Education

ଅପହୃତ ବ।ଳିକ। ଛଅ ମ।ସ ପରେ ଆସି ଥ।ନ। ରେ ଦୃ।ରସ୍ଥ ସୁଧାର ଗୃହ ପଠ।ଇଲେ ପୋଲିସ

ଅପହୃତ ବାଳିକା ୬ ମାସ ପରେ ଥାନାର ଦ୍ବାରସୁ

ସୁଧାର ଗୃହକୁ ପଠାଇଲେ ପୁଲିସ, ଡାକ୍ତରୀ ପରୀକ୍ଷା ଆଜି

ଭୋଗରାଇ, ଚନ୍ଦନେଶ୍ବର,୨୬/୮: ୬ ମାସ ପୂର୍ବରୁ ଅପହରଣ

ହୋଇଥିବା ଜଣେ ବାଳିକା ଖସି ଆସି ମଙ୍ଗଳବାର ଭୋଗରାଇ ଥନାର ଦ୍ବାରସ୍ଥ ହୋଇଛନ୍ତି। ନ୍ୟ।ୟ ପାଇଁ ବ।ଳିକା ଦ।ବି କରିଛନ୍ତି। ଥାନା ଅଧିକରୀ ଗୋହିତ କୁମାର ବଳ ତାଙ୍କୁ ବାଲେଶ୍ଵର ସୁଧାର ଗୃହକୁ ପଠ।ଇଛନ୍ତି। ବୁଧବର ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ପୀଡ଼ିତା ହେଲେ ଭୋଗଗଇ ବ୍ଲକ ଟୁକୁରାହାଜିରା ଅଞ୍ଚଳର ବନବାସିନା

(ଛଦ୍ମନାମ, ୨୨) ବୋଲି ଜଣାପଡ଼ିଛି । ବାଲେଶ୍ଵର ଜିଲ୍ଲା ସଦର ଥାନା

ପରିଖି ପଞ୍ଚାୟତ ଅଧୀନ ମାଝିଚକ ଗାଁର ଫକୀର ଅଲ୍ଲୀ ଖାଁଙ୍କ ପୁଅ ଅବଦୁଲ ଗଫୁର ଅଲ୍ଲୀ ଖାଁଙ୍କ ସହ ବନବାସିନୀଙ୍କ କବାଡ଼ି ଖେଳରୁ ସମ୍ପର୍କ ଆରମ୍ଭହୋଇଥିଲା। ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢି ଉଠିବା ପରେ ବନବାସିନୀ ଗଫୁରଙ୍କୁ ଅନ୍ୟ ସମ୍ପ୍ରଦାୟର ଜାଣିବା ପରେ ଦୂରେଇ ଗଲେ। ଗତ ମାର୍ଚ୍ଚ ୨ ତାରିଖ ବନବାସିନୀଙ୍କର ବାହାଘର

ଠିକ ହୋଇଥିଲା । ମାତ୍ର ୧ ତାରିଖ ରାତି ପ୍ରାୟ ୨ଟା ବେଳେ ରଣକୋଠା ଗାଁର ମଣ୍ଟୁ ପ୍ରଧାନଙ୍କ ପୁଅ ନନିଗୋପାଳଙ୍କ ସହଯୋଗରେ ଗଫୁର ତାଙ୍କୁ ନାକରେ ନିଶା ଦେଇ ଉଠାଇ ନେଇଥିଲେ। ବିବାହ ପାଇଁ କିଣଯାଇଥିବା ପ୍ରାୟ ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ସାଥୀରେ ନେଇଥିବା ଅଭିଯୋଗରେ ଉଲ୍ଲେଖ ଅଛି। ମାର୍ଚ୍ଚ ୩ରେ ବାଳିକାଙ୍କ ମାଆ ଭୋଗରାଇ ଥାନାରେ ଲିଖୁତ ଅଭିଯୋଗ କରିଥିଲେ। ଭୋଗରାଇ

ଥାନାରେ ନଂ ୭୬/୨୫ରେ ମାମଲା ରୁଜୁ ହୋଇଥିଲା । ଚେତା ଆସିବା ବେଳକୁ ବାଳିକା ବାରିପଦରେ ଥିଲେ ବୋଲି ପ୍ରକାଶ କରିଛନ୍ତି । ସେଠାରେ ତାଙ୍କୁ ହାତ, ଗୋଡ଼ ବାନ୍ଧି ଶାରୀରିକ ତଥା ମାନସିକ ନିର୍ଯତନା ଦିଆଯାଉଥିଲା। ଏହାଛଡ଼ା ସେଠାରେ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇଥିଲା। କୌଶଳ କ୍ରମେ ଝିଅଟି ସେଠାରୁ ଖସି ଆସି ମଙ୍ଗଳବାର ଭୋଗରାଇ ଥାନାରେ ପହଞ୍ଚିଛନ୍ତି । ତେବେ ଏହି ଘଟଣାରେ ଅନ୍ୟ ୫ଜଣ ସାମିଲ ଥିବା ଜଣାପଡିଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button