ବିହାରରେ ଜନଶେଭ। ରେ ମୋଦୀଙ୍କ ସମ୍ବୋଧନ
ଅଭାବୀ ଲୋକଙ୍କୁ ସ୍ଥାୟୀ ଘର ନ ମିଳବା ଯାଏ ବିଶ୍ରାମ ନାହିଁ
ବିହାରରେ ଜନସଭାରେ ମୋଦୀଙ୍କ ସମ୍ବୋଧନ
ଆତଙ୍କୀ ପାତାଳରେ ଲୁଚିଲେ ବି ନିସ୍ତାର ନାହିଁ
ପାଟନା, 24/8: ମୋର ଏକ
ବଡ଼ ସଂକଳ୍ପ ଅଛି । ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ସ୍ଥାୟୀ ଘର ନମିଳିବା ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେବିନାହିଁ। ଗତ ୧୧ ବର୍ଷ ମଧ୍ୟରେ ୪ କୋଟିରୁ ଅଧୂକ ଗରିବ ଲୋକଙ୍କୁ ସ୍ଥାୟୀ ଘର ଦିଆଯାଇଛି I ବିହାରର ଗୟାରେ ଜନସଭାକୁ ସମ୍ବୋସ୍ତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I
ଗୟାରେ ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଭିଭିପ୍ରସ୍ତର ସ୍ଥାପନ କରି ମୋଦୀ କହିଛନ୍ତି, ବିହାରରେ ମଧ୍ୟ ସ୍ଥାୟୀ ଘର ର୍ନିମାଣ କରାଯାଇଛି | ଗୟାରେ ୨ ଲକ୍ଷ ଲୋକଙ୍କୁ ସ୍ଥାୟୀ ଘର ଦିଆଯାଇଛି । ଆଜି ଗୟାରେ ଗୋଟିଏ ଦିନରେ ୧୨ ହଜାର
କୋଟି ଟଙ୍କାର ପ୍ର କ ଳ୍ପ ର ଉଦ୍ଘାଟନ ଏବଂ ଭିଭିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ମଧ୍ଯରେ ରହିଛି ଶକ୍ତି, ସ୍ଵାସ୍ଥ୍ୟ ଏବଂ ସହରାଞ୍ଚଳ ବିକାଶ ସହିତ ଜଡିତ ଅନେକ ବଡ଼ ପ୍ରକଳ୍ପ | ଏହା ବିହାରର ଶିଳ୍ପକୁ ମଜଭୁତ କରିବ ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା
ଅପରେସନ ସିନ୍ଦୂର ବିଷୟ ଉଲ୍ଲେଖ କରି ମୋଦୀ କହିଛନ୍ତି, ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି ଆତଙ୍କବାଦୀ ଖସି ଯାଇପାରି ବେ ନାହିଁ। ବିହାର ରେ ନିଆଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ ଯେତେବେଳେ କୌଣସି ଶତ୍ରୁ ଭାରତକୁ
ଚ୍ୟାଲେଞ୍ଜ କରିଛି, ବିହାର ଦେଶ ପାଇଁ ଢାଲ ହୋଇ ଛାଇ ଠିଆ ହୋଇଛି। ଯେତେବେଳେ ପହଲଟ ଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଆମର ନିର୍ଦ୍ଦେଷ ନାଗରିକଙ୍କୁ ସେମାନଙ୍କ นด์ ออเดิ ହତ୍ଯା କରାଯାଇଥୁଲା, ମୁଁ ବିହାରର ଏହି ମାଟିରୁ କହିଥିଲି ଯେ ଆତଙ୍କବାଦୀମାନଙ୍କୁ ନିପାତ କରାଯିବା ଆଜି ବିଶ୍ୱ ଦେଖୁଛି ଯେ ବିହାର ମାଟିରୁ ନିଆଯାଇଥୁବା ସଂକଳ୍ପ ପୂରଣ ହୋଇଛି। ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର ଆମକୁ କ୍ଷତି ପହଞ୍ଚାଇ ପାରିବନାହିଁ ଅପରେସନ ସିନ୍ଦୁର ଭାରତର ପ୍ରତିରକ୍ଷା ନୀତିରେ ଏକ ନୂତନ ରେଖା ଟାଣିଛି। ଆତଙ୍କବାଦୀମାନେ ପାତାଳରେ ଲୁଚି ରହିଲେ ବି ଭାରତର କ୍ଷେପଣାସ୍ତ୍ର ସେମାନଙ୍କୁ କବର ଦେବ ।