Education

ସହାୟତା ଆପେକ୍ଷlରେ ମଞ୍ଜୁ

ସହାୟତା ଅପେକ୍ଷାରେ ସଞ୍ଜୁ

ବଲାଙ୍ଗିର,୩୦/୮ : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ ସାଲେପାଲି ଗାଁ ୧୫ ବର୍ଷ ଧରି ଜଣେ ଅସହାୟ ମହିଳା କଷ୍ଟରେ ଜୀବନଯାପନ କରୁଛନ୍ତି ।

ସ୍ୱର୍ଗତ ମନୀସ ସେଠ୍ଙ୍କ ଅବିବାହିତା ଝିଅ ସଞ୍ଜୁ (୫୫) । ୧୫ ବର୍ଷ ଧରି ଶଯ୍ୟାଶାୟୀ ଅଛନ୍ତି । ୨ ଭାଇ ଦେବାନନ୍ଦ ପଞ୍ଚାନନ ତାଙ୍କ ଦେଖାଶୁଣା

କରୁଥିଲେ ହେଁ ଏ ଯାଏଁ ସରକାରୀ ସହାୟତାରୁ ସେ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ତାଙ୍କୁ ଭତ୍ତା କି ଚା କି ଚାଉଳ ମିଳୁ ନ ଥିବା ବେଳେ ବିନା ସହାୟତାରେ ସେ ଦିନ କାଟୁଛନ୍ତି । ୨ଟି ଯାକ ଗୋଡ଼ ଅଚଳ ହୋଇ ପଡ଼ିବାରୁ ଦୟନୀୟ ଭାବେ ଦିନ ବିତାଉଛନ୍ତି । ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ସଞ୍ଜୁଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଗଲେ ସେ ଉପକୃତ ହୋଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଞ୍ଜୁଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button