ବ।ଇକ ରୁ ଖସି ନ।ବ।ଳକ ଙ୍କ ମୃତ୍ୟୁ
ବାଇକ୍ରୁ ଖସି ନାବାଳକଙ୍କ ମୃତ୍ୟୁ
ଝରିଗାଁ,25/8
ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ କନ୍ଧଗୁଡ଼ା ଗ୍ରାମ ନିକଟରେ ରବିବାର ଅପରାହ୍ଣ ୩ଟାରେ ବାଇକରୁ ଖସି ଜଣେ ନାବାଳଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଚଚା ପଞ୍ଚାୟତ ଅଧୀନ ଥାଟବେଡ଼ା ଗ୍ରାମର ଯଜମନ ଭତ୍ରା (୧୭)। ଏନେଇ ଝରିଗାଁ ଥାନା କେସ୍ ନମ୍ବର ୧୪୦/ ୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଅଛି।
ସୂଚନାନୁଯାୟୀ, ଚଚା ପଞ୍ଚାୟତ ଅଧୀନ ଥାଟବେଡ଼ା ଗ୍ରାମର ଦୁର୍ଯ୍ୟୋଧନ ଭତ୍ରା (୨୫), ଯଜମନ ଭତ୍ରା (୧୭) ଏବଂ ମଙ୍ଗରୁ ଭତ୍ରା (୨୬) ଏକ ବାଇକ୍ ଯୋଗେ ଉଳକୋଣାସ୍ଥିତ ସାପ୍ତାହିକ ବଜାରକୁ ଯାଉଥ୍ ଉଥିଲେ। କନ୍ଧଗୁଡ଼ା ଗ୍ରାମ ନିକଟରେ ଭାର ଭାରସାମ୍ଯ ହରାଇ ୩ଜଣ ବାଇକ୍ରୁ ତଳକୁ ଖସି ପଡ଼ିଥିଲେ। ଯଜମନଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୨ଜଣ ଆହତ ହୋଇଥିଲେ।
ସେମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଘଟଣାସ୍ଥଳେ ଥାନାଧିକାରୀ ପ୍ରଦୀପ କୁମାର ଶବର, ହାବିଲଦାର ମୁରଲୀ ବିଷୋୟୀ ପହଞ୍ଚୁ ଥିଲେ। ଦୁର୍ଯ୍ୟୋଧନଙ୍କ ଗୋଡ଼ ଭାଙ୍ଗି ଥିବା ଯୋଗୁ ତାଙ୍କୁ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ମୃତକଙ୍କ ସମ୍ପର୍କୀୟ ଭାଇ ତୁଳାରାମ ଭତ୍ରା ଝରିଗ ଥାନାରେ ଲିଖତ ଅଭିଯୋଗ କରିଛନ୍ତି। କେସ ନମ୍ବର ୧୪୦/ ୨୦୨୫ରେ ଏକ ମମଲା ରୁଜୁ କରାଯାଇଛି।