ଗଣେଶ ପୂଜ। ରେ 3000 କୋଟିର ବେପାର
ଗଣେଶ ପୂଜାରେ ୩୦୦୦ କୋଟିର ବେପାର
ଭୁବନେଶ୍ବର, ୨୭/୮
ପବିତ୍ର ଗଣେଶ ପୂଜାକୁ ସାରା ରାଜ୍ୟରେ ଉତ୍ସାହର ସହ ପାଳନ କରାଯାଉଛି। ବଡ଼ ବଡ଼ ଛକରେ ସୁଦୃଶ୍ୟ ପେଣ୍ଡାଲ୍ଠାରୁ ଆରମ୍ଭ କରି ଗଳିକନ୍ଦିରେ ଛୋଟ ବଡ଼ ପୂଜା ଆୟୋଜନ କରାଯାଇଛି। ସହରାଞ୍ଚଳରେ ଘରେ ଘରେ ମଧ୍ୟ ମୂର୍ତ୍ତି ସ୍ଥାପନ କରି ପୂଜା କରାଯାଉଛି। ଏହି ଆୟୋଜନ ପଛରେ ମୋଟା ଅଙ୍କର ବ୍ୟୟ ମଧ୍ୟ ହେଉଛି।
» ସାଜସଜ୍ଜାରେ ବିପୁଳ ବ୍ୟୟ » ମିଷ୍ଟାନ୍ନ, ଫୁଲ ବଜାରରେ ଚମକ
ଆକଳନରୁ ଜଣାପଡ଼ିଛି ଯେ କେବଳ ଗଣେଶ ପୂଜାରେ ରାଜ୍ୟରେ ପ୍ରାୟ ୩୦୦୦ କୋଟି ଟଙ୍କାର ବେପାର ହେଉଛି । ପେଣ୍ଡାଲ୍ ସଜାଇବାଠାରୁ ଆରମ୍ଭକରି ଆଖପାଖ ସ୍ଥାନରେ ଆଲୋକ
ବ୍ୟବସ୍ଥା ବ୍ୟବସ୍ଥା ଓ ଓ ବଡ଼ ଚ ବଡ଼ ତୋରଣ ଲଗାଇବା, ମୂର୍ତ୍ତି କିଣିବା, ଭୋଗ ପାଇଁ ମିଷ୍ଟାନ୍ନ, ଫୁଲ ଓ ନୂଆ ପୋଷାକ କିଣିବାରେ ଏହି ଖର୍ଚ୍ଚ ହୋଇଛି।
ଏ ସମ୍ପର୍କରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି)ର ଜାତୀୟ ସଭାପତି ଆର୍ ରାଜ୍ୟରେ ପାଳନ କରାଯାଉଥିବା ଏକ ପ୍ରମୁଖ ପୂଜା, ଯେଉଁଥିରେ ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ
କରୁଛନ୍ତି । ବହୁ ଦିନ ପୂର୍ବରୁ ଯୋଜନା କରି ସେମାନେ ପୂଜା ଆୟୋଜନ କରୁଛନ୍ତି । ସହରଗୁଡ଼ିକ ଭିତରେ ଭୁବନେଶ୍ଵର, କଟକ, ତାଳଚେର, ଜଟଣୀ, ରାଉରକେଲା, ବ୍ରହ୍ମପୁର ଆଦିରେ ଆଡ଼ମ୍ବରରେ ଏହି ପୂଜା ଅନୁଷ୍ଠିତ ହେଉଛି। ଶ୍ରୀ ଶୁକ୍ଳାଙ୍କ ସୂଚନା ଅନୁସାରେ ସାରା ରାଜ୍ୟରେ ଗଣେଶ ପୂଜା ରୈ
କେଉଁଥିରେ କେତେ (କୋଟି ଟଙ୍କାରେ)
ସାଜସଜ୍ଜା
୧୨୦୦
ମିଷ୍ଟାନ୍ନ
900
९१०
ପୋଷାକ
୧୦୦
१०
ପୂଜା ଉପଲକ୍ଷେ ପେଣ୍ଡାଲ ଓ ସାଜସଜ୍ଜାରେ ପ୍ରାୟ ୧୧୦୦ରୁ ୧୨୦୦ କୋଟି ଟଙ୍କା, ମୂର୍ତ୍ତି କିଣାରେ ୫୦୦-୬୦୦ କୋଟି ଟଙ୍କା, ମିଷ୍ଟାନ୍ନରେ ୧୦୦-୧୨୦ କୋଟି ଟଙ୍କା, ପିଲାମାନଙ୍କ ପୋଷାକ କିଣାରେ ୧୦୦ କୋଟି ଟଙ୍କା ଏବଂ ଫୁଲ କିଣାରେ ୧୫-୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି।
ମିଷ୍ଟାନ୍ନ ବ୍ୟବସାୟୀ ବିମ୍ବାଧର ବେହେରା କହିଛନ୍ତି ଯେ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକେ ସେଓ, ବୁନ୍ଦି, ମୋଦକ, ମିଠାଇ ଆଦି
କିଣିଛନ୍ତି| ହାରାହାରି ଭାବେ ଜଣେ ଗ୍ରାହକ ୩୦୦ରୁ ୪୦୦ ଟଙ୍କାର ମିଠା କିଣିଛନ୍ତି। ସହର ସାରା ବିଭିନ୍ନ ସ୍ଥାନରେ ସବୁ ପ୍ରକାର ମିଷ୍ଟାନ୍ନ ଦୋକାନରେ ବେପାର ହୋଇଛି। ତେବେ ଚଳିତ ବର୍ଷ ପୂଜା ଦିନ ବର୍ଷାର ପ୍ରଭାବ ରହିବାରୁ ବ୍ୟବସାୟ କିଛିଟା ପ୍ରଭାବିତ ହୋଇଛି।
ଗଣେଶ ପୂଜାରେ ଛୋଟ ପିଲାମାନଙ୍କ ପାଇଁ ସାଧାରଣତଃ ନୂଆ ପୋଷାକ କିଣାଯାଇଥାଏ | ପ୍ରତି ପିଲାଙ୍କ ପିଛା ପୋଷାକ କିଣାରେ ହାରାହାରି ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି। ଯୁବକଯୁବତୀମାନେ ମଧ୍ୟ ନୂଆ ପୋଷାକ କିଣନ୍ତି। ସେହି ବର୍ଗରେ ଗ୍ରାହକ ପିଛା ହାରାହାରି ଖର୍ଚ୍ଚ ୧୦୦୦ରୁ ୧୫୦୦ ଟଙ୍କା ମଧ୍ୟରେ ରହିଛି।
ଜଣେ ବିଶେଷଜ୍ଞ କହିଛନ୍ତି ଯେ ଗଣେଶ ପୂଜା ବ୍ୟବସାୟ ପୂଜାର ସପ୍ତାହେ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇ ଭସାଣି ପର୍ଯ୍ୟନ୍ତ ବଜାୟ ରହିଥାଏ । ବଡ଼ ଧରଣର ପୂଜା ଆୟୋଜନ କରୁଥିବା କମିଟିଗୁଡ଼ିକ ଲୋକମାନଙ୍କ ମନୋରଞ୍ଜନ ପାଇଁ ମେଲୋଡି, ଭଜନ ସନ୍ଧ୍ୟା ଆଦିରେ ମଧ୍ୟ ବ୍ୟୟ କରୁଛନ୍ତି। ଲୋକପ୍ରିୟ କଳାକାରମାନଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ସେଥିରେ କଳାକାରମାନଙ୍କ ପାଉଣାଠାରୁ ଆରମ୍ଭକରି ସେମାନଙ୍କ ଟିମ୍ର ଲଜିଷ୍ଟିକ୍ସ ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁଛି!