ଚେତାବନୀ ଦେଲେ କୃଷି ମନ୍ତ୍ରୀ, ଧ।ନ ମଣ୍ଡି ରେ ଦଲ।ଲ ଙ୍କୁ ବରଦାସ୍ତ କର।ଯିବ ନ।ହିଁ
ଚେତାବନୀ ଦେଲେ କୃଷି ମନ୍ତ୍ରୀ
ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ: କୃଷି ମନ୍ତ୍ରୀ
ପଞ୍ଜୀକରଣ ଅବଧୂ ବୃଦ୍ଧି କରିବା ଦାବି ଭିତରେ ଧାନ ବେପାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି କୃଷି ମନ୍ତ୍ରୀ । ସେ କହିଛନ୍ତି ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ । ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହି । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ।ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ସରକାର ଇନ -ସବସିଡି ବାବଦକୁ ୮୦୦ ଟଙ୍କା ଦେଉଛନ୍ତି । ଦେଶ ବପାରୀ ଏହାର ଫାଇଦା ଉଠାଇବାକୁ ଛତିଶଗନ୍ଧର ଧାନ ନ ଉଠାଉଛନ୍ତି । ଓଡ଼ିଶାର ଅନେକ ଚାଷୀ ଧାନ କରିପାରୁନଥିବା ଅଭିଯୋଗ ଆଣୁଥିବା ବେ ଛତିଶଗଡରୁ ଧାନ ଆଣି ବେପାରୀ ବିକ୍ରି କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଚାଷୀ । ଏମାନଙ୍କ ବିରୋଧରେ ଜିରୋ ଟଲେରାନସ ନୀତି ଆପଣାଯିବ ବୋଲି ପୂର୍ବରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମଣ୍ଡି ଓଡ଼ିଶାର ଚାଷୀଙ୍କ ଧାନ ବିକ୍ରି ପାଇଁ। ଏଠାରେ ଛତିଶଗଡ଼ର ଚାଷୀଙ୍କ ଧାନକୁ ବିକ୍ରି କରାଇଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେଭି ସିଂଦେଓ ।