ଗଣେଶ ପୂଜ। ଏବଂ ନୂଆଁଖାଇ ପ।ଇ ଉତ୍ସବ ମୁଖର ର ପ।ପଡ।ହ।ଣ୍ଡି ଅଥଂଳ
ଗଣେଶ ପୂଜା ଏବଂ ନୁଆଁଖାଇ ପାଇଁ ଉତ୍ସବ ମୁଖର ପାପଡ଼ାହାଣ୍ଡି ଅଂଚଳ
ପାପଡାହାଣ୍ଡି,28/8 : ପାପଡାହାଣ୍ଡି ସଦରର ବିଭିନ୍ନ ସ୍ଥାନ, ସାହି ମାନଙ୍କରେ ଆଜି ଶ୍ରୀ ଶ୍ରୀ ଶ୍ରୀ ବିଘ୍ନରାଜ, ବିନାୟକ, ଶ୍ରୀ ଗଣେଶଙ୍କ ପୂଜା ଖୁବ ଧୁମ ଧାମ ସହକାରେ ପାଳିତ ହେଉଛି। ଗଣେଶଙ୍କ ପୂଜା କାର୍ଯ୍ୟକ୍ରମ ପାଇକ ସାହି, ବସଷ୍ଟାଣ୍ଡ ମୁଖ୍ୟ ରାସ୍ତା, ଶ୍ରୀରାମ ଛକ, ପାତ୍ର ସାହି, ଭିମା ସାହି, ଗୋତି ସାହି, ସତନାମୀ ସାହି, ବିଭିନ୍ନ ସରକାରୀ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପାଳିତ ହେଉଛି, କେତକ ପୂଜା କମିଟି ତରଫରୁ ବିଭିନ୍ନ ଦିନମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ନପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହିଥିବା ପୂଜା କମିଟି ସୂତ୍ରରୁ ପ୍ରକାଶ, ଅଂଚଳରେ ଗଣେଶ ପୂଜା ପର ଦିନ ନୂଆଖାଇ ପାଳନ ହେଉଥିବାରୁ ବଜାର ରେ ଲୋକଙ୍କ ପ୍ରବଳ ଗହଳି ଦେଖୁବାକୁ ମିଳିଛି, ବଜାରରେ ଲୁଗାପଟା ଦୋକାନ, ପୂଜା ଦୋକାନ, କିରାନା ଦୋକାନ, ପରିବା ଦୋକାନ ମାନଙ୍କରେ ଲୋକଙ୍କ ପ୍ରବଳ ଭିଡ଼ ଦେଖୁବାକୁ ମିଳିଛି, ନୂଆଖାଇ ପାଇଁ ଦେଶ, ବିଦେଶରେ ଏବଂ ବାହାରେ ରହୁଥିବା ସମ୍ପର୍କୀୟ, ବନ୍ଧୁ ବାନ୍ଧବ ମାନେ ନିଜ ନିଜ ଗ୍ରାମକୁ ଫେରୁଥିବା ଦେଖୁବାକୁ ମିଳିଛି, ବ୍ଳକର ମୈଦଲପୁର, ତୁମ୍ବର୍ଲା, ଜଟାବାଲ, ମୋକିଆ ଏବଂ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଖୁବ ଅ ଆନନ୍ଦ ଉଲ୍ଲାସର ସହକାରେ ଗଣେଶ ପୂଜା ପାଳନ ହେଉଥିବା ସୂଚନା ମିଳିଛି।