ମାଲକାନଗିରି ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା, ଜନଜୀବନ ପ୍ରଭାବିତ

ମାଲକାନଗିରି, ୨୬/୮: ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ପୁନଶ୍ଚ ନଦୀ ନାଳ ଗୁଡିକରେ ଜଳ ସ୍ତର ବୃଦ୍ଧି ପାଇଛି। ଏହି ବର୍ଷା ଯଦି ଆଗକୁ ଜାରି ରହିବ, ତେବେ ସମସ୍ତ ତଳିଆ ଅଞ୍ଚଳଗୁଡିକ ଜଳ ମଗ୍ନ ହୋଇ ଧାନ ଫସଲକୁ ପ୍ରଭାବିତ କରିବ।
ବର୍ତ୍ତମାନ ପାଣି ପାଗ ବିଭାଗ ଅନୁସାରେ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରା ଯାଇଛି।
ଫଳରେ ବର୍ଷା ଅବିଶ୍ରାନ୍ତ ଗତିରେ ଲାଗି ରହିଛି। ଆଗାମୀ କାଲି ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ବ୍ଲକ୍ ରୁ ବୃଷି ପରିମାଣ ରେକର୍ଡ କରାଯାଇଛି।
ମାଲକାନଗିରି ବ୍ଲକରେ ୩୨.୮ ମିମି, ମାଥିଲି ବ୍ଲକ୍ ରେ ୯୬ ମିମି, ଖଇରପୁଟ ବ୍ଲକ ରେ ୮୨ ମିମି, ଚିତ୍ରକୋଣ୍ଡା ବ୍ଲକ ରେ ୬୦ ମିମି, କୋରୁକୋଣ୍ଡା ବ୍ଲକ ରେ ୨୬ ମିମି, କାଲିମେଳା ବ୍ଲକ ରେ ୨୮ ମିମି ଏବଂ ପଡିଆ ବ୍ଳକ ରେ ୧୮.୩ ମିମି ବର୍ଷା ରେକର୍ଡ କରାଯାଇଛି।
ବର୍ତ୍ତମାନ ମାଲକାନଗିରି ଜିଲ୍ଲା ପ୍ରଶାସନ ୨୪ ଘଣ୍ଟା ମଧ୍ୟରେ ୪୯.୦୧ ହାରାହାରି ବର୍ଷା ରେକର୍ଡ କରିଥିବା ଜଣା ପଡ଼ିଛି। ମାଲକାନଗିରି ଜିଲ୍ଲାରେ ବର୍ଷା ଗତ କାଲି ଠାରୁ ଅବିଶ୍ରାନ୍ତ ଗତିରେ ଚାଲିଥିବା ସତ୍ବେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରଖିବାକୁ କୌଣସି ନିର୍ଦ୍ଦେଶ ନାମା ଜାରି କରା ଯାଇ ନାହିଁ।
ପିଲାମାନେ ଶିକ୍ଷାନୁଷ୍ଠାନ ଗୁଡିକୁ ବର୍ଷାରେ ଭିଜି ଭିଜି ଯାଉଥିବା ଦେଖିବାକୁ ମିଳିଛି। ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ରେ ସାପ୍ତାହିକ ହାଟ ଚାଲିଥିବା ସତ୍ବେ ପ୍ରବଳ ବର୍ଷା ଯୋଗୁଁ ଜନସମାଗମ ହ୍ରାସ ପାଇଛି। ଲୋକମାନେ ବର୍ଷା ଯୋଗୁଁ
ଓଦା ସରସର ରେ ବାହାରକୁ ଯିବାକୁ କୁଣ୍ଠାବୋଧ କରିଥିବା
ଯୋଗୁଁ ସହର ବଜାର ଜନଶୂନ୍ୟ ହୋଇପଡିଛି ।
ଅନ୍ୟ ପକ୍ଷରେ ସପ୍ତ ଧାରା,ପାଙ୍ଗାମ,କାଙ୍ଗରୁକୋଣ୍ଡା,ପଟେରୁ, କାଲିମେଳା କନ୍ୟାଶ୍ରମ,ସାବେରୀ, ସିଲେରୁ,ଏମଭି -୯୦ ଆଦି ନଦୀ ନାଳ ଗୁଡିକରେ ଜଳସ୍ତର ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି।