Education

ଲାଞ୍ଜିଆ କୁ ନେଇ ନୂଆ ବ୍ଲକ ଦ।ବି ଜେର ଧରିଲ।

ଲାଞ୍ଜିଆଙ୍କୁ ନେଇ ନୂଆ ବ୍ଳକ୍ ଦାବି ଜୋର୍ ଧରିଲା

ଗୁଣପୁର,୩୦/୮: ଲାଞ୍ଜିଆ ସୌରା ଜନଜାତି ବସବାସ କରୁଥିବା ଆଞ୍ଚଳକୁ ନେଇ ସ୍ବତନ୍ତ୍ର ବୃକ୍ ଗଠନ ବାବି ପୁଣି ଜୋର ଧରିଛି। ଗୁଣପୁର ବ୍ଲକରୁ ୯ଟି ପାଞ୍ଚୟତକୁ ଭାଗକରି ଏହି ବୃକ୍ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି । ପୁଗସିଂ ଅଞ୍ଚଳ ଜନ୍ମୟନ ପରିଷଦ କମିଟି

ଗୁଣପୁରରୁ ୯ ପଞ୍ଚାୟତ ଭାଗ କରିବାକୁ ପ୍ରସ୍ତାବ

ବିଧାୟକଙ୍କୁ ଉନ୍ନୟନ ପରିଷଦ କମିଟିର ଦାବିପତ୍ର

ପକ୍ଷରୁ ଆଜି ଏଥିଲାଗି ସ୍ଥାନୀୟ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ପଞ୍ଚାୟତ ଓ ବ୍ଳକ୍ ଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରା‌ଯିବ । ଆବଶ୍ୟକତା ଅନୁଯାୟୀ କେତେକ ନୂଆ

ପଞ୍ଚାୟତ ଓ ବୃକ୍ ଗଠନ ହେବ । ଏଥିଲାଗି ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ଏ ନେଇ ବିଭାଗୀୟ ସ୍ଵତ୍ରରୁ ଜଣାପଡ଼ିବା ପରେ ଏବେ ପୁଣି କାଞ୍ଜିଆମାନେ ତତ୍ପରତା ପ୍ରକାଶ କରିଛନ୍ତି। ଲାଞ୍ଜିଆ ସୌରା ବସବାସ କରୁଥିବା ୯ ପଞ୍ଚାୟତର ଲୋକ ଏକତ୍ରିତ ହୋଇ ଏହି

ବାବିକୁ ଜୋର ଦେଇଛନ୍ତି । ଉନ୍ନୟନ ପରିଷଦ କମିଟି ସଭାପତି ମଥୁର ଦଳବେହେରା, ସମ୍ପାଦକ ପରମ ଶବର ଏବଂ ଉପଦେଷ୍ଟା ଲକ୍ଷ୍ମୀ ଶବର, ଜିଲ୍ଲା ପାରିଷଦ ସଭ୍ୟ ଭଗାନ ଶବର, ଲଣା ସରପଞ୍ଚ ତଥା ସାଂସଦ ପ୍ରତିନିଧ‌ି ସନ୍ତୋଷୀ ଶବର ପ୍ରମୁଖ ଏହାର ନେତୃତ୍ବ ନେଉଛତି ।

ସେମାନେ କହିଛନ୍ତି, ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଳକକୁ ଭାଗକରି ପୁଟାସିଂ ଲାଞ୍ଜିଆ ସତ୍ତରା ଅଞ୍ଚଳର ଆବାଡ଼ା, ଶଗଡ଼ା, ପୁଟାସି”, ଟଲଣୀ, ଜଲତାର, ଚିନାସାରୀ, କୁସଂ, ଟିଟିମିରି ଏବଂ ଭୀମପୁର ପଞ୍ଚାୟତକୁ ନେଇ ଏକ ନୂଆ ବ୍ଲକ୍, ପୁଟାସଠାରେ ପ୍ରତିଷ୍ଠା କରାଯାର। ଏହାଦ୍ୱାରା ଲୋକ ଉପକୃତ ହୋଇପାରିବେ। ଗୁଣପୁର ବୃକ୍ କାର୍ଯ୍ୟାଳୟଠାରୁ ଆବାଡ଼ା ୩୦ କିମି ଦୂରରେ ରହିଥିବା ବେଳେ ଶଗଡ଼ା ୨୫ କିମି, ପୂଟାସିଂ ୨୦ କିମି, ଟଲଣା ୧୬ କିମି, ଜୁଲୁସି ୨୨ କିମି, ଚିନାସାରୀ ୧୦ କିମି, ଜଲତାର ୧୦ କିମି, ଭୀମପୁର ୨୮ କିମି ଏବଂ ଟିଟମରି ୨୦ କିମି ଦୂରରେ ରହିଛି । ବିଭିନ୍ନ କାମ ପାଇଁ ଏତେ ଦୂର ଯିବା ଆସିବା କରିବାକୁ ପଡ଼ୁଛି। ତେଣୁ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିକୋଣରୁ ନୂଆ ବ୍ଳକ୍ ଗଠନ କରାଯାଉ । ଗୌଗାଳିକ ଦୃଷ୍ଟିକୋଣରୁ ଲାଞ୍ଜିଆ ସତ୍ତରା ଅଞ୍ଚଳକୁ ନେଇ ଏହି ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ନୂତନ ବୃକ୍ ପ୍ରତିଷ୍ଠା ଜରୁରି ବୋଲି ବୃଦ୍ଧିଜୀବା କହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button