Education

ଜିଲ୍ଲାରେ କେହି ବି ଭୂମିହୀନ ରହିବେନି

ରକ୍ତତୀର୍ଥ ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ

ଜିଲ୍ଲାରେ କେହି ବି ଭୂମିହୀନ ରହିବେନି

ପାପଡ଼ାହାଣ୍ଡି,ତା ୨୪/୮

ସ୍ଵାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ଅଞ୍ଚଳର ଶହୀଦ ଓ ସଂଗ୍ରାମୀଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କ ବଳିଦାନ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି | ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେ କଳଙ୍କିତ ପୃଷ୍ଠା ପାପଡାହାଣ୍ଡି ଗୁଳିକାଣ୍ଡ ଥିଲା ବ୍ରିଟିଶ ସରକାରଙ୍କ ଲୋମହର୍ଷଣ ନରସଂହାର ଘଟଣା। ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ଗୋରା ପୋଲିସର ଆଖୁବୁଜା ଗୁଳିଚାଳନାରେ ଏ ମାଟିର ୧୯ ଜଣ ବରପୁତ୍ର ଟଳିପଡିଥିଲେ। ଆନ୍ଦୋଳନ ସ୍ଥଳ ରକ୍ତରଞ୍ଜିତ ହେବା ସହ ଶହୀଦଙ୍କ ବଳିଦାନରେ ରକ୍ତତାର୍ଥ ପାଲଟିଥିଲା ପାପଡାହାଣ୍ଡି। ଏହି ବରପୁତ୍ରମାନଙ୍କୁ ଦେଶବାସୀ ସଲାମ କରୁଛନ୍ତି । ମାଟିର ସୁପୁତ୍ର ୧୯ ଶହୀଦଙ୍କ ମଧ୍ୟରେ ଭଗବାନ ଭତରା, ପରମାନନ୍ଦ ସୌରା, ଆନନ୍ଦ ଗୌଡ, ମଙ୍ଗୁରୁ ଇତରା, ସହ‌ଦେବ ପୂଜାରୀ, ଜଗନ୍ନାଥ ଅମନାତ୍ୟ, ବୁଦୁ ଅମନାତ୍ୟ, ଦିନବନ୍ଧୁ ଜାନୀ, ଘାସି ଜାନୀ, ରାମଚନ୍ଦ୍ର ଅମନାତ୍ୟ, ଭରତ ପୂଜାରୀ, ଖଗପତି ଅମନାତ୍ୟ, ଶୁକ୍ର ମୁଦୁଲି, ରତନ ରନ୍ଧାରୀ, ବୁଦୁ ଭତରା, ବଳି ସଉରା, ସଜୁ ଭିତରା, ଶ୍ୟାମସୁନ୍ଦର ଗୌଡ ଓ ବସ୍ତରିଆ ଭତରା ରହିଥିଲେ।

ରବିବାର ଶହୀଦ ସ୍ମୃତି ଦିବସ ପାଳିତ ହୋଇଥିଲା। ପାପଡାହାଣ୍ଡି ମୁଖ୍ୟ ଫାଟକ ମଧ୍ୟରୁ ମଶାଲ ଶୋଭାଯାତ୍ରା ବାହାରି ପାପଡ଼ାହାଣ୍ଡିସ୍ଥିତ ଶହୀଦ ମିନାରରେ ପହଞ୍ଚି ଶହୀଦ ବୀରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଜିଲ୍ଲା ପୋଲିସ

ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ଓ ଶହୀଦ ଦାୟାଦ

ପରିବାର ବର୍ଗଙ୍କୁ ସମ୍ବଦ୍ଧିତ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଉତରା, ଡାବୁଗାଁ

ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ

ମୋତିରାମ ନାୟକ ଯୋଗ ଦେଇଥିଲେ। ରାଜସ୍ବମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଏହି ଶହୀଦ ସ୍ମୃତି ଦିବସକୁ ରାଜ୍ୟରେ ସର୍ବୋତ୍ତମ ତାଲିକା ଭୁକ୍ତ କରାଯିବ । ଶହୀଦଙ୍କ ସବୁ ସପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରାଯିବ । ଜିଲ୍ଲାରେ ଜଣେ ବି ଭୂମିହୀନ ରହିବେ ନାହିଁ ବୋଲି କହିଥିଲେ।

ସମସ୍ତ ଜମିପଟ୍ଟା ନଥିବା ସ୍କୁଲକୁ ଯାଇ ଜମିପଟ୍ଟା ପ୍ରଦାନ କରିବା ପାଇଁ ସେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଶହୀଦ ମିନାର ପାଇଁ ୬କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଦାୟଦଙ୍କ ପରିବାରକୁ ମାସିକ ୨୦ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିବା ଓ ଆଦିବାସୀ ଅଧ୍ୟଷିତ ଜିଲ୍ଲାରେ ଥିବା ସମସ୍ତ ଏସଏସଡି ସ୍କୁଲକୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମିତ କରାଯିବ ବୋଲି ଘୋଷଣ କରିଥିଲେ।

ଏସଏସଡି ସ୍କୁଲକୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାର୍ମିତ କରାଯିବ

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମର୍ପିତ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଭଗବାନ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଶହୀଦ ମିନାର ସଭାପତି ମନୋରଞ୍ଜନ ତ୍ରିପାଠୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀ, ଜିଲ୍ଲାପାଳ ମହେଶ୍ବର ସ୍ବାଇଁ, ବିଡିଓ କପିଳଦେବ ସାହୁ, ଜିପିଇଓ ଅକ୍ଷୟ ପଟ୍ଟନାୟକ, ଆଇଆଇସି ଦୀପକ ଜେନା, ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ଯକ୍ଷ ସୁଶାନ୍ତ କୁମାର ବେହେରା, ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ। ବିଡିଓ କପିଳଦେବ ସାହୁ ଅତିଥିମାନଙ୍କୁ ସ୍ବାଗତ ଗତ । କରିଥିବା ବେଳେ ଜିଲ୍ଲା ସୂଚନା ଅଧିକାରୀ ମନୋଜ କୁମାର ବେହେରା ଓ ବିପିଶୀ ଶଶିକାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button