DistrictEducationMalkangiri

ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବେ କଣ୍ଡେଲ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା ।

ମାଲକାନଗିରି, ୨୬/୦୮:ଜାତୀୟ ସ୍ତରରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବେ ମାଲକାନଗିରି ଜିଲ୍ଲା ବାଲିମେଳା ସହର ରେ ବାସ କରୁ ଥିବା ଶିକ୍ଷକ ବସନ୍ତ କୁମାର ରଣା। ପ୍ରଥମେ ଜିଲ୍ଲା ସ୍ତରରୁ ଚୟନ ହୋଇ ରାଜ୍ୟ ସ୍ତରକୁ ଗଲେ ସେଠୁ ପୁଣି ଚୟନ ହୋଇ ଜାତୀୟ ସ୍ତରରେ ୨୦୨୫ ପାଇଁ ମନୋନୀତ ହୋଇଛନ୍ତି ।

ଏହି ଶିକ୍ଷକ ଜଣଙ୍କ ନିଜ କାର୍ଯ୍ୟକାଳ ସମୟ ମଧ୍ୟରେ ୭ଟି ବିଦ୍ୟାଳୟ କୁ ବଦଳି ହୋଇ ବର୍ତ୍ତମାନ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ର କଣ୍ଡେଲ ଗ୍ରାମର ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ। ଆଦବାସୀ ଉପାନ୍ତ ଅଞ୍ଚଳ ଗୁଡିକରେ କୁନି କୁନି ପିଲା ମାନକଙ୍କୁ ସ୍ନେହ ଆଦର ସହ ଭଲପାଇବା ଦେଇ ନିଜକୁ ଏହି ଶିକ୍ଷାଗତ ବୃତ୍ତିକୁ ଗୁରୁତ୍ୱ ର ସହ ଆପଣାଇଛନ୍ତି।ଜାତୀୟ ସ୍ତରରେ ମନୋନୀତ ହେବା ପରେ ବିଭିନ୍ନ ମହଲରୁ ଶୁଭେଛା ଆସୁଥିବା ବେଳେ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶ୍ରୀ ସମେଶ କୁମାର ଉପାଧ୍ୟାୟ ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ କୁମାର ରଣା ଙ୍କୁ ସନ୍ନମାନିତ କରିଛନ୍ତି। ଆସନ୍ତା ମାସ ୫ତାରିଖ ଦିନ ଗୁରୁଦିବସ ଅବସରରେ ଶ୍ରୀ ବସନ୍ତ ଙ୍କୁ ରାଷ୍ଟ୍ରପତି ଠାରୁ ଜାତୀୟ ପୁରୁଷ୍କାର ରେ ସନ୍ନମାନିତ କରାଯିବ। ଏହି ଖବର ପ୍ରକାଶ ପାଇବା ପରେ ବାଲିମେଳା ସହର ରେ ଖୁସିର ଲହରୀ ଖେଳି ଯାଇଛି ।

Rakesh Kumar Kuladeep (Block Reporter) Balimela

Related Articles

Leave a Reply

Your email address will not be published. Required fields are marked *

Back to top button