DistrictKoraputPolitics

ମାଳିପର୍ବତ ସୁରକ୍ଷା ସମିତି ସଂଘ ପକ୍ଷରୁ ଡେକାପାର୍ ଠାରେ ଜନ ଜାଗରଣ ସଭା ଅନୁଷ୍ଟିତ ହୋଇଥିଲା।

କୋରାପୁଟ, ୨୮/୦୮: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍‌ର ସୋରିଷପଦର, ଖୁଡ଼ି, ପାକୁଝଲା ଓ ଦୋଲୋଇଗୁଡ଼ା ଗ୍ରାମପଞ୍ଚାୟତ ଅଧୀନ ଗ୍ରାମଗୁଡ଼ିକର ଲୋକଙ୍କ ଯୋଗଦାନରେ ମାଳିପର୍ବତ ସୁରକ୍ଷା ସମିତି ସଂଘ ପକ୍ଷରୁ ଆଜି ଡେକାପାର୍ ଗାଁରେ ବିଶାଳ ଜନଜାଗରଣ ସଭା ଆୟୋଜିତ ହେଲା ।

ସଭାରେ ଉପସ୍ଥିତ ଲୋକମାନେ କହିଛନ୍ତି, ହିଣ୍ଡାଲକୋ ଲିଜ୍ ସମୟ ସମାପ୍ତ ହୋଇଯାଇଥିବା ସତ୍ତ୍ୱେ ମଧ୍ୟ ସ୍ଥାନୀୟ ଆଦିବାସୀଙ୍କ ଉପରେ ମିଥ୍ୟା ମାମଲା ଚାଲିଥିବା ଅତ୍ୟନ୍ତ ଦୁଃଖଦ।ଏହି ଅନ୍ୟାୟ ପ୍ରତିବାଦରେ ଦସ୍ତଖତ ଅଭିଯାନ ମାଧ୍ୟମରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର ପ୍ରେଷଣ କରିବାକୁ ଠିକ୍ କରାଗଲା ।

ସଭାରେ ହଜାରେ-ହଜାରେ ଲୋକଙ୍କ ଯୋଗଦାନ ହୋଇଥିଲା । ସେମାନେ ସମିତିଙ୍କ ପକ୍ଷରୁ ମାଳିପର୍ବତକୁ ସୁରକ୍ଷା କରିବା ଓ ଆଦିବାସୀଙ୍କ ଅଧିକାରକୁ ରକ୍ଷା କରିବା ପାଇଁ ଜଗଦେଇଥିଲେ

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button