Education

ନିଶ। ଦେଇ ମୂର୍ତ୍ତି କ।ରିଗରଙ୍କ ଠ।ରୂ ଲୁଟ ଅଭିଯୋଗ

ନିଶା ଦେଇ ମୂର୍ତ୍ତୀ କାରିଗରଙ୍କ ଠାରୁ ଲୁଟ ଅଭିଯୋଗ

କେନ୍ଦୁଝର, : : ୨୮/୮ : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣେଶ ମୂର୍ତ୍ତୀ ବିକ୍ରୀ କରୁଥିବା ଜଣେ କାରିଗରଙ୍କୁ ଚା’ରେ ନିଶା ଦେଇ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଲୁଟର ଶୀକାର ହୋଇଥୁବା ବ୍ୟକ୍ତିଙ୍କ ପୁଅ ଆଶୁତୋଷ ରଣା ଟାଉନ ଥାନାରେ ଗତ ମଙ୍ଗଳବାର ରାତିରେ ଏତଳ ତଲା ଦେଇଥିଲେ । ଟାଉନ ପୋଲିସ ପକ୍ଷରୁ କେସ ନମ୍ପର ୬୧୪/୨୦୨୫ରେ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ

ଜାରୀ ରହିଛି । ଘଟଣାରୁ ପ୍ରକାଶ ଯେ, ଗଣେଶ ପୂଜା ପୂର୍ବଦିନ ଅର୍ଥାତ ମଙ୍ଗଳବା ବାର ଦିନ ରାତି ପ୍ରାୟ ୮ଟାରେ ଏହି ଘଟଣା ଘଟିଛି । ଜିଲ୍ଲାପାଳଙ୍କ କାମ କାର୍ଯ୍ୟାଳୟ ସମ୍ମୁଖରେ ମୂର୍ତ୍ତୀ ମୂର୍ତ୍ତୀ ବିକ୍ରୟ ବିକ୍ର କରୁଥିବା ଶଙ୍କରପୁର ଅଂଚଳର ଦିଲ୍ଲୀପ ରଣା (୫୭)ଙ୍କ ପାଖକୁ ଜଣେ ବ୍ୟକ୍ତି ଆସି ୬ଟି ମୂର୍ତ୍ତୀ କିଣି ମଇଦାନକେଲ ଫରେଷ୍ଟ ଅଫିସ ନେବେ ବୋଲି କହିଥିଲେ । ମୂର୍ତ୍ତୀ ଦର ଠିକ୍ ଲଗାଇବାକୁ କହିବା ସହ ଯିଏ ଟଙ୍କା ଦେବ ସେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ନିକଟରେ ଅଛନ୍ତି ଏବଂ ତାଙ୍କ ପାଖକୁ ଯାଇ ଦର ଧାର୍ଯ୍ୟ କରି ଟଙ୍କା ନେବାକୁ ଉକ୍ତ ବ୍ୟକ୍ତି ଜଣକ କହିଥିଲେ । ମୂର୍ତ୍ତୀ ବିକ୍ରି ସ୍ଥାନରେ ଭିଡ ଥିବାରୁ ମୂର୍ତ୍ତୀ କାରିଗର ସେଠାକୁ ଯିବାକୁ ମନା କରିଥିଲେ । ପରେ ଉକ୍ତ ଅଜଣା ବ୍ୟକ୍ତି ଜଣକ ମୂର୍ତ୍ତୀ କାରିଗରଙ୍କ ଚା’ ପିଇବାକୁ ବସଷ୍ଟାଣ୍ଡ ନିକଟକୁ ଡାକିଥିଲେ । ସେ ଯିବା ପାଇଁ ମନା କରିବାରୁ ବସଷ୍ଟାଣ୍ଡ ନିକଟରୁ ଚା’ ଏବଂ କ୍ଷୀର ଆଣିଥିଲେ । ମୂର୍ତ୍ତୀ ବିକ୍ରୀ କରୁଥିବା ଦିଲ୍ଲୀପ ରଣାଙ୍କ କର୍ମଚାରୀ ଦିଲ୍ଲୀପ ମହାନ୍ତଙ୍କୁ ଚା’ ଏବଂ କ୍ଷୀର ପିଇବାକୁ ଦେବା ପରେ ଦିଲ୍ଲୀପ ରଣାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ବରଗଛ ପାଖକୁ ଚା ପିଇବାକୁ ଡାକିଥିଲେ । ବାରମ୍ପାର ଚା’ ପିଇବାକୁ ଅନୁରୋଧ କରିବାରୁ ଦିଲ୍ଲୀପ ବରଗଛ ମୂଳେ ଥିବା ପିଣ୍ଡି ପାଖକୁ ଯାଇ ପିଣ୍ଡି ଉପରେ ବସି ଚା’ ପିଇଥିଲେ । ଚା’ ପିଇବା ପରେ ସେ କିଛି ସମୟ ପରେ ଅଚେତ ଅବସ୍ଥାକୁ ଆସିଥିଲେ । ସେହି ସମୟରେ ଉକ୍ତ ଅଜଣା ବ୍ଯକ୍ତି ଜଣକ ତାଙ୍କ ପକେଟରେ ମୂର୍ତ୍ତୀ ବିକ୍ରୀ ବାବଦ ପ୍ରାୟ ଦେଢ ଲକ୍ଷ ଟଙ୍କା ଏବଂ ମୋବାଇଲ ପୋନ ନେଇ ଚମ୍ପଟ ମାରିଥିଲା । ରାତି ପ୍ରାୟ ୯ଟା ପରେ ସାମାନ୍ୟ ଚେତା ଫେରିବା ପରେ ସେ ସେଠାରୁ ନିଶାରେ ଟଳମଳ ହୋଇ ଫେରିବାବେଳେ ଜିଲ୍ଲାପାଳଙ୍କ ଗେଟ ସମ୍ମୁଖରେ ତାଙ୍କ ଭଣାଜ ଉତ୍ତମ ବେହେରା ତାଙ୍କୁ ଦେଖ୍ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ସେଠାରୁ ତାଙ୍କୁ ଏବଂ ତାଙ୍କ ନେଇ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାଙ୍କ ଚେତା ସମ୍ପୂର୍ଣ୍ଣ ଭାବେ ଫେରିବା ପରେ ଘଟଣା ବିଷୟରେ କହିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button