Education

ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ୟୁ,ଜିସି ସୀକୃତି

ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ୟୁଜିସି ସ୍ବୀକୃତି

ଜୟପୁର,୩୦/୮ : ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ୟୁଜିସି( ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ୍) ବିଶ୍ୱବିଦ୍ୟାଳୟକୁ ଦେଇଛି ସ୍ବୀକୃତି। ତାଲିକାରେ ନାମ ସାମିଲ କରିଛି। ଏ ସମ୍ପର୍କରେ ୟୁଜିସି ଯୁଗ୍ମ ସଚିବ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଚିଠି କରିଛି। ସ୍ବୀକୃତି ମିଳିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯିବାକୁ ଥିବା ସାର୍ଟିଫିକେଟ୍ ଦେଶ, ବିଦେଶରେ ବୈଧ ହେବ । ପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ପାଇଁ ବାଟ ସୁଗମ ହେବ। ବିଶ୍ୱବିଦ୍ୟାଳୟ ଗଠନ ଆଧାର, ୨-ଏଫ୍ ମାନ୍ୟତା ଝୁଲୁଥିବା ଏବଂ ୟୁଜିସିରୁ ୧୨-ବି ପାଇବା ବାବଦରେ କେବଳ ‘ପ୍ରମେୟ’ରେ ସ୍ୱତନ୍ତ୍ର ଖବର ପ୍ରକାଶ ପାଇଥିଲା। ଏହା ପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ଶିକ୍ଷାବିତ୍ ସ୍ବାଗତ କରିଛନ୍ତି।

ଗତ ୨୯ ତାରିଖରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିରେ ଉଲ୍ଲେଖ ରହିଛି

ଯେ, ଓଡ଼ିଆ ୟୁନିଭର୍ସିଟି ଆକ୍ଟ-୧୯୮୯ ଅଧାରରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏ ସମ୍ପର୍କିତ ତଥ୍ୟ ୨୦୨୫ ଏପ୍ରିଲ ୧୭ରେ ବିଜ୍ଞପ୍ତି ମାଧ୍ୟମରେ ଦାଖଲ କରାଯାଇଛି। ଏଣିକି ୟୁଜିସି ନିୟମ-୧୯୫୬ ଅନୁଯାୟୀ ଭିଡି

ବିଶ୍ଵବିଦ୍ୟାଳୟକୁ ତାଲିକାରେ ସାମିଲ କରାଯାଇଛି। ୟୁଜିସି ୱେବସାଇଟ୍‌ରେ ଅପଲୋଡ୍ ହୋଇଛି। ବିଶ୍ଵବିଦ୍ୟାଳୟ ପକ୍ଷରୁ ଦିଆଯିବାକୁ ଥିବା ଡିଗ୍ରୀ, ପିଳି ପାଠ୍ୟ କ୍ରମ ସାର୍ଟିଫିକେଟ୍‌କୁ ଦେଶ ବିଦେଶର ଯେ କୌଣସି ସ୍ଥାନରୁ ଯାଞ୍ଚ୍ କରି ହେବ। ଏଥିସହ ଚିଠିରେ ବିଶ୍ୱବିଦ୍ୟାଳୟ ଲାଗି ବିଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଶିକ୍ଷାବିତ୍ କହିଛନ୍ତି, ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଗଠନର ୨ ବର୍ଷ ପରେ ବି ଓଡ଼ିଶା ୟୁନିଭର୍ସିଟି ଆକ୍ଟ-୧୯୮୯

ଅନୁଯାୟୀ ଗଠନ କରାଯାଇଛି ବୋଲି କ୍ୟାବିନେଟ୍ ମଞ୍ଜୁରି ମିଳି ନ ଥିଲା। କ୍ୟାବିନେଟ୍ ମଞ୍ଜୁରି ଏବଂ ଗେଜେଟ୍ ନୋଟିଫିକେସନ୍ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୨-ଏଫ୍ ମାନ୍ୟତା ଲାଗି ଆବେଦନ କରିବାରେ ସମସ୍ୟା

ତାଲିକାରେ ନାଁ ସାମିଲ, ରେଜିଷ୍ଟ୍ରାରଙ୍କୁ ଯୁଗ୍ମ ସଚିବଙ୍କ ଚିଠି

ରହିଥିଲା। ବିଶ୍ଵବିଦ୍ୟାଳୟ ଲାଗି ୨- ଏଫ୍ ମାନ୍ୟତା ଅତି ଜରୁରି। କାରଣ ୨-ଏଫ୍ ନ ମିଳିଲେ, ୟଜିସି ୧୨- ବି ମିଳିବନି। ଉନ୍ନୟନ ତଥା ଅନ୍ୟାନ୍ୟ ସୁବିଧାସୁଯୋଗ ପାଇଁ ୟୁଜିସି ଆର୍ଥିକ ସହାୟତା ଯୋଗାଇ ଦେବନି। ୟୁଜିସି ପକ୍ଷରୁ ପ୍ରକାଶିତ ତାଲିକାରେ ଭିଡିୟୁର ନାମ ନରହିଲେ ଉଚ୍ଚତର ଅଧ୍ୟୟନ, ଗବେଷଣା, ଚାକିରି ପାଇବା କ୍ଷେତ୍ରରେ ଛାତ୍ରଛାତ୍ରୀ ସମସ୍ୟା ଭୋଗିଥାନ୍ତେ। ୟୁଜିସି ପକ୍ଷରୁ ସ୍ୱୀକୃତି ମିଳିବାରୁ ଆଉ ସମସ୍ୟା ଉପୁଳିବନି। ଦେଶ, ବିଦେଶର ଛାତ୍ର ଛାତ୍ରୀ ୟୁଜିସି

ତାଲିକା ଦେଖି ଏଠାରେ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରିବେ। ଏଠାରେ ପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭହୋଇପାରିବ। ଏଠାକାର ଛାତ୍ରଛାତ୍ରୀ ଅନ୍ୟତ୍ର ଯାଇ ଉଚ୍ଚତର ଶିକ୍ଷା ଲାଭକରିପାରିବେ। ବିଶ୍ଵବିଦ୍ୟାଳୟର ଉନ୍ନତି ତ୍ବରାନ୍ବିତ ହେବ।

ସୂଚନାଥାଉ କି, ଗତ ମାର୍ଚ୍ଚ ୨୦ରେ କେବଳ ‘ପ୍ରମେୟ’ରେ ଏ ସମ୍ପର୍କରେ ଏକ ବିଶ୍ଳେଷଣାତ୍ମ କ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାର ଶୀର୍ଷକ ଥିଲା ‘ଝୁଲୁଛି ବିକ୍ରମଦେବ ବିଶ୍ଵବିଦ୍ୟାଳୟ ୨-ଏଫ୍ ମାନ୍ୟତା, ୟୁ ନିଭର୍ସିଟି ଗଠନ ଆଧାର ଅସ୍ପଷ୍ଟ, କ୍ୟାବିନେଟ୍ ମଞ୍ଜୁରିକୁ ଅପେକ୍ଷା’ । ଖବର ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତପ୍ରତା ଦେଖାଇଥିଲେ। ଏପ୍ରିଲ୍ ଦ୍ଵିତୀୟ ସପ୍ତାହରେ ଆବଶ୍ୟକ ଫୋରମ୍ଭରେ ଆବେଦନ କରାଯାଇଥିଲା। ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ବି ମିଳିଥିଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button