Education

ଗଣେଶ ପୂଜ।ରେ ଗୁଣୁପୁର ଆଶ୍ରମ ସ୍କୁଲ ରେ ଅଘଟଣ

ଗଣେଶ ପୂଜାରେ ଅଘଟଣ

ଛାତରୁ ଖସି ଲୁହା ଗ୍ରୀଲ୍‌ରେ ଝୁଲି ରହିଲେ ଛାତ୍ର

ଗୁଣୁପୁର, ୨୭୯ : ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ । ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ତୃତୀୟ ଶ୍ରେଣୀ ଛାତ୍ର । ଛାତରୁ ଖସି ଲୁହା ଗ୍ରୀଲ୍ ଉପରେ ଘଣ୍ଟାଏରୁ ? ଅଧିକ ସମୟ ଧରି । ଝୁଲି ରହିଲେ । ଛାତ୍ରଙ୍କ ବାମ ଜଙ୍ଘରେ ପଶିଗଲା ଲୁହା ରଡ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ସ୍କୁଲରେ ଗଣେଶ ପୂଜା ଚାଲିଥିଲା । ପିଲାମାନେ ଜଣକ ପରେ ଜଣେ ଆସି ପ୍ରଭୁ ଗଣେଶଙ୍କ ନିକଟରେ ନଡ଼ିଆ ନୂଆ ପିଟି ଆଶିଷ ନେଉଥିଲେ । ଏହି ସମୟରେ ଛାତ୍ର ଗିରିଧାରୀ ଶବର ସ୍କୁଲର ରୋଷେଇ ଘର ପଛ ପଟକୁ ଛାତ୍ର ଜଣକ ଯାଇ ଛାତ କୁ ଚଢ଼ିଥିଲେ । କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଖସି ପଡିବାରୁ ବିଦ୍ୟାଳୟ ଫାଟକ ଉପରେ ଲାଗିଥିବା ଲୁହା ଛଡ଼ ତାଙ୍କ ବାମ ଜଙ୍ଘ ରେ ପଶି ଯାଇଥିଲା ।

ସେଠ।ରେ ସେ ଘଣ୍ଟାଏରୁ ଅଧିକ ସମୟ ଧରି ଝୁଲି ରହିଥିଲେ ରହି । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ କର୍ତ୍ତୃ ସେଠାରେ ପହଂଚିଥିଲେ । ଲୁହା ଛଡ଼ ତୀର ତାଙ୍କ ବାମ ଜଙ୍ଘ ରେ ପଶି ରହିଥିବାରୁ ଛାତ୍ର ଜଣକୁ ସେହି ଅବସ୍ଥାରେ ଉଦ୍ଧାର କରିବା ରିବା ସମ୍ଭବପର ନ ଥିଲା। ସଂଗେ ସଂଗେ ବିଦ୍ୟାଳ ଳୟ କର୍ତ୍ତୃପକ୍ଷ ଗୁଣପୁର ଅଗ୍ନିଶମ ବିଭାଗକୁ ଖବର ଖ ଦିଆଯାଇଥିଲା ।

ଗୁଣପୁର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଉପଖଣ୍ଡ ଚିକତ୍ସାଳୟ ର ଡ଼ାକ୍ତର ଦଳର ପ୍ରୟାସ ରେ ଆହତ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ତେବେ ବେ ସ୍କୁଲ କର୍ତ୍ତୃପକ୍ଷ

ଛୋଟ ପିଲାଙ୍କ ଉପରେ ଧ୍ୟାନ ଦେଉ ନ ଥିବାରୁ ବାରମ୍ବାର ସ୍କୁଲ ମାନଙ୍କରେ ଏହି ଭଳି ଅଘଟଣ ଘଟୁଛି। ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ପାଢୀ ନିଜ ଭୁଲକୁ ସ୍ଵୀକାର କରିବା ପରିବର୍ତ୍ତେ ବିଦ୍ୟାଳୟରେ ପାଚେରି ନ ଥିବାରୁ ପିଲାମାନେ ବାହାରକୁ ପଳେଇବାରୁ ଏହି ଭଳି ଅଘଟଣ ଘଟିଛି । ଏ ଘଟଣା ସମ୍ପର୍କରେ ଗୁଣପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରାଙ୍କୁ ପଚାରିବାରୁ ବାରୁ ବର୍ତ୍ତମାନ ଆହତ ଛାତ୍ର ଜଣକ ସୁସ୍ଥ ରହିଥିବା ସେ ପ୍ରକାଶ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button