Education

ସ।ହ।ର। ନର୍ସିଂ ହୋମ ର ଦୁଇ ମୃତ୍ୟୁ ଘଟଣ।, କ୍ଲିନିକ ମ।ଲିକ ଗିରଫ

ସାହାରା ନସିଂ ହୋମରେ ୨ ମୃତ୍ୟୁ ଘଟଣା; କ୍ଲିନିକ ମାଲିକ ଗିରଫ

ଦିଗପହଣ୍ଡି, 25/8: ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମରେ ଥିବା ସାହାରା ନର୍ସି ହୋମରେ ଗତ ୧୧ ମଇରେ ତ୍ରୁଟିପୂର୍ଣ ଅସ୍ତ୍ରୋପଚାର ଦ୍ଵାରା ଜଣେ ପ୍ରସୂତି ମହିଳା ଏବଂ ଜନ୍ମିତ ଶିଶୁର ମୃତ୍ୟୁ ଘଟଣାରେ ପୋଲିସ କ୍ଲିନିକ ମାଲିକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ମାଲିକ ଜଣକ ହେଲେ ଡେଙ୍ଗାଉସ୍ତା ଗ୍ରାମର ମଙ୍ଗୁଳୁ ଚରଣ ପ୍ରଧାନ (୩୫)। ପୋଲିସ ଏହି ଘଟଣାରେ ପୂର୍ବରୁ ଦୁଇ ମହିଳା ସ୍ଵାସ୍ଥ୍ୟକର୍ମୀ ପ୍ରମୋଦିନୀ ଗମାଙ୍ଗ ଏବଂ ମଧୁ ମି ତା ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଖବରନୁଯାୟୀ, ଡେଙ୍ଗାଓସ୍ତା ଗ୍ରାମ ନିକଟସ୍ଥ ସିଙ୍ଗିପୁର ଗ୍ରାମର ମାଗୁଣି ନାୟକଙ୍କ ଝିଅ ରୋଜି ନାୟକ ହିଞ୍ଜିଳି ଥାନା କରାଖଣ୍ଡି ଗ୍ରାମର ବାବୁ ନାୟକଙ୍କୁ ବିବାହ କରିଥିଲେ । ମେ ୧୧ ତାରିଖରେ ଗୋଳି ୯ ମାସର ଗର୍ଭବତୀ ଥୁବା ବେଳେ ପେଟରେ ଯନ୍ତ୍ରଣା ହେବାରୁ ବାପା ଘର

ଲୋକେ ତାଙ୍କୁ ଗ୍ରାମ ନିକଟସ୍ଥ ଏହି ନସିଂ ହୋମକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଉକ୍ତ କ୍ଲିନିକରେ କୌଣସି ଅଭିଜ୍ଞ ଡାକ୍ତର ନଥିବା ସତ୍ତ୍ୱେ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ ପ୍ରମୋଦିନୀ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଚିକିତ୍ସାର ୪ ଘଣ୍ଟା ପରେ ପ୍ରସବ ଯନ୍ତ୍ରଣା ଅତ୍ୟଧିକ ହେବାରୁ ଉପ ସ୍ଵାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏ ଏନ୍ ଏମ୍ ମଧୁମିତା ଦିଦି ଉକ୍ତ ନସିଂ ହୋମକୁ ଆସିଥିଲେ। ଏହାପରେ ଦୁଇ ମହିଳା ସ୍ଵାସ୍ଥ୍ୟକର୍ମୀ ସମେତ କ୍ଲିନିକ୍‌ ମାଲିକ ମଙ୍ଗୁଳୁ ଚରଣ ପ୍ରଧାନ ମିଶି ପ୍ରସବ କରାଇବା

ନିମନ୍ତେ ରୋଜିଙ୍କ ପରିବାରକୁ କହିଥିଲେ। ସେଠାରେ ତାଙ୍କ ପ୍ରସବ ପରେ ସନ୍ଧ୍ୟା ସମୟରେ ଏକ ମୃତ ଶିଶୁପୁତ୍ର ଜନ୍ମ ହେବା ସହ ରୋଜିଙ୍କ ପୁଚୁର ରକ୍ତସ୍ରାବ ଯୋଗୁଁ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ତେବେ ତ୍ରୁଟି ପୂର୍ଣ ଅସ୍ତ୍ରୋପଚାରର କିଛି କ୍ଷଣକ ମଧ୍ଯରେ ରୋଜିଙ୍କ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ତାଙ୍କରି ଅବସ୍ଥା ଗୁରୁତର କହି ଦିଗପହଣ୍ଡି ମେଡିକାଲ ନେବାକୁ ପରିବାରକୁ କହିଥିଲେ । କିନ୍ତୁ ପରିବାର ସଦସ୍ୟ ରୋଜିଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେଇଯାଇଥିଲେ । ଉପସ୍ଥିତ ଡାକ୍ତର ରୋଜିଙ୍କୁ ମୃତ ଘୋଷଣା କରିଥିଲେ I ଘଟଣାପରେ ନସିଂ ହୋମରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଅପରପକ୍ଷରେ ମୃତକଙ୍କ ସ୍ଵାମୀ ବାବୁ ମେ ୧୩ ରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିଭିକରି ପୋଲିସ କେସ୍ ନଂ ୧୭୪/୨୫ ପ୍ରକାରେ ମକଦ୍ଦମା ଗୁଜୁ ତଦନ୍ତ ଆରମ୍ଭ କରିବା ସହ ଦୁଇ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କୁ ଗିରଫ କରିଥିଲା । ଏନେଇ

ପୂର୍ବରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ନସିଂ ହୋମକୁ ସିଲ୍ କରାଯାଇଥିଲା । ଏଥିସହ ଗତ ଅଗଷ୍ଟ ୮ ରେ ଅଭିଯୁକ୍ତ ମଙ୍ଗୁଳୁଙ୍କ ନାମରେ ମୃତ ରୋଜିଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଥାନା ମକଦ୍ଦମା ନଂ ୨୮୪/୨୫ ଅନୁସାରେ ଆଉ ଏକ ମାମଲା ଯୋଡ଼ି ହୋଇଥିଲା। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ମଙ୍ଗୁଳୁ ଥାନାରୁ କେସ୍ ଉଠାଇକୁ ଧମକ ଦେଇଥିଲା। ଘଟଣା ଦିନରୁ ଅଭିଯୁକ୍ତ ମଙ୍ଗୁଳୁ ଫେରାର ରହିଥିବା ବେଳେ ପୋଲିସ ଉଭୟ ମାମଲାକୁ ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତକାଲି ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ” କରି ଦିଗପହଣ୍ଡି ଥାନା ଅଞ୍ଚଳରୁ ଗିରଫ କରିଥିଲା । ରବିବାର ଅପରାହ୍ନରେ ମଙ୍ଗୁଳୁଙ୍କୁ ଥାନା କେସ୍‌ ନଂ ୧୭୪/୨୫ ପ୍ରକାରେ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଆବେଦନ ଖାରଜ ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button