DistrictEducationMalkangiriOdisha

ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ବଦଳି କେବେ?

ମାଲକାନଗିରି,୨୪/୮: ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୦ ରୁ ୧୨ ବର୍ଷ ହେଲା ଗୋଟିଏ ସ୍ଥାନରେ ବରିଷ୍ଠ ଓ କନିଷ୍ଠ କିରାଣୀମାନେ କାର୍ଯ୍ୟ କରି ଆସୁଥିଲା ବେଳେ ସେମାନଙ୍କ ବଦଳି କେବେ ହେବ ବୋଲି ଶିକ୍ଷକ ମହଲରେ ଆଲୋଚନା ହେଉଛି ? ଗୋଟିଏ କାର୍ଯ୍ୟାଳୟରେ ଦୀର୍ଘ ୧୨ ବର୍ଷ ହେଲା ରହି ବା ଫଳରେ ଦୁର୍ନୀତି ଓ ମନମୁଖୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଟି ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା। ନୂତନ କାର୍ଯ୍ୟାଳୟ ହେତୁ ବିଭିନ୍ନ ସ୍ଥାନରୁ କିଛି କିରାଣୀ ମାନଙ୍କୁ ଡେପୁଟିସନରେ ଅଣା ଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ
କାର୍ଯ୍ୟାଳୟରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ପରେ ସଂପୃକ୍ତ କର୍ମଚାରୀମାନେ ସ୍ଥାୟୀ ଭାବେରେ ରହି କାର୍ଯ୍ୟାଳୟରେ କାମ କରି ଆସୁଥିବା ବେଳେ ସେମାନଙ୍କର ଅଦ୍ୟାବଧି ବଦଳ ହେଉ ନାହିଁ।

ଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନ ବଦଳି, ଉପଯୁକ୍ତ ସ୍ଥାନ ରେ ଥଇଥାନ,ଶିକ୍ଷକମାନଙ୍କ ପଦୋନ୍ନତି,ବାର୍ଷିକ ଇନକ୍ରିମେଣ୍ଟ ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଭିତିରିଆ ଅର୍ଥ କାରବାର ହୋଇଥାଏ। ବିନା ଲାଞ୍ଚ ରେ କୌଣସି କାମ ହେଉ ନଥିବାରୁ ଶିକ୍ଷକ ମହଲରେ ଦିନକୁ ଦିନ ଅଶାନ୍ତି ବୃଦ୍ଧି ପାଉଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଠାରୁ ଅଦ୍ୟାବଧି ୬ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ହୋଇଥିଲା ବେଳେ କିରାଣୀମାନେ ୧୦ ରୁ ୧୨ ବର୍ଷ ହେଲା ଆସ୍ଥାନ ମାଡି ବସି ରହିଛନ୍ତି।

ଜିଲ୍ଲାରେ ସମସ୍ତ ବିଭାଗର କର୍ମଚାରୀମାନଙ୍କୁ ବଦଳି ହେଉଥିଲା ବେଳେ ସେମାନଙ୍କ ବଦଳି ପ୍ରତି କୌଣସି ଜିଲ୍ଲାପାଳ ମଧ୍ୟ ଦୃଷ୍ଟି ଦେଇ ନଥିବା ଜଣା ପଡ଼ିଛି। ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରେ ଦୁର୍ନୀତି ର ଚେର ବଢି ବଢି ଚାଲିଛି।ଅନ୍ଯ ପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦୁର୍ନୀତି କରିବା ପାଇଁ ଏହି କର୍ମଚାରୀମାନେ
ପ୍ରବର୍ତ୍ତାଇ ଫାଇଦା ଉଠାଇଥାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁଙ୍କୁ ଛାଡି ଦେଲେ ଅନ୍ୟାନ୍ୟ ଡିଇଓମାନେ ଉତ୍କୋଚ ନେବାରେ ସଂକୋଚ କରୁ ନଥିଲେ, ଯାହାକି ବାଟ ଘାଟର ଚର୍ଚ୍ଚା ହେଉଥିଲା।

ବର୍ତ୍ତମାନ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶକ
ଭୁବନେଶ୍ୱରଙ୍କ ପତ୍ର ସଂଖ୍ୟା ୨୨୦୬୯ ତାରିଖ:୨୦.୮.୨୦୨୫
ଅନୁସାରେ ୩ ବର୍ଷରୁ ଉର୍ଦ୍ଧ୍ବ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଗୁଡିକର କର୍ମଚାରୀମାନଙ୍କୁ ବଦଳି ଲାଗି ନିର୍ଦ୍ଦେଶ
ଦିଆ ଯାଇଛି। ତେବେ ଏହି ଆଦେଶ ମାଲକାନଗିରି ଜିଲ୍ଲା ଶିକ୍ଷା
ବିଭାଗରେ କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା।
ବର୍ତ୍ତମାନ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଚିତ୍ତ ରଂଜନ ପାଣିଗ୍ରାହୀ ନିଯୁକ୍ତି ହୋଇଥିଲା ବେଳେ ନୂତନ ଭାବରେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଭାବେ ସୋମେଶ ଉପାଧ୍ୟାୟ
ଦାୟିତ୍ବ ନିର୍ବାହ କରୁଛନ୍ତି। ଏଣୁ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଙ୍କ ଆଦେଶକୁ କଡାକଡି ପାଳନ କରି ଦୀର୍ଘ ବର୍ଷ ବର୍ଷ ଧରି
ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ କିରାଣୀ ମାନଙ୍କୁ ଅନ୍ୟତ୍ର ବଦଳି
କରା ଗଲେ ସ୍ବଛତା ବଜାୟ ରହିବ ବୋଲି କୁହାଯାଇଛି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button