
ପାରଳାଖେମୁଣ୍ଡି:୨୫/୮(ଗରୁଡ ଧ୍ଵଜ ଚୌଧୁରୀ)ସ୍ୱାୟତ ଶାସନ ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଏସ କେ ସି ଜି କଲେଜ ଗ୍ରାଉଣ୍ଡଠାରେ ମୁନସିପାଲ କାଉନସିଲ -11 ସହ ପାରଳାଖେମୁଣ୍ଡି ମିଡ଼ିଆ -11 ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା l
ଏଥିରେ ମାନ୍ୟବର ପାରଳା ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ମ୍ୟାଚର ଶୁଭଉଦଘାଟନ କରିଥିଲେ l ଏଥିରେ ବିଧାୟକ ସମସ୍ତ ଙ୍କୁ ଉତ୍ସାହିତ କରିବା ସହ କ୍ରିକେଟ ଖେଳି କ୍ରିକେଟର ମଜା ନେଇଥିଲେ l
ଏହି ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ବିଧାୟକ ସହିତ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପୌରପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l