ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର,୨୫/୦୮ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ା
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ତଥା ଏନ୍.ଏସ୍.ଏସ୍ ର ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁନିଲ କୁମାର ମୁନି ପ୍ରଶିକ୍ଷକ ରୂପେ ଯୋଗ ଦେଇ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅଭିପ୍ରେରିତ କରିଥିଲେ ା
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ମୁନିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା ା ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସର ସଂଯୋଜକ ତଥା ସାଂସ୍କୃତିକ ପରିଷଦର ସହ ଉପସଭାପତି ସୁଶାନ୍ତ କୁମାର ଲେଙ୍କା ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଜାତୀୟ ସେବା ଯୋଜନା ( ଏନ୍.ଏସ୍.ଏସ୍ ) ଅଧିକାରୀ ଅଧ୍ୟାପକ ଭବାନୀ ଶଙ୍କର ରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ା
କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ବିଭାଗ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର,ପ୍ରଦୀପ ଦିଗାଲ,ଗାଙ୍ଗୁଲି ପାଲଟା ସିଂ, ଅର୍କଧ୍ବଜ ପଣ୍ଡା, ଜଗତ ରଞ୍ଜନ ବିଶ୍ବାଳ, ଆଶୁତୋଷ ପ୍ରଧାନ, ମନୋଜ କଅଁର, ବିକ୍ରମ କେଶରୀ ରାଉତ, ପି.ଦିପକ ରାଓ, ସୌମେନ୍ଦୁ ପଣ୍ଡା
,ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ଜୟଶ୍ରୀ ସେଠୀ, ସୁନିତା ଦଳବେହେରା,କିରଣ କଅଁର,ଭାରତୀ ବିଶ୍ବାଳ ଓ କର୍ମଚାରୀ ସନ୍ତୋଷ ବିଷୋୟୀ,ବଳରାମ ଗୌଡ,ପଦ୍ମଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ଶେଷରେ ଅଧ୍ୟାପକ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ା