DistrictHealthMalkangiriOdisha

ପ୍ରଗତି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ବାଲିମେଳା, ୨୪/୦୮: ଆଜି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଥିବା ଟାଉନ ହଲ ଠାରେ ପ୍ରଗତି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବାଲିମେଳା ସହର ରେ ପ୍ରଥମ ଥର କରି ମହିଳା ମାନେ ରକ୍ତଦାନ ଶିବିର ଟି ଆୟୋଜନ କରିଛନ୍ତି। ଏହି ରକ୍ତଦାନ ମହତ ଦାନ କାର୍ଯ୍ୟକ୍ରମ ଟିକୁ ବାଲିମେଳା ନଗରପାଳ ଶ୍ରୀ ପ୍ରଦୀପ କୁମାର ନାୟକ ଓ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଫିତା କାଟିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଆଜିର ଏହି ଶିବିରରେ ପ୍ରଥମେ ସନ୍ତୋଷ ଦାସ (୨୮) ରକ୍ତଦାନ କରିଥିବା ବେଳେ ସୁଜିତ କୁମାର ପାଣିଗ୍ରାହୀ ଶେଷରେ ରକ୍ତଦାନ କରିଥିଲେ। ଆଜି ସମୁଦାୟ ୨୫ ୟୁନିଟ ରକ୍ତଦାନ ସଂଗ୍ରହ ହୋଇଥିଲା। ଏହି ୨୫ ଜଣ ଦାତା ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ବାକି ୨୩ ଜଣ ପୁରୁଷ ଅଛନ୍ତି । ସେହି ଦୁଇ ମହିଳା ହେଲେ ସ୍ଥାନୀୟ ୫ନମ୍ବର ୱାର୍ଡ କାଉନସିଲର ସୁନିତା ଗୁରୁ ଏବଂ ଏହି ପ୍ରଗତି ମହିଳା ମୋର୍ଚ୍ଚା ର ପର୍ଯ୍ୟବେକ୍ଷକ ରାଜ କୁମାରୀ ଜାରିକା ବାକି ୨୩ ପୁରୁଷ ମଧ୍ୟରେ ଅଧିକା ଯୁବା ପିଢ଼ି ଅଛନ୍ତି।

ରକ୍ତଦାନ ସଂଗ୍ରହ କରିବା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଲାବ ଟେକନିସିଆନ ତ୍ରିନାଥ ପଣ୍ଡା, ନର୍ସ ଅଫିସର ଏନ. ଶୁଭାର୍ଣ୍ଣା ଏବଂ ସହଯୋଗ ନିମନ୍ତେ ମୋହନ ଖେମୁଣ୍ଡୁ ଓ କୁନୁ ହାଲୱା ଶିବିରରେ ଉପସ୍ଥିତ ହୋଇ ରକ୍ତଦାନ ସଂଗ୍ରହ କରିଥିଲେ।

ଆଜି ବାଲିମେଳା ସହର ରେ ପ୍ରଥମ ଥର କରି ପ୍ରଗତି ମହିଳା ମୋର୍ଚ୍ଚା ର ମହିଳା ମାନେ ରକ୍ତଦାନ ଶିବିର ଟି ଆୟୋଜନ କରିଥିବା ହେତୁ ବାଲିମେଳା ସହର ବାସି ଖୁସି ଜାହିର କରିଥିଲେ।

ଏହି କାର୍ଯ୍ୟକ୍ରମ ଟିକୁ ପ୍ରଗତି ମହିଳା ମୋର୍ଚ୍ଚା ର ସଭାପତି-ରେଣୁ ବାଳା ନାୟକ, ପର୍ଯ୍ୟବେକ୍ଷକ-ରାଜ କୁମାରୀ ଜାରିକା, ସମ୍ପାଦିକା -ରୁପା ମହାପାତ୍ର, ଯୁଗ୍ମ ସମ୍ପାଦିକା -ମଧୁସ୍ମିତା ପାତ୍ର ପରିଚାଳନା କରିଥିବା ବେଳେ କୁନି ନାୟକ,ଜ୍ୟୋତି ପ୍ରଧାନ,କୋଷାଦକ୍ଷ -ଝୁନୁ ରାଣି ପଣ୍ଡା, ତିଲୋତମା,ପଦ୍ମିନୀ,କାଜଲୀ, ସମାଜ ସେବୀ ତଥା ବିଜେଡି ର ପୂର୍ବତନ ନଗର ସଭାପତି ମଙ୍ଗଳା ପାଙ୍ଗି, ସ୍ଥାନୀୟ ୪ ନମ୍ବର ୱାର୍ଡ କାଉନସିଲର ଦେବେନ୍ଦ୍ର ଦାସ ଏବଂ ବାଲିମେଳା ପ୍ରେସ କ୍ଳବ ସଭାପତି ରବି ରଶ୍ମି ଗୁରୁ ଆରମ୍ବରୁ ଶେଷ ଯାଏଁ ଉପସ୍ଥିତ ରହି ସହଯୋଗ କରିଥିଲେ ।

Rakesh Kumar Kuladeep (Block Reporter) Balimela

Related Articles

Leave a Reply

Your email address will not be published. Required fields are marked *

Back to top button