ବାଇପାସ ରାସ୍ତାରେ ଆଉ କେତେ ମୁଣ୍ଡ ଗଡ଼ିବ
ବାଇପାସ୍ ରାସ୍ତାରେ ଆଉ କେତେ ମୁଣ୍ଡ ଗଡ଼ିବ
ଗୁଣୁପୁର,୩୧/୮: ମରଣଯନ୍ତା ପାଲଟିଛି ଗୁଣୁପୁର ବାଇପାସ ରାସ୍ତା । ଦିନକୁ ଦିନ ମୃତକ ଓ ଆହତଙ୍କ ସଂଖ୍ୟା ବଢି ବାକୁ ଲାଗିଛି। ପୂର୍ତ୍ତ ବିଭାଗ ଏ ଦିଗରେ ତତ୍ପରତା ପ୍ରକାଶ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛନ୍ତି । ଠିକାଦାର ଏବଂ ପୂର୍ତ୍ତ ବିଭାଗ ମଧ୍ୟରେରେ ମଧୁଚନ୍ଦ୍ରିକା ଯୋଗୁଁ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଆହତ ହେଲେଣି। ଶୁକ୍ର ବାର ରାତିରେ ବାଇପାସ୍ ରାସ୍ତା ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ମାଧବ ଶବର ନାମକ ଏକ ପୁଲିସ କନେଷ୍ଟବଳଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ
ଓ ଏପି ଏଫ୍ କନଷ୍ଟେବଳ ଜଣକ ଗୁଣୁପୁର ଆଦର୍ଶ ଥାନାରେ କାର୍ଯ୍ୟରତ ଥିଲେ । ସେ ରାତ୍ର ଡିଉଟି ସାରି ନିଜ ଘର ନାଇରାକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ଘଟଣାସ୍ଥଳରେ ଗୁରୁତ୍ବର ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ଓ ପୁଲିସ୍ ସହାୟତାରେ ପିସିଆର୍ ଯୋଗେ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପର୍ଶ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ବାଇପାସ ରାସ୍ତାରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଓ ଗୁଣୁପୁର ଆଇଆଇସି କେ କେ ବିକେ କହଁର ପହଁଚିଥିଲେ।
ସ୍ଥାନୀୟ ଲୋକ ବିଧାୟକଙ୍କୁ କାମ ବିଳମ୍ବ ହେଉଥିବାରୁ ଆପଣ ଅଧିକାରୀ ଓ ଠିକା ସଂସ୍ଥାକୁ ତାଗିଦ କଣ ପାଇଁ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ପରେ ପୂର୍ତ୍ତ ବିଭାଗ ଓ ଟିପିଏସଓଡି ଏଲର ଯନ୍ତ୍ରୀ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଗୁଣପୁର ସହରର ଲାଇଫ୍ ଲାଇନ୍ କୁ ହାଯାଉଥିବା ଏହି ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାଖା ପାଖି ୪ ବର୍ଷ ବିତିଲାଣି କିନ୍ତୁ ମାତ୍ର ୪ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରିଲା ନାହିଁ । ଏହା ଗୁଣୁପୁର ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।



