Education

ଜୋର ଧରିଲ। କୋଡ଼ିଙ୍ଗା ଗଠନ ଦ।ବି

ଜୋର୍ ଧରିଲା କୋଡ଼ିଙ୍ଗା ବ୍ଲକ୍ ଗଠନ ଦାବି

କୋଡ଼ିଙ୍ଗା, 25/8

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅଧୀନ କୋଡ଼ିଙ୍ଗା ପଞ୍ଚାୟତକୁ ନୂତନ ବ୍ଲକ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ଆଗାମୀ ଦିନରେ କିଛି ବ୍ଲକ ବିଭାଜନ ହେବା ପ୍ରସ୍ତାବ ଉଠିବା ପରେ ଏହି ଦାବି ଛି ଅଧିକ ଜୋର ଧରିଛି। ଏ ନେଇ ରବିବାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା, ଫାର୍ସାଗୁଡ଼ା, କାର୍ଚ୍ଚମାଲ, ମଦଇଗାଓଁ, ଚିର୍ମା, କେ.ସେମଳା, ବିଏମ୍ ସେମଳା, ଓ ଏକୋରି, ବଡ଼ଗୁମୁଡ଼ା, ପାପଡ଼ାହାଣ୍ଡି ବ୍ଲକର ଡେଙ୍ଗଗୁଡ଼ା, ଖୁଟୁବାଇ, ଡଙ୍ଗରା, ନବରଙ୍ଗପୁର ବ୍ଲକର ମୋକିଆ, ଛଟାହାଣ୍ଡି, ବାସିନୀ ଭଳି ୧୫ଟି ପଞ୍ଚାୟତର କେତେଜଣ ନେତୃ ସ୍ଥାନୀୟ ଲୋକ, ସରପଞ୍ଚ, ସମିତି ସଭ୍ୟ ଏକ ବୈଠକ କରିଥିଲେ। କୋଡ଼ିଙ୍ଗାରେ ନୂତନ ବ୍ଲକ ଗଠନ ପାଇଁ ସରକାରଙ୍କୁ ଦାବି ଜଣାଇବା ଲାଗି ନିଷ୍ପରି ଗ୍ରହଣ କରାଯାଇଥିଲା। ଏଥ୍‌ନିମନ୍ତେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। ପଦ୍ମସାଇ ମାଳୀ କମିଟି ସଭାପତି, ଅରୁଣ ପ୍ରସନ୍ନ ନାଏକ Samarendra Patnaik, ଜୀବନ 141 4 MINUTES AGO ଉପସଭାପତି,

କୋଷାଧ୍ଯକ୍ଷ ବିଦ୍ୟାଧର ମଲ୍ଲିକଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। କୋଡ଼ିଙ୍ଗାଠାରେ ନୂତନ ବ୍ଲକ ଗଠନ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ଯେପରିକି ତହସିଲ କାର୍ଯ୍ୟାଳୟ, କଲେଜ, ଥାନା, ଅବକାରୀ କାର୍ଯ୍ୟାଳୟ, ଜେଏମ୍ଏଫ୍‌ସି, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଉପରୋକ୍ତ ୧୫ ପଞ୍ଚାୟତ ବଜାର, ସ୍ବାସ୍ଥ୍ୟସେବା, ପାଠପଢ଼ା ଭଳି କାମ ପାଇଁ କୋଡ଼ିଙ୍ଗା ଉପରେ ନିର୍ଭର କରନ୍ତି। ନୂତନ ବ୍ଲକ ନିର୍ମାଣ ପାଇଁ କୋଡ଼ିଙ୍ଗାରେ ୧୫ ଏକର ଜମି ସଂରକ୍ଷିତ ହୋଇ ରହିଛି। ଯେହେତୁ ଏହା ଏକ ପୁରୁଣା ନାଯ୍ୟ ଦାବି, ତେଣୁ ସରକାର ଏ ବିଷୟକୁ ଗମ୍ଭୀରତର ସହ ନିଅନ୍ତୁ ବୋଲି ସଭାପତି ପଦ୍ମସାଇ ମାଳୀ ନିବେଦନ କରିଛନ୍ତି। କମିଟି ଅଳ୍ପ ଦିନ ମଧ୍ୟରେ ଦାବିପତ୍ର ନେଇ ଜିଲାପାଳ, ଜିଲାର ସମସ୍ତ ଜନପ୍ରତିନିଧ୍, ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବୋଲି କୁହାଯାଇଛି। ନୂତନ ବ୍ଲକ ଗଠନ ନ ହେବା ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ। ଗଣତାନ୍ତ୍ରିକ ପଦ୍ଧତିରେ ଦାବି ଉପସ୍ଥାପନ କରି ଆନ୍ଦୋଳନ କରିବୁ ବୋଲି କମିଟିର କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button