DistrictNawarangpur

କ୍ଷତ୍ରିୟ ସମାଜ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକର୍ତ୍ତା ଚୟନ ଓ କମିଟି ଗଠନ ହେଲା

ନବରଙ୍ଗପୁର, ୩୧/୦୮: ଡାବୁଗାଁ ଥାନା ଅନ୍ତର୍ଗତ ଚାରଗାଁ ଠାରେ ନବରଙ୍ଗପୁର ଜିଲ୍ଲା କ୍ଷତ୍ରିୟ ସମାଜ କାର୍ଯ୍ୟକର୍ତ୍ତା ଚୟନ ଓ କମିଟି ଗଠନ କରାଯାଇଛି। ଏହି ଅବସରରେ ଚକ୍ରଧର ସିଂ ଙ୍କୁ ଜିଲ୍ଲା ସଭାପତି ଓ ଜୟନ୍ତ କୁମାର ପାତ୍ର ଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ (ସଂଗଠନ) ଭାବେ ମନୋନୀତ କରାଯାଇଛି। କାର୍ଯକାରୀ ସଭାପତି ଭାବେ ଧନେଶ୍ଵର ସିଂ, ଉପ ସଭାପତି ଭାବେ ସୁରେନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ପାଣ୍ଡେ, ସଦନ ନାୟକ, ମନମୋହନ ସିଂ, କାର୍ତ୍ତିକ ଦାସ, ହରିହର ଧାକଡ, ସଂପାଦକ ଭାବେ ଲକ୍ଷ୍ମଣ ସିଂ, ମହେଶ୍ୱର ନାୟକ, ବିଭୁତି ନାୟକ, କୋଷାଧ୍ୟକ୍ଷ ଭାବେ ଭିକାରୀ ଚରଣ ନାୟକ, ସଂଯୋଜକ ଭାବେ ବଳିରାମ ସିଂ, ସହ ସଂଯୋଜକ ଭାବେ ସୁମିତ ସିଂ ଠାକୁର, ପ୍ରଜେକ୍ଟ ଲିଡର ଭାବେ ତ୍ରୀନାଥ ସିଂ ଙ୍କୁ ଦାୟିତ୍ଵ ପ୍ରଦାନ କରା ଯାଉଛି।

କମିଟି ରେ ବାର ଜଣ ମାର୍ଗଦର୍ଶକ ମଣ୍ଡଳୀ ରେ ସ୍ଥାନ ପାଇଥିବା ସ୍ଥଳେ କାର୍ଯ୍ୟକାରିଣୀ ରେ ଦଶ ଜଣଙ୍କୁ ମନୋନୀତ କରା ଯାଇଛି। ଏହି ଅବସରରେ ରମେଶ ପାତ୍ର, ଲମେନ୍ ଭୁକ୍ତା, ବିପିନ ଭୁକ୍ତା, ଦିପକ ସିଂ, ରବି ସିଂ, ଟିବୁ ଧାକଡ, ବନମାଳୀ ନାୟକ, ଅମର ସିଂହ, ଦେବେନ୍ଦ୍ର ସିଂ, ସନ୍ତୋଷ କୁମାର ସିଂ, ପ୍ରତାପ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଗ୍ରାମରୁ ପ୍ରାୟ ୩୦୦ ପ୍ରମୁଖ କାର୍ଯ୍ୟକର୍ତ୍ତା ଆସିଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଠକରେ ସୁରେନ୍ଦ୍ର ନାୟକ ଓ ଜୟନ୍ତ ପାତ୍ର ସମସ୍ତ ଙ୍କୁ ଏକ ହେବା ପାଇଁ ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button