District

ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅଂଚଳରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ମାମଲାରେ ଦୁଇ ଅଟକ

ପାରଳାଖେମୁଣ୍ଡି, ୩୧/୮: ଗଜପତି ଜିଲ୍ଲାରେ ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରିଥିବା ମାମଲାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଯେ,ଆର. ଉଦୟଗିରି ଥାନା ପୁରୁଣାପାଣି ପଞ୍ଚାୟତ କଦମୁଳି ଗାଁରେ ଜଣେ ବୃଦ୍ଧଙ୍କୁ କିଛି ଯୁବକ ପଥର ଛେଚି ହତ୍ୟା କରିଛନ୍ତି । ମୃତ ବୃଦ୍ଧ ଜଣକ ହେଲେ ଦିଗପହଣ୍ଡି ଥାନା ଖମ୍ବାରିଗାଁ ଶଙ୍କରଖାଳି ଗାଁର ଶିବ ନାୟକ (୫୫) ।

ତାଙ୍କୁ ଗତ ୪ ଦିନ ତଳେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଖବର ପାଇ ଆର. ଉଦୟଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କଦମୁଳି ଗାଁ ନିକଟସ୍ଥ ଜଙ୍ଗଳରୁ ମୃତଦେହ ଜବତ କରିବା ସହ କଦମୁଳି ଗାଁର ୨ ଜଣ ଅଟକ ରଖ୍ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଶ୍ୱିନୀ ଭିତ୍ରୀୟା ଆମ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ଶଙ୍କରଖାଳି ଗାଁର ଶିବ ନାୟକ ଗତ ତିନିଦିନ ତଳେ କୌଣସି କାମରେ କଦମୁଳି ଗାଁକୁ ଯାଇଥିଲେ ।

ତେବେ ସନ୍ଧ୍ୟାରେ ସେ ଆଉ ଘରକୁ ଫେରିନଥିଲେ । ତାଙ୍କୁ କିଛି ଲୋକ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଶନିବାର ଆର. ଉଦୟଗିରି ଥାନା ପୁଲିସ କଦମୁଳି ଗାଁରେ ପହଞ୍ଚ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି. ଏହି ଘଟଣାରେ କଦମୁଳି ଗାଁର ୨ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାଯାଇଛି।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button