DistrictNawarangpur

ଆରଟିଓ ନିୟମକୁ ବେଖାତିର କରି ଡାବୁଗାଁ ମୁଖ୍ୟ ରାସ୍ତାରେ ଅଟକି ରହିଛି ମାଳ ମାଳ ଟ୍ରକ, ପ୍ରଶାସବ ନିରବ

ନବରଙ୍ଗପୁର, ୩୧/୦୮: ବାଇକ ଚାଳକ ତଥା ପଦଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଗାଁ ଗହଳିର ରାସ୍ତା ଗୁଡିକ ତିଆରି କରିଛନ୍ତି।ହେଲେ କିଛି ଟ୍ରକ ମାଲିକ ଏହି ନିୟମକୁ ବେଖାତିର କରି ରାସ୍ତାରେ ଟ୍ରକ ପାର୍କିଙ୍ଗ କରିବା ଦେଖାଦେଇଛି ଡାବୁଗାଁ ମୈଦଲପୁର ମୁଖ୍ୟ ରାସ୍ତାରେ। ଆଜିକୁ ପ୍ରାୟ ୬/୭ ଦିନ ହେବ ପାଇପ ବଝେଇ ଟ୍ରକ ଗୁଡିକ ଅଟକି ରହି ରାସ୍ତା ଅବରୋଧ କରୁଛି ଡାବୁଗାଁ ଅଞ୍ଚଳରେ।

ଫଳରେସ୍ଥାନୀୟ ବାସିନ୍ଦା ଏବଂ ପଥଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ପରା ହେବା ପାଇଁ ମଧ୍ୟ ବହୁ ସମୟ ଅପେକ୍ଷା କରିବା କୁ ପଡୁଛି।ଏମିତିକି ଗତ ଦିନଗୁଡିକରେ ଅନେକ ଛୋଟବଡ ଦୂର୍ଘଟଣା ମଧ୍ୟ ଘଟିଲାଣି।

ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ଓ ଆରଟିଓ ବିଭାଗ ରାସ୍ତାରେ ସାଧାରଣ ଲୋକଙ୍କ ଛୋଟ ଗାଡିଟିଏ ଅଟକି ଗଲେ ବି ଦୌଡିଆସି ତାକୁ ହଟାଉଛନ୍ତି ଓ ତାଙ୍କଠାରୁ ଫାଇନ ନେଇଥାନ୍ତି। ହେଲେ ଏହି ରାସ୍ତାରେ ଦୀର୍ଘଦିନ ଧରି ବଡ ବଡ ଟ୍ରକ ଅଟକି ଯାଇ ସେଠାରେ ଯାତାୟାତ ସମସ୍ୟା ସୃଷ୍ଟି କରିଛି କିନ୍ତୁ ଏଥିପ୍ରତି କାହାର ନଜର ନାହିଁ? ଏହି ଟ୍ରକ ମାଲିକମାନଙ୍କ ପାଇଁ ନା ଅଛି ଫାଇନ ନା ଟ୍ରାଫିକ ନିୟମ।

ସେମାନେ ବ୍ୟକ୍ତିଗତ ଭାବରେ ବ୍ୟବହାର କଲାପରି ଏହି ରାସ୍ତାକୁ ଅବରୋଧ କରି ଚାଲିଛନ୍ତି। ଯେଉଁ ରାସ୍ତାରେ ଦୀର୍ଘ ଦିନ ଧରି ଅଟକି ରହିଛି ଏହି ପାଇପ ବାଝେଇ ଟ୍ରାକମାନେ ସେହି ଅଞ୍ଚଳ ଡାବୁଗାଁ ର ସବୁଠୁ ଜନଗହଳି ପୂର୍ଣ୍ଣ ସ୍ଥାନ ଅଟେ। ଏହି ରାସ୍ତାରେ ରହିଛି ପଂଚାୟତ ଅଫିସ, ଷ୍ଟେଟ ବ୍ୟାଙ୍କ, ବିଦ୍ୟାଳୟ ଏବଂ ଆରପଟରେ ରହିଛି ମେଡିକାଲ, ଫରେଷ୍ଟ ଅଫିସ, ଅବକାରୀ ବିଭାଗ କାର୍ୟ୍ୟାଳୟ, ଲ୍ୟାମ ।

ତଥାପି ଏହି ରାସ୍ତା ଅବରୋଧ ହୋଇରହୁଛି। ଆଉ କେତେ ଦିନ ସ୍ଥାନୀୟ ଲୋକ ଏଭଳି ସମସ୍ୟାର ସମମୀଖିନ ହେବାପରେ ପ୍ରଶାସନ ଏହା ଉପରେ ପଦକ୍ଷେପ ନେଇ ତାହା ଦେଖିବାକୁ ବାକି ରହିଲା।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button