Education

ଆଦିବାସୀ ପୁଅ ଦେବାଶିଷ ଡାକ୍ତର ହେବ

ଆଦିବାସୀ ପୁଅ ଦେବାଶିଷ ଡାକ୍ତର ହେବେ

ଉମରକୋଟ,ତା୨୮/୮ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ

ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପାରା ପଞ୍ଚାୟତ ଅନ୍ତର୍ଗତ ଓଡଣ୍ଡି ଗ୍ରାମର ସୁକାଲୁ ଗଣ୍ଡଙ୍କ ପୁଅ ଦେବାଶିଷ ଗଣ୍ଡ । ସମଗ୍ର ଆଦିବାସୀ ଜନଜାତି ସମ୍ପ୍ରଦାୟର ଟେକ ରଖୁଥ‌ିବାରୁ ଏହାକୁ ନେଇ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । ପିଲାଟି ଦିନରୁ ଦେବାଶିଷ ପାଠ ପଢିବାକୁ ବହୁତ ଭଲ ପାଉଥିଲେ। ଯୁକ୍ତଦୁଇ ବିଜ୍ଞାନ ପଢ଼ି ସରିବା ପରେ ବର୍ତ୍ତମାନ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ “କଲେଜରେ ନାମ ଲେଖାଇଥିବା ଶିକ୍ଷକ ଅନିଲ କୁମାର ସୁନା କହିଛନ୍ତି। ନିଜର “ଛାତ୍ର ଜୀବନ ଗ୍ରାମାଞ୍ଚଳରେ କଟାଇଥିବା ବେଳେ ଦେବାଶିଷ ଉମରକୋଟ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗୀୟ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ୯୨ ପ୍ରତିଶତ ମାର୍କ ରଖ୍ ଦଶମ ପାସ କରିବା ପରେ ଏକାଦଶ ଏବଂ ଦ୍ବାଦଶ ମଧ୍ୟପ୍ରଦେଶର ଭୋପାଳ ଠାରେ ଏକାଦଶ ମଡେଲ ଆବାସିକ ବିଦ୍ୟାଳୟରେ ନାମ ଲେଖାଇ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିଥିଲେ । ଦେବାଶିଷଙ୍କ ସଫଳତା ପଛରେ ଶିକ୍ଷକ ଅନିଲ କୁମାର ସୁନାଙ୍କ ବହୁ ଅବଦାନ ରହିଛି। ଅନିଲ ସାର୍ ଉଦ୍ୟମରେ ଆଗକୁ ବଢିବା ପାଇଁ । ପ୍ରେରଣା ଦେଇଥିଲେ । ତାଙ୍କ ପ୍ରଗତିବାଦ ରାର ଏବଂ ସ‌ହଯୋଗରେ ଦେବାଶିଷ ଡାକ୍ତର ବନିବାକୁ। ଯାଉଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button