Education

ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶୀ ସ।ଥୀ ମ।ନସୀ

ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ମାନସୀ

ଜୟପୁର,୧/୯ : କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ଭାବେ ମାନସୀରାଣୀ ମହାନ୍ତିଙ୍କୁ ଚୟନ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବିଶ୍ଵବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଗଠନ କରାଯାଇଛି। ବିଶ୍ବବିଦ୍ୟାଳୟର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଙ୍କ ମଧ୍ୟରେ ଏକ ଚୟନ ପ୍ରକ୍ରିୟା କ୍ରିୟା ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ବିଭାଗରୁ ଜଣେ ସ୍ନାତକ ଛାତ୍ରୀ । ଓ ଜଣେ ସ୍ନାକ୍ରୋତ୍ତର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ପର୍ଯ୍ୟାୟରେ ଯରେ ଛାତ୍ର ଛାତ୍ରୀଙ୍କ ମେଧା, ନେତୃତ୍ବ ନେବାର ଦକ୍ଷତା, ସମସ୍ଯାକୁ ଉପସ୍ଥାପନା କରିବାରୁ ନାରୁ ଯୋଗ୍ୟତା, ଉପସ୍ଥିତ ବୁଦ୍ଧି, ସାଧାରଣଜ୍ଞାନ ଆଦି ପରୀକ୍ଷା କରାଯାଇଥିଲା। ଅଭ୍ୟନ୍ତରୀଣ ଅଭିଯୋଗ କମିଟିର ସଂଯୋଜିକା ଡ. ସାଗରିକା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚୟନ ପ୍ରକ୍ରିୟାରେ ସ୍ନାତକୋତ୍ତର ପରିଷଦର ନିର୍ଦ୍ଦେଶକ ଡ. ପ୍ରଶାନ୍ତ ପାତ୍ର, ଉଚ୍ଚମାଧ୍ଯମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଲକ୍ଷ୍ମଣ ପାତ୍ର, ମାନବସମ୍ବଳ ବିକାଶ ପରିଷଦର ଦେବଦତ୍ତ ଇନ୍ଦୋରିଆ, ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡ. ଅରୁଣ ରାଜ ପ୍ରମୁଖ ସାମିଲ ହୋଇଥିବା ବେଳେ ବିଚାରକ ଭାବେ ଯୌନ ଉପୀଡନ ସେଲ୍‌ର ଶକ୍ତିଶ୍ରୀ ସନ୍ତୋଷୀ ନାୟକ, ପଲ୍ଲବୀ ନାୟକ, କ୍ରୀଷ୍ଣା ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୁଖ ଦାୟିତ୍ବ ରହିଥିଲେ । ସେହିପରି ଶକ୍ତିଶ୍ରୀ ପ୍ରତିନିଧୂ ଭାବେ ସ୍ନିଗ୍ଧାସୁମନ ସାହୁ, ବିଷ୍ଣୁପ୍ରିୟା ସ୍ବାଇଁ, ଶୁଭଶ୍ରୀ ବିଶ୍ଵାଳ, ମନ୍ଦିରା ସରକାର, ପ୍ରଣତି ପାଣିଗ୍ରାହୀ, ମନୀଷା ଚିଚୁଆନ, ସୁଚିତ୍ର ପଟ୍ଟନାୟକ, ୟାମିନୀ ପଟ୍ଟନାୟକ, ପ୍ରିଦର୍ଶିନୀ ଚେ?ଧୁରୀ, ଶର୍ମିଷ୍ଠା ପଲେଇ, ସ୍ମୃତିମେଧା ମିଶ୍ର, ଅଞ୍ଜଳି ଶତପଥୀ, ଶୁଭଶ୍ରୀ ବିଶ୍ଵାଳ, ପ୍ରିୟଙ୍କା ପାତ୍ର, ଅଲିଭା ସ୍ବାଇଁ, ପ୍ରେମିକା ଲୋ, ବେବି ଜାଲ, ପ୍ରିୟଙ୍କା ଶତପଥୀ, ସ୍ନେହାରାଣୀ ଖେମୁଣ୍ଡୁ, ଶୁଭସ୍ମିତା ଷଡଙ୍ଗୀ, ପ୍ରତୀଷା ସାହୁ, ସୁରଭି ରଥ, ପ୍ରିୟଙ୍କା ସାବତ, କଶିଶ ପାତ୍ର ପ୍ରମୁଖଙ୍କୁ ଶ୍ରେଣୀ ପ୍ରତିନିଧ୍ ଭାବେ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ସୁକାନ୍ତି ସୟ ପରିଚାଳନା କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button