Education

ଦେଶରୁ ବିଦ।ହେବେ ଅନୁପ୍ରବେଶକାରୀ ,ବିହ।ର ପଶ୍ଚିମବଙ୍ଗ ଗ୍ରସ୍ତ ରେ ପ୍ରଧାନମନ୍ତ୍ରୀ ମୋଦି

ବିହାର, ପଶ୍ଚିମବଙ୍ଗ ଗସ୍ତରେ ମୋଦି

|

ଦେଶରୁ ବିଦା ହେବେ ଅନୁପ୍ରବେଶକାରୀ

ନୂଆଦିଲ୍ଲୀ,25/8: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବିହାରରେ ୧୩ ହଜାର କୋଟି ଏବଂ ପଶ୍ଚିମବଙ୍ଗରେ ୫,୨୦୦ କୋଟିର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ ଅନୁପ୍ରବେଶକାରୀଙ୍କୁ ତାଙ୍କ ସରକାର ଦେଶର ବିତାଡିତ କରିକି ରହିବ ବୋଲି କହିଥିଲେ

ପ୍ରଧାନମନ୍ତ୍ରୀ ପ୍ରଥମେ ବିହାର ଗସ୍ତରେ ଯାଇଥିଲେ। ଗସାଠାରେ ସେ ୧୩ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ । ଏଥିରେ ବିଦ୍ୟୁତ, ସତକ, ଝସ୍ଥ୍ୟ, ସହରୀ ବିକାଶ, ଭିରିଭୂମି ଓ ପାନୀୟ ଜଳଯୋଗଣ ଭଳି ପ୍ରକଳ୍ପ ସାମିଲ ଅଛି। ଏଥିସହ ମୋଦି ସବୁଜ ପତାକା ଦେଖାଇ ଅମୃତ ଭାରତ ଏକ୍ସପ୍ରେସ ଓ ବୁଦ୍ଧ ସର୍କିଟ ଟ୍ରେନ ଚଳାଚଳର ଶୁଭାରମ୍ଭ

କରିଥିଲେ। ବେଗୁସରାଲରେ ଗଙ୍ଗା ନଦୀ ଉପରେ ନିର୍ମିତ ୬ ଲେନ ବିଶିଷ୍ଟ ଓଣ୍ଟା-ସିମେରିଆ ବ୍ରିଜ୍‌ର ଭଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବ୍ରିଜ୍‌ରେ

ବିହାରକୁ ୧୩ ହଜାର, ବେଙ୍ଗଲକୁ ୫,୨୦୦ କୋଟିର ପ୍ରକଳ୍ପ ଭେଟି

ବୁଲିଥିଲେ । ଏହି ବ୍ରିଜ୍‌ ନର୍ଥ ବିହାରକୁ ସାରଥ ବିହାର ସହ ଯେଡିବ। ଏଥିସହ ମୋଦି ଜାତୀୟ ରାଜପଥ ୩୧ର ୪ ଲେନ ବିଶିଷ୍ଟ ବଖଡିଆର-ମୋକମା ସେକ୍ସନ ସଡକର ଉଦ୍‌ଘାଟନ କରିଥିଲେ। ମଗଧ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ ସରରେ ମୋଦି କଂଗ୍ରେସ ଓ ଆରଜେଡିକୁ ଟାର୍ଗେଟ କରିଥିଲେ। କହିଥିଲେ ଇଂଗ୍ରେସ ଓ ଆରଜେଡି ଅନୁପ୍ରବେଶକାରୀଙ୍କ ସହ

ରହିଛନ୍ତି। କିନ୍ତୁ ତାଙ୍କ ସରକାର ଦେଶରୁ ଅନୁପ୍ରବେଶକରୀଙ୍କୁ ତଡିବେ । ବିହାରବାସୀଙ୍କ ହଜ୍‌କୁ ସେମାନେ ଛଡାଇନେବାକୁ ଦିଅଯିବ ନାହିଁ । ପୂର୍ବରୁ ଜେଲ୍‌ରେ ବସି ଲୋକେ ଫାଇଲରେ ଦସ୍ତଖତ କରୁଥିଲେ। କିନ୍ତୁ ଆମେ ଏଭଳି ଦିଲ୍ ଆଣିଛୁ ଯାହାର ପରିସରକୁ ପ୍ରଧାନମନ୍ତ୍ରୀ ଆସିଛନ୍ତି । ଜେଲ୍‌ରେ ରହିଲେ

ପଦ ଚାଲିଯିବ ବୋଲି ସେ କହିଥିଲେ ।

ବିହାର ଗସ୍ତ ସାରି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଯାଇଥିଲେ। କୋଲକାତା ଠାରେ ସେ ୫,୨୦୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏସବୁ ପ୍ରକଳ୍ପ ଭିତରେ ୩ଟି ନୂଆ ମେଟ୍ରୋ ତ୍ରୁଟ୍ ସାମିଲ ଅଛି । ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ। ପରେ ମେଟ୍ରୋ ଟ୍ରେନରେ ସେ ଯାତ୍ରା କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ୧୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ୬ ଲେନ ବିଶିଷ୍ଟ ଜୋନା ଏକ୍ସପ୍ରେସୱେର ଶିଳାନ୍ୟାସ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଟିଏମ୍‌ସି, କଂଗ୍ରେସ ସମେତ ଇଣ୍ଡିଆ ବ୍ଳକର ନେତାମାନେ କ୍ଷମତା ପାଇଁ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛନ୍ତି। ବିକଶିତ ଦେଶରେ ଅନୁପ୍ରବେଶକାରୀଙ୍କ

ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଭାରତ ଅନୁପ୍ରବେଶ କାରୀଙ୍କୁ ସହିବ ନାହିଁ । ଆପଣଙ୍କ ଗୋଟିଏ ଭୋଟ ବେଙ୍ଗଲକୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରିବ। ଅପରାଧ ଓ ଦୁର୍ନୀତି ଟିଏମ୍‌ସି ସରକାରର ପରିଚୟ ପାଲଟିଛି। କେନ୍ଦ୍ରରୁ ଆସୁଥିବା ଟଙ୍କା ଲୋକଙ୍କ ବଦଳରେ ଟିଏମ୍ସ ନେତାମାନେ ହତପ କରୁଛନ୍ତି। ସରକାର ବଦଳିଲେ ବେଙ୍ଗଲରେ ପରିବର୍ତ୍ତନ ଘଟିବ। କିଛି ଲୋକ ଜେଲ୍‌ରେ ରହି ସରକାର ଚଳାଇବାକୁ ଚାହୁଁ ଛଡି । ଟିଏମ୍ସର ମନ୍ତ୍ରୀ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଜେଲ୍‌ରେ ରହିଥିଲେ ମଧ୍ୟ ଚୌକି ଛାଡିବାକୁ ପ୍ରସ୍ତୁତ ନାହାନ୍ତି। କିନ୍ତୁ ତାଙ୍କ ସରକାର ଏଭଳି ବିଲ୍ ଆଣିଛତି ଯାହାଫଳରେ କି ଗିରଫ ହୋଇ ଜେଲ୍ ଯିବାର ୩୦ ଦିନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ପଦ ଚାଲିଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button