Education

ନବରଙ୍ଗପୁର ସହରର ମିରା ଅଟୋ ଗଳି ନିକଟ ଆପାର୍ଟମେଣ୍ଟ ରୁ ଯୂବକ ଙ୍କ ଝୁଲନ୍ତା ମୃତଦେହ ମିଳିଥିଲ।।

ପ୍ରୋବେସନାରୀ ଓଏଏସ୍ ପରିଚୟ ଦେଇ ରହୁଥୁଲେ ଯୁବକ

ନବରଙ୍ଗପୁର, ୨୪ |୮

ନବରଙ୍ଗପୁର ସହରର ମୀରା ଅଟୋ ଗଳି ନିକଟ ଆପାର୍ଟମେଣ୍ଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ମୃତକ ପ୍ରୋବେସନା ନୁହନ୍ତି । ସେ କେବଳ ବଙ୍ଗ ଓ କେବଳ ପ୍ରୋବେସନାରୀ ଓଏଏସ୍ ପରିଚୟ ଦେଇ ଭଡ଼ା ଘରେ ରହୁଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି। ତାଙ୍କ ଦୀପ୍ତିରଞ୍ଜନ ପତି ସେ ସୁନ୍ଦରଗଡ଼ ଜିଲ ଜିଲା ବଡ଼ଗାଁ ଥାନା ଟିକଲିପଡ଼ା ଗାଁର ନରେନ୍ଦ୍ର ନାଥ ପତିଙ୍କ ପୁଅ ବୋଲି ପୋଲିସ ସୂଚନା ଦେଇଛି। ଯୁବକ ଜଣକ ଆର୍ଥକ ଦୁଶ୍ଚିନ୍ତାରେ ଥିଲେ। ତେଣୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ନବରଙ୍ଗପୁର ଥାନାଧିକାରୀ ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି। ପରିବାର ଲୋକ କ ପହଞ୍ଚୁବା ପରେ ସାଇଣ୍ଟିଫିକ୍ ଟିମ ପହଞ୍ଚ୍ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ଥାନାଧ୍କାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଦୀପ୍ତିରଞ୍ଜନ ପତି ନାମକ ଯୁବକ ଗତ ୬ ମାସ ଧରି ନବରଙ୍ଗପୁରରେ ଭଡ଼ାରେ ରହୁଥିଲେ।

ଆପାର୍ଟପେଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଗିଳିବା ଘଟଣା

ଘର ମାଲିକଙ୍କୁ ସେ ଜଣେ ପ୍ରୋବେସନାରୀ ଓଏଏସ୍ ପରିଚୟ ଦେଇ ରହୁଥିଲେ। ଶନିବାର ସନ୍ଧ୍ୟାରେ ନରେନ୍ଦ୍ର ଦୀପ୍ତିଙ୍କୁ ଫୋନ୍ କରିଥିଲେ। ଫୋନ୍ ନ ଉଠାଇବାରୁ ଦୀପ୍ତିଙ୍କ ବାପା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡକୁ ଫୋନ୍ କରିଥିଲେ। ସିକ୍ୟୁରିଟି ଗାର୍ଡ ଦୀପ୍ତି ରହୁଥୁବା ୧୪ନଂ. ରୁମ୍କୁ ଯା ଯାଇଥିଲେ। ସେଠାରେ ସେ ଦୀ ଦୀପ୍ତିଙ୍କ ଝୁଲନ୍ତା ମୃତଦେହ ଦେଖୁ ଦଖୂ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ପ ପହଞ୍ଚି ତଦନ୍ତ ଦନ୍ତ ଆରମ୍ଭ ସହ ପରିବାର ଲୋକଙ୍କୁ ଖବର ଦେଇଥୁଲା। ରବିବାର ପରିବାର ଲୋକ ପହଞ୍ଚୁବା ପରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ନ ନବରଙ୍ଗପୁର ଶ୍ମଶାନରେ ଅନ୍ତିମ ସତ୍କାର କରି ପରିବାର ଲୋକେ କେ ଫେରିଯାଇଥ‌ିବା ତଦନ୍ତକାରୀ ଅଧ୍କାରୀ ଏଏସ୍‌ଆଇ ସୁନୀଲ କୁମାର ପ୍ରଧାନ କହିଛନ୍ତି I

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button