10 ବର୍ଷ ବିତିଲ।ଣି , କାମରେ ଆସୁନି ଛାତ୍ରାବାସ କୋଠ।
୧୦ ବର୍ଷ ବିତିଲା, କାମରେ ଆସୁନି ଛାତ୍ରାବାସ କୋଠା
ପଦ୍ମପୁର, ୨୫/୮ : ପଦ୍ମପୁର ବ୍ଲକ ଆରଜି ମହାବିଦ୍ୟାଳୟ ଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ହେ ଷ୍ଟଲ୍ କୋଠା କାମରେ ଆସୁନି । କୋଠା ନିର୍ମାଣ ହେବା ପରେ ଅଞ୍ଚଳବାସୀ ଓ କଲେଜ ଛାତ୍ରଛାତ୍ରୀ ଖୁସି ହୋଇଥିଲେ । କଲେଜ ପାଖରେ ରହି ପାଠ ପଢ଼ିବା ସହ ଖର୍ଜାନ୍ତରୁ ରକ୍ଷା ପାଇବେ ବୋଲି ଆଶା କରିଥିଲେ । ସେହି ଆଶା ପୂରଣ ହୋଇପାରିଲା ନାହିଁ । ଅଦ୍ୟାବଧୂ ସେହି କୋଠା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ କୋଠା ନିର୍ମାଣ ଶେଷ ହୋଇଛି । ପ୍ରତ୍ୟେକ ବର୍ଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଠିକାଦାରଙ୍କୁ ପୋଷିବା
ନୀତିରେ ବାରମ୍ବାର ମରାମତି କରାଯାଉଛି ସେହି କୋଠା
କାର୍ଯ୍ୟରେ ଲାଗି ପାରୁନି । କୋଠା ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟି ଯାଇଛି । କୋଠାରୁ ବିଭିନ୍ନ ଅସାମାଜିକ ବ୍ୟକ୍ତି ଭାଙ୍ଗିରୁଜି ବିଭି ଯନ୍ତ୍ରପାତି ଚୋରି କରୁଛନ୍ତି ।
ତତ୍କାଳୀନ ବିଜେଡି ସରକାର ସମୟରେ ପଦ୍ମପୁର ବ୍ଲକ ଅଞ୍ଚଳର
ଛାତ୍ରଛାତ୍ରୀ ହଷ୍ଟେଲରେ ରହି ସୁବିଧାରେ ପାଠ ପଢି ପାରିବେ ବୋଲି ଆଶା ରଖୀ କୋଠା ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଅଚଳାବସ୍ଥା ଦେଖ୍ ଅଭିଭାବକ ଓ
ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରୁଛନ୍ତି ଲକ୍ଷାଧ । ଛାତ୍ରଛ ତ୍ରଛାତ୍ରୀ ବାହାରେ ଘର ଭଡ଼ା ନେଇ ରହୁଛନ୍ତି । କାହା ସ୍ୱାର୍ଥରେ କ୍ଷାଧିକ ଟଙ୍କା ଖର୍ଚ୍ଚ କରି ହଷ୍ଟେଲ୍ କୋଠା ନିର୍ମାଣ କରାଗଲା ବୋଲି ପ୍ରଶ୍ନ ଉଠୁଛି । କିଛି ଦିନ ତଳେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଲ୍ରେ ପାନୀୟଜଳ, ବିଦ୍ୟୁତ୍ ସେବ। ଅବ୍ୟବସ୍ଥା ଦେଖା ଦେଇଛି। କୋଠାରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଛି । ବିଦ୍ୟୁତ ଉପକରଣ ଠିକ୍ ଭାବେ କାମ କରୁ ଥିବାରୁ ଆମେ ଦାୟିତ୍ୱ ନେଇ କାର୍ଯ୍ୟକ୍ଷମ କରିପାରୁ ନ ଥିବା ସେ କହିଛନ୍ତି । ଏଥିପ୍ରତି ପ୍ରଶାସନ ଧାନ ଦେବାକୁ ସାଧାରଣରେ ଦାବି ହେଉଛି ।