Education

ଉନ୍ନତ ଯୁବକ ର ଛୁର। ମ।ଡରେ ସାମ୍ବାଦିକ ଗୁରୁତର

ଉନ୍ନ‌ତ ଯୁବକର ଛୁରା ମାଡ଼ ରେ ସାମ୍ବାଦିକ ଗୁରୁତର

ନବରଙ୍ଗପୁର: ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣକ ବିଶାଖାପାଟଣା ସ୍ଥାନାନ୍ତର.. ଛୁରା ମାଡ଼ ର କାରଣ ଅଗଷ୍ଟ ରହିଛି.. ଅନ୍ୟପଟେ ଆକ୍ରମଣକାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ମାଡ଼ ମାରିବା ପରେ ଆକ୍ରମଣ କ।ରି ଙ୍କୁ ମେଡିକାଲ ରେ ଭତି.. ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ । ବିଳମ୍ବିତ ରାତିରେ ନବରଙ୍ଗପୁର ଅରଗସ୍ ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟ ନବରଙ୍ଗପୁର ରୁ ନିଜ ଘର ପାପଡାହାଣ୍ଡି କୁ ମୋଟର ସାଇକଲ ଯୋଗେ ଫେରୁଥ‌ିବା ବେଳେ ଅଚାନକ ପାପଡାହାଣ୍ଡି ସ୍ଥିତ “ଜେନା ଦୋକାନ ଛୋକ’ ନିକଟରେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରା ସାମ୍ବାଦିକ ଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲା.. ତେବେ, କୌଶଳ କ୍ରମେ ସୁମିତ ଆକ୍ରମଣକାରୀ ଙ୍କ ହାତକୁ ଧରି ଖଣ୍ଡା କୁ କାବୁ କରିଥିବା ବେଳେ ଅନ୍ୟ ହାତରେ ଧରିଥିବା ଚାକୁ ରେ ଆକ୍ରମଣ କାରି ସୁମିତଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଆକ୍ରମଣ

କରିଥୁଲା.. ତାଙ୍କ ଛାତି, ପେଟ, ହାତ ର ବାହୁ ଭଳି ୪ଟି ସ୍ଥାନରେ ଆକ୍ରମଣକାରି ଛୁରା ମାଡ କରିଥିଲା.. ଯନ୍ତ୍ରଣା ରେ ଛଟପଟ ହୋଇ ସାମ୍ବାଦିକ ସୁମିତ ଚିତ୍କାର କରି ଦୌଡ଼ି ଥିବା ବେଳେ ଆଖ ପାଖ ଲୋକ ଉଠି ଆସି ସାମ୍ବାଦିକ କୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ରେ ଭର୍ତି କରିଥିଲେ. ତେବେ, ତାଙ୍କ

ଅବସ୍ଥା ଗୁରୁତର ହେବାକୁ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ.. କିନ୍ତୁ, ତାଙ୍କ ସ୍ବାସ୍ଥ୍ୟ ବସ୍ତୁ ଉନ୍ନତି ନହେବାରୁ ଚାନ୍ତର ତୁରନ୍ତ ତାଙ୍କୁ ବିଶାଖାପାଟଣା କୁ ସ୍ଥାନାନ୍ତର କରିଥିଲେ. ଅନ୍ୟପଟେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରା କୁ ସ୍ଥାନୀୟ ଲୋକେ କାବୁ

କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଖଣ୍ଡା ଓ ଚାକୁ ଦେଖାଇ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥୁଲା.. ଫଳରେ ଲୋକେ ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ,, ଆକ୍ରମଣକାରି ହରେକୃଷ୍ଣ ଆହତ ହୋଇଥିବା ବେଳେ ତାଙ୍କ ଭାଇ ଆହତ ଆକ୍ରମଣକାରି ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଛନ୍ତି I ସୂଚନଯୋଗ୍ୟ ଯେ- ଆକ୍ରମଣକାରି ସୁଦକ ହରେକୃଷ୍ଣ ବେହେରା, ଗତକାଲି ଠାରୁ ହାତରେ ଖଣ୍ଡା ଓ ଟାକୁ ଧରି ଲୋକଙ୍କୁ ଭୟଭୀତ କରିବା ସହ ସ୍ଥାନୀୟ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି କରାଇଥିଲେ.. ଯାହାକୁ ନେଇଁ ଗତକାଲି ସାମ୍ବାଦିକ ସୁମିତ କୁମାର ଘଣ୍ଟ ପାପଡାହାଣ୍ଡି ପୋଲିସ କୁ ଖବର ଦେଇଥିବା କୁ ନେଇଁ ଯୁବକ ଜଣକ ସାମ୍ବାଦିକ ସୁମିତ ଙ୍କ ଉପରେ ଉପରେ ଉତକ୍ଷିପ୍ତ ହୋଇଥିଲା.. ଅନ୍ୟପଟେ ସାମ୍ବାଦିକ ସୁମିତ ପାପଡାହାଣି ପୋଲିସ କୁ ନିଶାସକ୍ତ ଯୁଦକ ର ଜନ୍ମାନ୍ତ କାଣ୍ଡ ବିଷୟରେ ଅଭିଯୋଗ ପରେ ମଧ୍ୟ ପୋଲିସର ନିଷ୍କ୍ରିୟତା ଯେଗୁଁତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଥୁବା ସାମ୍ବାଦିକ ସୁମିତ କୁମାର ଘଣ୍ଟ ଅଭିଯୋଗ ଆଣିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button