DistrictNawarangpur

ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର

ନବରଙ୍ଗପୁର, ୩୦/୦୮: ପାପଡାହାଣ୍ଡି ଠାରେ ଜଣେ ସାମ୍ବାଦିକଙ୍କୁ ଛୁରାମାଡ଼ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଛୁରାମାଡ଼ରେ ସାମ୍ବାଦିକ ସୁମିତ ଘଣ୍ଟ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି।

ସୂଚନା ଅନୁଯାୟୀ ପାପଡାହାଣ୍ଡି ଗ୍ରାମର ନବରଙ୍ଗପୁର ଜିଲା ଅର୍ଗସ ପ୍ରତିନିଧି ସୁମିତ କୁମାର ଘଣ୍ଟ ଗତକାଲି ରାତ୍ରି ୧୧ରେ ନବରଙ୍ଗପୁରରୁ ଫେରି ବଙ୍କା ସାହି ନିକଟରେ ସାଥି ଖବର ଦାତାଙ୍କ ସହ ଛିଡା ହୋଇଥିବା ସମୟରେ ହରେକୃଷ୍ଣ ବେହେରା ନାମକ ଜଣେ ନିଶାଶକ୍ତ ଯୁବକ ଖବର ଦାତା ସୁମିତ ଘଣ୍ଟକୁ କୌଣସି କାରଣରୁ ଛୁରି ଓ ଖଣ୍ଡାରେ ଆକ୍ରମଣ କରିଥିଲେ।ଏଥିରେ ତାଙ୍କ ପେଟ, ପିଠି ଓ ହାତରେ ଆଘାତ ଲାଗିଥିଲା।

ଏଥିରେ ଗୁରୁତର ସୁମିତକୁ ଗ୍ରାମବାସୀ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button