District
ପାରଳାଖେମୁଣ୍ଡି ସ୍ଥିତ ହିତ୍ୟେଷିଣି ସଭା ଗୃହରେ ଗଜପତି ନାଗରିକ ମଞ୍ଚର ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ।

ପାରଳାଖେମୁଣ୍ଡି, ୩୧/୦୮: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଭଣ୍ଡାରି ସାହି ସ୍ଥିତ ଉତ୍କଳ ହିତ୍ୟେଷିଣି ସଭା ଗୃହରେ ଆଜି ଗଜପତି ନାଗରିକ ମଞ୍ଚର ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ଗବେଷକ ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଶ୍ୱିନୀ କୁମାର ପାଢୀ, ଦିଗ ବିଜୟ ନାଥ ପାଢୀ, ସୁରେଶ ମହାରଣା, ରାଜ କିଶୋର ପାଣିଗ୍ରାହୀ ଏବଂ ସାରଳା ଦେବ ପଟନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଜିଲ୍ଳାର ବିକାଶ କୁ ନେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ବିଶେଷ ଭାବେ ବିକଶିତ ଓଡ଼ିଶା ୨୦୩୬, ଗଜପତି ଜିଲ୍ଲା ର ବିକାଶ ର ନକ୍ସା ପ୍ରସ୍ତୁତ ପୂର୍ବକ ଏକ ପୁସ୍ତକ ଟି ର ଉନ୍ମୋଚନ ହୋଇଥିଲା। ଏହି ଅବସରରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ନିଜ ନିଜର ବିଚାର ଏବଂ ପରାମର୍ଶ ପ୍ରଦାନ କରିଥିବା ବେଳେ ବିକଶିତ ଓଡ଼ିଶା ଗଠନରେ ଗଜପତି ର କିପରି ବିକାଶ ହୋଇ ପାରିବ ଶେ ନେଇ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ଆଜି ଦୁଇଟା ବେଳେ କହିଛନ୍ତି।