DistrictEntertainmentMalkangiri

ବାଲିମେଳା ରେ ଗଣେଶ ପୂଜା ପାଳିତ

ମାଲକାନଗିରି, ୨୭/୦୮: ଆଜି ମାଲକାନଗିରି ଜିଲ୍ଲା ବାଲିମେଳାର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା।ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ।

କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବା ତଥା ବୟସ୍କ ଲୋକ ମଧ୍ୟ ଗଣେଶ ପୂଜା କୁ ବେଶ ଆନନ୍ଦ ଓ ଉଲ୍ଲାସର ସହ ବିଭିନ୍ନ ସାଜ ସଜ୍ୟା ସୁନ୍ଦର ଆଲୋକମାଳା ରେ ସଜାଇ ଗଜାନନଙ୍କ ପୂଜା କରନ୍ତି ।

ଆଜି ବାଲିମେଳାର ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ବାଲିମେଳା କଲେଜ,ୟୁଜିଏମଈ ସ୍କୁଲ, ନୂଆ ସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟ,ଡ୍ରଗ ଲାଇନ ଏମ ଈ ସ୍କୁଲ, ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାଲିମେଳା ମେଡିକାଲ,ପମ୍ପ ଲାଇନ, ଗୁଡ଼ି ଲାଇନ, ସାଇଁ ବାବା ଲାଇନ, ଫ୍ରେଣ୍ଡ୍ସ ୟୁନିୟନ(ଦୁର୍ଗା ପଡିଆ),ବିବେକା ନନ୍ଦ କ୍ଳବ,ବଜାର ଡେଲି ମାର୍କେଟ,ମେଡିକାଲ ସାହି ଉପର ଲାଇନ,ମାଉସୀମା ମନ୍ଦିର ଛକ, ମେକ ଏ ଫ୍ୟୁଚର କୋଚିଂ ସେଣ୍ଟର, ଓସିସି ଛକ ମାନଙ୍କରେ ଧୁମ ଧାମରେ ଆୟୋଜନ କରାଯାଇଛି ଗଣେଶ ପୂଜା।ସକାଳୁ ସକାଳୁ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ମାନେ ନୂତନ ପୋଷାକ ପିନ୍ଧି ସ୍କୁଲରେ ପହଞ୍ଚି ଗଣେଶ ଙ୍କ ପୂଜା କରିଛନ୍ତି।


ଗୁଡ଼ି ଲାଇନ (ବାଲିମେଳା )


ଦୁର୍ଗା ପଡିଆ (ଫ୍ରେଣ୍ଡସ ୟୁନିୟନ ) ବାଲିମେଳା


ପମ୍ପ ଲାଇନ (ବାଲିମେଳା )

Rakesh Kumar Kuladeep (Block Reporter) Balimela

Related Articles

Leave a Reply

Your email address will not be published. Required fields are marked *

Back to top button