କୋରାପୁଟ ମଣ୍ଡଳ ରେ ୭ ବର୍ଷରୈ ୧୦୦ କୋଟିର ଟିକସ ଫ।ଙ୍କି
କୋରାପୁଟ ମଣ୍ଡଳରେ ୭ ବର୍ଷରେ ୧୦୦ କୋଟିର ଟିକସ ଫାଙ୍କି
୩୦୦ ମନରେଗା ଭେଣ୍ଡରଙ୍କୁ ଜିଏସ୍ଟି ଛାଟ
ଜୟପୁର, ୩୦/୮: ରାଜ୍ୟରେ ମନରେଗା ଭେଣ୍ଡର ପ୍ରଥା ଆରମ୍ଭ ହେବା ଦିନଠାରୁ କୋରାପୁଟ ଜିଏସଟି ମଣ୍ଡଳରେ ଶହଶହ କୋଟି ଟଙ୍କାର ଟିକସ ଫାଙ୍କି ହୋଇଛି। ଭେଣ୍ଡରମାନେ ବିଭିନ୍ନ ବିଭାଗକୁ ସାମଗ୍ରୀ । ଯୋଗାଇ ଅର୍ଥ ନେଇ ସାରିଥିଲେ ହେଁ ଜିଏସଟି ବାବଦ କର ପୈଠ କରି କରି ନାହାଁନ୍ତି । ୭ ବର୍ଷ ହେଲା କୋରାପୁଟ ଜିଲାରେ ଏହି ପ୍ରକ୍ରିୟା ଜାରି ରହିଛି। । ଯେ ଯେଉଁ ଭେଣ୍ଡରମାନେ ଜିଏସଟି ବାବଦ ଟିକସ ପୈଠ କରିନାହାନ୍ତି ସେମାନେ ନ ବର୍ତ୍ତମାନ କୋରାପୁଟ ବାଣିଜ୍ୟକର ଦ୍ରବ୍ୟ ଓ ସେବାକର ମଣ୍ଡଳ ସ୍କାନରକୁ ଆସି ଯାଇଛନ୍ତି । ୩୦୦ ରୁ ଅଧିକ ଭେଣ୍ଡର ଟିକସ ପୈଠ କରିନଥିବାରୁ ଏବେ ସେମାନଙ୍କୁ ଜୟପୁରସ୍ଥିତ କୋରାପୁଟ ଜିଏସଟି ମଣ୍ଡଳ ତରଫରୁ ନୋଟିସ ଜାରି କରାଯାଇଛି। କୋରାପୁଟ ଜିଲାରେ ପ୍ରଥମ ଥର ପାଇଁ ମନରେଗା ଭେଣ୍ଡରଙ୍କୁ ଜିଏସଟି ଛାଟ ବାଜିଛି।
ସୂଚନା ପ୍ରକାରେ ଗତ ୨୦୨୩-୨୪ ମାର୍ଚ୍ଚ ମାସରେ ୧୮ ଭେଣ୍ଡରଙ୍କୁ କୋରାପୁଟ ଜିଏସଟି ମଣ୍ଡଳ କାର୍ଯ୍ୟାଳୟରୁ ପ୍ରଥମ ଦଫାରେ ନୋଟିସ ଜାରି କରାଯାଇଥିଲା । ସେଥିମଧ୍ୟରୁ ୪ଜଣ ନୋଟିସ ପାଇବା ପରେ ପ୍ରାୟ ୨୫ ୫ ଲକ୍ଷ ଟଙ୍କା ଜମା କରିସାରିଛନ୍ତି। ବଳକା ୧୪ ଜଣ ପ୍ରାୟ ଦେଡ଼କୋଟି ଟଙ୍କା ଟିକସ ผิว କରିନଥିଲେ। ଏହାକୁ ଆଧାର କରି ଦ୍ରବ୍ୟ ଓ ସେ ସେବାକାର ମଣ୍ଡଳ ତରଫରୁ ୨୦୨୦ରୁ ୨୦୨୪ ଚାରିବର୍ଷରେ ପ୍ରାୟ ୩ଶହ ଭେଣ୍ଡର ଜିଏସଟି ଆକଳନ କରି ସେମାନଙ୍କୁ ନୋଟିସ ପଠାଇଛି। 6
୨୦୨୦-୨୧ରେ ମନରେଗା ଭେଣ୍ଡର ଖାତାକୁ ୫୧
କୋଟି, ୨୦୨୧-୨୨ରେ ୯୦ କୋଟି, ୨୦୨୨-୨୩ରେ ୧୦୩ କୋଟି ଏବଂ ୨୦୨୩-୨୪ରେ ୨୯ କୋଟି ଟଙ୍କା ପଠାଯାଇଛି। ୪ବର୍ଷରେ ସମୁଦାୟ ୨୭୩ କୋଟି ଟଙ୍କା ଭେଣ୍ଡରଙ୍କ ଖାତାକୁ ଯାଇଥିଲେ ମଧ୍ୟ ସେଥ୍ ମଧ୍ୟରୁ ପ୍ରାୟ ସମସ୍ତେ ଜିଏସଟି ଫାଙ୍କିଛନ୍ତି । ୨୦୧୭ରେ ଭାଟ୍ ପ୍ରଥା ଉଚ୍ଛେଦ ପ ପରେ ଜିଏସଟି ପ୍ରଚଳନ ହୋଇଥିଲା।
4ରେ ସେ ସବେଠାରୁ ସରକାରଙ୍କ ମନରେଗା ଗା କାର୍ଯ୍ୟ ଉଣ୍ଡରମାନେ ବିଭିନ୍ନ ସାମଗ୍ରୀ ଯୋଗାଇ ଆସୁଥିଲେ।
କୋରାପୁଟ ଜିଲାରେ ମନରେଗାରେ ବ୍ଳକ, ବନ, ମୃତ୍ତିକା ସଂରକ୍ଷଣ, ଜଳବିଭାଜିକା, ଉଦ୍ୟାନକୃଷି, କୃଷି ଓ ମତ୍ସ୍ୟ ଭଳି ଅନେକ କ ବିଭାଗରେ କାମ ଚାଲିଛି ।
ମନରେଗା କାମ ବିଭାଗୀୟ ଅଧ୍ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିବା ବେଳେ ସାମଗ୍ରୀଗୁଡିକ ଭେଣ୍ଡର ଯୋଗାଇଥାନ୍ତି। । ପ୍ରତ୍ୟେକ କାର୍ଯ୍ୟରେ ୪୦ ପ୍ରତିଶତ ଶ୍ରମଦାନ ଓ ବଳକା ୬୦ ଭାଗ । ସମାଗ୍ରୀ ଯୋଗାଇବାକୁ ପଡ଼ିଥାଏ। ସାମଗ୍ରୀ ବାବଦକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଭେଣ୍ଡରଙ୍କ ଆକାଉଣ୍ଟକୁ ପଠାଇ ଥିଲେ।
ହେଲେ କ୍ରୟ ବିକ୍ରୟ କରିଥିବା ଭେଣ୍ଡରମା ଣ୍ଡରମାନେ ଜିଏସଟି ଫାଙ୍କି ଚାଲିଥିଲେ ।
କୋରାପୁଟ ଜିଲାରେ ୧୭୧୩ ଜଣ ଭେଣ୍ଡର ରହିଥିବା ଜିଏସଟି ନମ୍ବର ସଂଯୋଗରେ ରହିଥିବା ଭେଣ୍ଡର ସଂଖ୍ୟା ଖ୍ୟା ୪୫୪ । ସେଥ୍ ମଧ୍ୟରୁ ଅନେକ ଭେଣ୍ଡର ଜିଏସଟି ଫାଙ୍କି ଏବେ ଧରାପଡ଼ି ଯାଇଛନ୍ତି । ୭ ବର୍ଷ । ୭ ବର୍ଷ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭସାରିଥିଲେ ମଧ୍ୟ କୌଣସି ଭେଣ୍ଡରଙ୍କୁ ଟିକସ ଫାଙ୍କିଥିବା ନେଇ ନୋଟିସ ଜାରି କରାନଯିବା ମଧ୍ୟ ସନ୍ଦେହ ସୃଷ୍ଟି
ହୋଇଛି । ଚଳିତ ବର୍ଷଠାରୁ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ମଣ୍ଡଳ କାର୍ଯ୍ୟାଳୟ ତରଫରୁ ସ୍ବତନ୍ତ୍ର ଅଭିଯାନ ସ୍ୱରୂପ ଜିଏସଟି ସଟି ଫାଙ୍କିଥିବା ଭେଣ୍ଡରଙ୍କୁ ନୋଟିସ ପଠାଇଛି।
ପ୍ରତ୍ଯେକ କ ବର୍ଷ ଜିଲାରେ ୩୦୦ କୋଟି ଟଙ୍କା ଭେଣ୍ଡରଙ୍କୁ ପ୍ରଦାନ କରାଯାଉଛି। ଜିଏସିଟି ବିଭାଗର ଆକଳନ ପ୍ରକାରେ ଆଜିଯାଏଁ ଭେଣ୍ଡର ପ୍ରଥା ପ୍ରଚଳନ ହେବା ଦିନ ଠାରୁ ସରକାର ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ରାଜସ୍ବ ହରାଇଛନ୍ତି। ପୂର୍ବରୁ ଯେଉଁ ୧୮ ଜଣଙ୍କୁ ନୋଟିସ ହୋଇଥିଲା ସେମାନେ ଜିଏସଟି ବାବାଦର ଅର୍ଥ ପୈଠ କରି ସାରିଛନ୍ତି । ବର୍ତ୍ତମାନ ଏକକାଳୀନ ୩୦୦ରୁ ଊର୍ଦ୍ଧ୍ବ ମନରେଗା ଭେଣ୍ଡରଙ୍କୁ ନୋଟିସ ଜାରି ହୋଇଛି । ସେମାନଙ୍କ ଠାରୁ ପ୍ରାୟ ୪୯ କୋଟି ଟଙ୍କା ରାଜସ୍ବ ଆଦାୟ କରାଯିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପରେ ରେ ଭେଣ୍ଡର ମହଲରେ ଭାଳେଣି ପଡ଼ିଯାଇଛି।
ଭେଣ୍ଡର ପ୍ରଥା ଆରମ୍ଭ ହେବା ଦିନଠାରୁ ଯେତେଜଣ ଭେଣ୍ଡରଙ୍କ ବ୍ୟାଙ୍କ ଖାତାକୁ ଯେତିକି ଟଙ୍କା ଯାଇଛି ସେମାନଙ୍କୁ ଧରିଲେ ଶହେ କୋଟିରୁ ଉର୍ଦ୍ଧ ଟଙ୍କା ଜିଏସିଟି ଫାଙ୍କିଥିବା ଅର୍ଥ ଆଦାୟ କରାଯାଇ ପାରିବ ବୋଲି ବିଭାଗ ତରଫରୁ କୁହାଯାଇଛି । ନୋଟିସ ଜାରି 60
ଜିଏସଟି ବାବଦ ଅର୍ଥକୁ ପୈଠ କରିନପାରିଲେ ଆବଶ୍ୟକସ୍ଥଳେ ଳ ଭେଣ୍ଡରଙ୍କ ବ୍ୟାଙ୍କ ଖାତା ଏପରିକି ସମ୍ପତ୍ତି ବାଜ୍ୟାପ୍ତ କରାଯାଇପାରିବ ବୋଲି ଆଇନଜୀବୀ ଲାଲୁ ଷଡଙ୍ଗୀ ପ୍ରକାଶ କରିଛନ୍ତି । ନୋଟିସ ଜାରି ସମ୍ପର୍କରେ ଜିଏସଟି କାର୍ଯ୍ୟାଳୟର କୌଣସି ଅଧିକାରୀ ମୁହଁ ଖୋଲି କିଛି କହିବାକୁ ଇଛା ପ୍ରକାଶ କରୁନାହାନ୍ତି।



