ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆଜି ହାଟରେ ବଙ୍ଗାଳୀ ବ୍ୟବସାୟୀଙ୍କୁ ବାରଣ ହେବା ପରେ ଏକତ୍ରିତ ହୋଇ ପ୍ରତିବାଦ ପାଇଁ ଅଣ୍ଟା ଭିଡୁଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ୨୦୦୧ ମସିହାରେ ହୋଇଥିବା ଆଦିବାସୀ ଓ ବଙ୍ଗାଳୀ ସାମ୍ପ୍ରଦାୟିକ ଗଣ୍ଡଗୋଳର ପୁନରାବୃତ୍ତ ହୋଇପାରେ ବୋଲି ଆଲୋଚନା ହେଉଛି। ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ହାତୀଗାଁରେ ପ୍ରତି ଶନିବାର

ଦିନ ସାପ୍ତାହିକ ହାଟ ବସୁଛି । ଏହି ହାଟ ଉପରେ ଆଖପାଖ ଅଞ୍ଚଳ ତଥା ସୀମାନ୍ତରେ ଥିବା ଛତିଶଗଡ଼ର ଲୋକେ ନିର୍ଭର କରିଥାନ୍ତି | ଏପରିକି ବଙ୍ଗାଳୀ ଗ୍ରାମ ଭାବେ ପରିଚିତ କୁସୁମପୁର (ଡିଏନକେ), ସୋନେପୁର (ଡିଏନକେ) ଓ ନାକଟିସିମଡ଼ା (ଡିଏନକେ) ଗ୍ରାମର ଲୋକେ ମଧ୍ୟ ଏହି ହାଟ ଉପରେ ନିର୍ଭର କରିଥାନ୍ତି | କିନ୍ତୁ କିଛିଦିନ ପୂର୍ବେ ହାତୀଗାଁର ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ କୁସୁମପୁର (ଡିଏନକେ)

ଭାଟିରୁ ଗ୍ରାମର କିଛି ଲୋକ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ପରେ ହାତୀଗାଁ ଗ୍ରାମବାସୀ ଏଭଳି ନିଷ୍ପତ୍ତା ନେଇଥିବା ଜଣାପଡ଼ିଛି। ହାତୀଗାଁର ଟ୍ରାକ୍ଟର ଡ୍ରାଇଭର କିଛିଦିନ ପୂର୍ବେ କୁସୁମପୁର (ଡିଏନକେ) ଗ୍ରାମକୁ ବାଲି ଛାଡ଼ି ଫେରିବା ସମୟରେ ଏକ ଇଟା ଇଟା ନେଇ ଆସୁଥିବା ବେଳେ ଉକ୍ତ ଗ୍ରାମର କିଛି ଲୋକ ତାଙ୍କୁ ଅଟକାଇ ମାରପିଟ୍ କରିଥିବା ହାତୀଗାଁ ଗ୍ରାମବାସୀଙ୍କୁ ଜଣାଇଥିଲେ | ଏହି ଘଟଣାକୁ ନେଇ ହାତୀଗାଁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ହାତୀଗାଁକୁ ବଙ୍ଗାଳୀ ଲୋକେ ଯିବାଆସିବା କରିପାରିବେ କିନ୍ତୁ ସାପ୍ତାହିକ ହାଟରେ ଆଉ ବ୍ୟବସାୟ କରିପାରିବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତ ନେଇଛନ୍ତି |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button