Education

29 ବିଦ୍ୟାଳୟ ଛାତରୁ ଗଳୁଛି ପ।ଣି ଓ ପ୍ରଶାସନ କୁ ସମ।ଧ।ନ ପାଇ ଦ।ବି

୨୯ ବିଦ୍ୟାଳୟ ଛାତରୁ ଗଳୁଛି ପାଣି

ପ୍ରଶାସନ ଅତିଶୀଘ୍ର ସମସ୍ୟା ସମାଧାନ କରିବାକୁ ଦାବି

ନନ୍ଦପୁର,28/8

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଧୀନ ୨୩ ପଞ୍ଚାୟତର ଶିକ୍ଷା ବିଭାଗର ୨୧ ଓ ମଙ୍ଗଳ ବିଭାଗର ୮ ବିଦ୍ୟାଳୟ ଛାତରୁ ବର୍ଷାଜଳ ଗଳୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କ ଜରିଆରେ ବର୍ଷାଦିନ ପୂର୍ବରୁ ଶିକ୍ଷାନୁଷ୍ଠାନଗୁଡିକର ସ୍ଥିତି ନେଇ ଅବଗତ କରିଥିଲେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ବର୍ତ୍ତମାନ ବାହାରେ ଲଗାଣ ବର୍ଷା ଓ ଶିକ୍ଷାନୁଷ୍ଠାନ ଭିତରେ ଗଳୁଥିବା ବର୍ଷାଜଳ ଛାତ୍ରୀଛାତ୍ର, ଅନ୍ତେବାସୀ ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ହଇରାଣ କରାଯାଉଥ‌ିବା କହିଛନ୍ତି।

ନନ୍ଦପୁର ବ୍ଲକ୍ ଶିକ୍ଷା ବିଭାଗ ଅଧୀନରେ ଥିବା ୧୯୦ ବିଦ୍ୟାଳୟ ମଧ୍ଯରୁ କଣ୍ଟାସାରୁ, ପରଜା ଭୀମଡଲ, ଅଣ୍ଡରଗୁଡ଼ା, ଏନୁଙ୍ଗୁଗୁଡା, ପୋଡ଼େଇ, ଲାମୀ, ସିନ୍ଧିପୁଟ, ନନ୍ଦୀଗୁଡା, ମାଳି ସୁବୁଲାର, ତାମଡିଙ୍ଗ, ବଡଙ୍ଗ, ପ୍ରଧାନିପୁଟ, ଡାଙ୍ଗବିର, ପରଜା ବଡ଼ପଡ଼ା, ଖୁଡୁବ, ରସାପୁଟ, ନିମାଲଗନ୍ଦି, ଜିରା, ପାନ୍ଥଲୁଙ୍ଗ, ଜରାଇ ଓ କୁଲାବିର ଆଦି ୨୧ ବିଦ୍ୟାଳୟର ଏକାଧିକ ଶ୍ରେଣୀଗୃହ ଛାତରୁ ବର୍ଷାପାଣି ଗଳୁଥବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଖିଷୟ ମଧ୍ୟଳ । ବିପାଧି ଦ୍ବାରା ପରିଚାଳିତ ୧୮ ସେବାକ୍ରମ ଭଲ କି ୪୫ ବାହାବାଙ୍କ ନିବାସର ସମାନ ଅବସ୍ଥା ଥିବା ସୂଚନା ମିଳିଛି। ହକିପୁଟ ସେବାଶ୍ରମ, ପିସଏଚ୍ କମାର ବେନଗାଁ, ହଞ୍ଜରପେଣ୍ଟ ପିଏସ୍ଏଚ, ପରଜାବଡପଡ଼ା ଓ କୁଲାରସିଂ ବିଜୁ ପଟ୍ଟନାୟକ ।

ସ୍କୁଲ ମଙ୍ଗଳ ଅଧିକାରୀ ଓ ଆଇଟିଡିଏ କର୍ତ୍ତୃପକ୍ଷଙ୍କୁ ଆଗୁଆ ସୂଚନା ଦେଇଥିବା କହିଛନ୍ତି। ଶିକ୍ଷା ବିଭାଗର କ୍ଲଷ୍ଟର ସିଆର୍‌ସିସିମାନଙ୍କ ଜରିଆରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ଲକ୍ ଶିକ୍ଷାଧିକାରୀ, ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି। କିନ୍ତୁ ବର୍ଷାଦିନକୁ ଆଖ୍ ଆଗରେ ରଖ୍ କୌଣସି ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ବର୍ତ୍ତମାନ ଶ୍ରେଣୀଗୃହ ଭିତରେ ଓ ବାହାରେ ବର୍ଷା ପାଣି ଶିକ୍ଷାଦାନରେ ବାଧକ ସାଜିଥିବା କହିଛନ୍ତି। ଅନ୍ତେବାସୀଙ୍କୁ ଥଣ୍ଡା, ଜ୍ଵର ଓ ଚର୍ମରୋଗ ଆଦି ରୋଗ ବ୍ୟାପୁଛି। ଏ ନେଇ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନାଗେନ ତ୍ରିପାଠୀ ସମସ୍ତ ବିଦ୍ୟାଳୟର ସ୍ଥିତି ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। କିଛି ସ୍କୁଲର ମରାମତି ପାଇଁ ଆର୍ଥକ ଅନୁମୋଦନ ମିଳିଛି। କିଛି ବିଦ୍ୟାଳୟକୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପଲିଥୁନ କିଣି ଗଳୁଥିବା ଛାତ ଓ କାନ୍ଥରେ ବିଛାଇବା ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ ସିଆର୍‌ସିସିମାନଙ୍କଠାରୁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ସଂଗୃହୀତ ମାସିକ ତଥ୍ୟ ପ୍ରତ୍ୟେକ ମାସ ଜିଲା ଶିକ୍ଷାକାରୀ, ଡିପିଇପି ପ୍ରକଳ୍ପ ଅଧିକାରୀଙ୍କ ସମେତ ବ୍ଲକ୍ ପ୍ରଶାସନକୁ ପ୍ରଦାନ କରାଯାଇ ଥାଏ। ବୁମ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ପଞ୍ଚାୟତ, ବ୍ଲକ୍ ପ୍ରଶାସନ ସମେତ ଡିପିଇପି କର୍ତ୍ତୃପକ୍ଷଙ୍କର ବୋଲି ସୂଚନା ଦେଇଛନ୍ତି। ଜିଲ୍ଲା, ବ୍ଲକ୍, ପଞ୍ଚାୟତ ପ୍ରଶାସନ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button