Education

ସ।ନଭ।ଇ ଠେଗଂ। ମ।ଡରେ ବଡ଼ଭାଇର ମୃତ

ସାନଭାଇର ଠେଙ୍ଗାମାଡ଼ରେ ବଡ଼ଭାଇ ମୃତ

ସଲପ ଗଛକୁ କେନ୍ଦ୍ରକରି ହତ୍ୟାକାଣ୍ଡ

ନନ୍ଦପୁର / ପାଡ଼ୁଆ,୧/୯

କୋରାପୁଟ ସ୍ଫୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡ଼ୁଆ ଥାନା ଅଧୀନ କସନ୍ଦି ପଞ୍ଚାୟତର ରୂଢିଚୁଆ ଗ୍ରାମରେ ସାନଭାଇର ଠେଙ୍ଗାମାଡ଼ରେ ବଡ଼ ଭାଇଙ୍କ ରବିବାର ମୃତ୍ୟୁ ହୋଇଛି। ମୃତକ ହେଲେ ଜୟରାମ ପାଙ୍ଗୀ(୩୮)। ଏ ନେଇ ଜୟରାମଙ୍କ ସ୍ତ୍ରୀ ମଣି ପାଡୁଆ ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ଏତଲା ଅନୁଯାୟୀ, ଅଗଷ୍ଟ ୨୨ରେ ନିଜ ବାଡ଼ରେ ଥିବା ସଲପଗଛକୁ କେନ୍ଦ୍ରକରି ଜୟରାମ ଓ ତାଙ୍କ ସାନ ଭାଇ ରାମ ପାଙ୍ଗୀ(୩୫)ଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଇ ରାମ ଜୟରାମଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଜୟରାମ କ୍ଷତାକ୍ତ ହୋଇ ତୁଷାର ନାନ୍ତ ମସ୍ତ ହଉଥିଲେ। ଶନିବାର ଗୁରୁତର ହେବାରୁ ତାଙ୍କୁ ସ୍ତ୍ରୀ ଓ ସାନ ଭାଇ ପ୍ରଥମେ ନନ୍ଦପୁର

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ଚିକିତ୍ସା ପାଇଁ ନେଇଥିଲେ। ମୁଣ୍ଡରେ ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବିଶାଖାପାଟଣା ରଫର କରିଥିଲେ। ପରିବାର ଲୋକେ ରାମଙ୍କୁ ପ୍ରସ୍ତୁତି ପାଇଁ ଘରକୁ ଫେରାଇ ଆଣି ।ଣିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। 68 ନେଇ ଜୟରାମଙ୍କ ସ୍ତ୍ରୀ ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେସ୍‌ ନଂ. ୧୦୦/୨୫ରେ ମାମଲା ରୁଜୁ କରାଯାଇଛି। ପାଡୁଆ ଥାନାଧ୍କାରୀ ଅଶୋକ କୁମାର ବିଷୋୟୀ, ନନ୍ଦପୁର ଥାନାଧ୍କାରୀ ମମତା ପଣ୍ଡା, ଏସ୍‌ଆଇ ହୃଷୀକେଶ ବେନିଆ, ଏସ୍‌ଆଇ ଟୁନା ଶବର ଓ ସୁରେନ୍ଦ୍ର ସେଠୀ ପ୍ରମୁଖ ରବିବାର ଅପରାହ୍ନରେ ରୂଢିଚୁଆ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତଦେହ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶବଗୃହରେ ରଖାଯାଇଛି ରାମଙ୍କୁ ଅଟକ ରଖ୍ ପଚରାଉଚରା କରାଯାଉଛି। ସୋମବାର ଜିଲା ପୋଲିସର ବୈଷୟିକ ଟିମ୍ ଗାଁରେ ତଦନ୍ତ କରିବା ସୂଚନା ମିଳିଛି। ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ମୃତଦେହ ବ୍ୟବଚ୍ଛେଦ କରିବେ ବୋଲି ଥାନାଧ୍କାରୀ ବିଷୋୟୀ ସୂଚନା ଦେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button