ଦିନ ଦିପହର ପା ଉରବେଲି ଛକ ରେ ଡକ।ଇତ ଉଦ୍ୟମ
ଦିନ ଦ୍ବିପ୍ରହରେ ପାଉରବେଲି ଛକରେ ଡକାୟତି ଉଦ୍ୟମ : ବାଇକରୁ ପଡି ସ୍ଵାମୀସ୍ତ୍ରୀ ଗୁରୁତର
ଝରିଗାଁ,ତା27/8–ଦିନ ଦ୍ବିପ୍ରହରେ ଡକ କାୟତି ଉଦ୍ୟମ ବେଳେ ବାଇକରୁ ପଡି ସ୍ଵାମୀସ୍ତ୍ରୀ ଗୁରୁତର ।ଅ ଆଜି ଅପରାହ୍ନ ପ୍ରାୟ ୪ ଘଂଟିକା ସମୟରେ ଡକାୟତି ଉଦ୍ୟମ କରୁଥିବା ବେଳେ ବାଇକରୁ ପଡି ସ୍ଵାମୀସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ସୂଚନା ମିଲିଛି । ସୂଚନା ପ୍ରକାରେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଂଚାୟତ ଅନ୍ତର୍ଗତ ମୁଣ୍ଡିମାଲ ଗ୍ରାମର ରାଧବ ଯାନୀ ( ୨୫ ) ଓ ସ୍ତ୍ରୀ ଲିସା ଗଣ୍ଡ ( ୨୦) ପାଲିଆ ପଂଚାୟତ ଅନ୍ତର୍ଗତ ବେଳଝରି ଗ୍ରାମରେ ବିବାହ କରିଥିବା ନିଜ ଭଉଣୀ ସଭାମଣି ଯାନୀଙ୍କୁ ଦେଖୁବାକୁ ଆସିଥିଲେ ।ଆଜି ଅପରାହ୍ନ ୪ ଘଂଟିକା ସମୟରେ ନିଜ ଗ୍ରାମକୁ ଫେରୁଥିବା ବେଳେ ରାମସା ଛକ ଠାରୁ ଗୋଟେ ବାଇକରେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ ପଛେ ପଛେ ଘୋଡେଇ ଥିଲେ ।ପରେ ପାଉରବେଲି ଛକରେ ପହଂବ୍ଧି ପରେ ଚାରିଆଡେ ଜନାଶୂନ୍ୟର ସୁଯୋଗ ନେଇ ନିଜ ବାଇକର ବେଗ ବଢ଼େଇ ରାଧବର ବାଇକ ସମ୍ମୁଖକୁ ନେଇଯାଇଥିଲେ ଓ ବାଇକ ରଖ୍ ଲିସା ଧରିଥିବା ବେଗକୁ ଝାମ୍ପି ଧରି ଛୁ ମାରିଥିଲେ ।ଦୁର୍ବୃତମାନେ ବେଗ ଝାମ୍ପିନେବା ଫଳରେ ଉଭୟେ ସ୍ଵାମ ସ୍ଵାମୀସ୍ତ୍ରୀ ବାଇକରୁ ପଡି କ୍ଷତବିକ୍ଷତ ହୋଇ ରକ୍ତା କ୍ତ ଅବସ୍ଥାରେ ଝରିଗାଁ ରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ପହଂଚି ଚିକିତ୍ସିତ ହେଉଥିବା ସୂଚନା ମିଲିଛି ।ଖବର ପାଇ ଝରିଗାଁ ଆଇଆଇସି ପ୍ରଦୀପ କୁମାର ଶବର ମେଡିକାଲରେ ପହଂଚି ଆହତ ମାନଙ୍କ ବୟାନ ନେଇ ଏକ ମାମଲା ରୁଜୁ କରିଥିବା ସୂଚନା ମିଲିଛି ।