ପୋଲିସ ନିକଟରେ ୩୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୮/୮: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି । ୮୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩୦ ଜଣ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି ଡିଭିସିଏମ,ଏସିଏମ ଓ ପାଏଲଜିଏ ସଦସ୍ୟ ରହିଛନ୍ତି ।
ଆଦିବାସୀ ଅଧ୍ୟୁଷିତ ବିଜାପୁର ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଦ୍ଵାରା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି ।
ଦୁର୍ଗମ ଅଞ୍ଚଳକୁ ଗମନାଗମନ ପାଇଁ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ ଓ ଅନ୍ୟାନ୍ୟ ଜନହିତକର ଯୋଜନା ଗୁଡିକ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି। ଏଣୁ ମାଓବାଦୀମାନେ ଏଥିରେ ପ୍ରଭାବିତ ହୋଇ ମାଓ ସଂଗଠନ ତ୍ୟାଗ କରି ଥିଲେ।
ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହିତ ସକାରାତ୍ମକ ଆଲୋଚନା,କମ୍ୟୁନିଟି ପୋଲିସିଂ ଅଧୀନରେ ଦିଆଯାଉଥିବା ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଏବଂ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ବ୍ୟାପକ ପ୍ରଚାର ଯୋଗୁଁ ସଂଗଠନରୁ ମାଓବାଦୀଙ୍କ ମନରେ ହିଂସାତ୍ମକ ଭାବ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ବୋଲି ବିଜାପୁର ଏସପି କହିଛନ୍ତି ।