ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକସ୍
ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ
ମିଟ୍ ରେକର୍ଡ଼ ସହ ସ୍ପର୍ଣ୍ଣ ଜିତିଲେ ଅନିମେଶ
ଭୁବନେଶ୍ୱର, 24/8
ଚେନ୍ନାଇରେ ଚାଲିଥୁବା ୬୪ତମ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ଟରେ ଆଳି ଓଡ଼ିଶାକୁ ୨ଟି ପଦକ ମିଳିଛି । ଷ୍ଟାର ଆଥଲେଟ୍ ଅନିମେଶ କୁଜ୍ୱର ୨୦୦ମିଟରରେ ନୂଆ ମିଟ୍ ରେକର୍ଡ଼ ସହ ସ୍ପର୍ଷ ପଦକ ଜିତିଥିବାବେଳେ ପୁରୁଷ ହାଇଜମ୍ପରେ ସାଧୀନ କୁମାର ମାଝୀ ବ୍ରୋଞ୍ଜ ହାସଲ କରିଛନ୍ତି।
ପୁରୁଷ ୨୦୦ମିଟର: ଫାଇନାଲରେ ଅନିମେଶ ୨୦.୬୩ ସେବେଶରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ
କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିସହ ସେ ନିଜ ପୂର୍ବ ମିଟ୍ ରେକର୍ଡ଼ (୨୦.୬୫ ସେକେଶ) ମଧ୍ଯ ଭଙ୍ଗ କରିଥିଲେ । ବର୍ଣ ପଦକ ଜିତିବା ସହ ଅନିମେଶ ୧୨୭୩ ମ୍ୟାଳିଙ୍ଗ ପଏଣ୍ଟ ହାସଲ କରିଛନ୍ତି। ଏହା ତାଙ୍କର ଆଗାମୀ ବିଶ୍ଵ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ପଏଣ୍ଟ ବୃଦ୍ଧି କରିଛି । ତାମିଲନାଡୁର ଉଗୁଲ କୁମାର କି ୨୦.୯୨ ସେକେଣ୍ଡ ସହ ରୌପ୍ୟ ଏବଂ ଆସାମର ଅମ୍ଳାନ ବୋଗୋଁହେଁ ୨୧.୧୯ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅନ୍ୟ ଓଡ଼ିଆ
ପ୍ରତିଯୋଗୀ ଦଣ୍ଡପତି ଏମ୍. ଜୟରାମ ୨୧.୪୧ ସେତେଶ ସହ ଷଷ୍ଠ ସ୍ଥାନରେ ସତ୍କୃଷ୍ଟ ହୋଇଥିଲେ । ପୂର୍ବରୁ ଅନିମେଶ ହିଟ୍-୧ରେ ଦୌଡ଼ି ୨୧.୦୬ ସେକେଣ୍ଡ ଟାଇମିଂ ସହ ପ୍ରଥମ ଏବଂ ଦଣ୍ଡପତି (ଜିଟ୍-୨) ୨୧.୪୪ ସେକେଣ୍ଡ ସହ ତୃତୀୟରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ ।
୨୦୦ ମିଟରରେ ପ୍ରଥମ
ହାଇଜମ୍ପରେ ସ୍ବାଧୀନଙ୍କୁ ବ୍ରୋଞ୍ଜ
ପୁରୁଷ ହାଇକମ୍ପ: ଓଡ଼ିଶାର ସ୍ବାଧୀନ ୨.୧୮ମିଟର ଉଚ୍ଚ ଜମ୍ପ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଡିଡିଥିଲେ । ଭାରତ ତଥା ମହାରାଷ୍ଟ୍ରର ତାରକା ଆଥଲେଟ ସର୍ବେଶ କୁଶାରେ ୨.୨୪ମି. ରଚ୍ଚ ଜମ୍ପ କରି ସ୍ପର୍ଶ ଏବଂ ତାମିଲନାଡୁର ଆଦର୍ଶ ରାମ ୨.୨୧ମ. ସହ ରୌପ୍ୟ ଜିତିଛନ୍ତି ।
ନିରାଶ କଲେ ମନୀଷା: ମହିଳା ଲଙ୍ଗଜମ୍ପରେ
ଅନିମେଶ
ଓଡ଼ିଶାର ମନାଷା ମେରେଲ ବିଫଳ ହୋଇଛନ୍ତି। ସେ ନିଜର ତୃତୀୟ ପ୍ରୟାସରେ ୫.୭୦ମିଟର ଦୂର ଜମ୍ପ କରି ୧୧ତମ ସ୍ଥାନରେ ରହିଥିଲେ । ପଶ୍ଚିମବଙ୍ଗର ମୌମିତା ମଣ୍ଡଳ ୬.୨୭ମି. ସହ ସ୍ପର୍ଶ, ଉତ୍ତରପ୍ରଦେଶର ସାଇକି
ସିଂହ ୬.୧୪ମି. ସହ ରୌପ୍ୟ ଏବଂ ତାମିଲନାଡୁର ଫେରିନ ୬.୧୬ମି. ସହ ବ୍ରୋଞ୍ଜ ନିତିଛନ୍ତି।
ସନ୍ପୁଟରେ ତଳିକରପାଲଙ୍କୁ ପଛରେ ପକାଇଲେ ସମରଦୀପ: ପୁରୁଷ ସଟପୁଟ୍ରେ ମଧ୍ୟପ୍ରଦେଶର
ସମରଦୀପ ଗିଲ୍ ଅପ୍ରତିବୃଦ୍ୱା ସାବ୍ୟସ୍ତ ହୋଇଛନ୍ତି। ସେ ୧୯.୮୨ମି. ଥୋ କରି ସ୍ପର୍ଶ ଜିତିଥିଲେ। ଷ୍ଟାର୍ ଆଥଲେଟ ପଞ୍ଜାବର ତଳିଦରପାଇ ଟୁର ୧୯.୪୧ମି. ସହ ରୌପ୍ୟ ଓ ଉତ୍ତରାଖଣ୍ଡର ଅନିକେତ ୧୮.୦୯ମି, ସହ ବ୍ରୋଞ୍ଜ ହାସଲ କରିଛନ୍ତି ।
ମହିଳା ୮୦୦ମିଟର: ହରିଆନାର ପୂଜା ୨:୦୨.୨୭ ସେକେଣ୍ଡ ସହ ବର୍ଣ, ମଣିପୁରର ଏଚ୍. ଦେବୀ ୨:୦୪.୪୪ ସେକେଣ୍ଡ ସହ ରୌପ୍ୟ ଏବଂ ଛତିଶଗଡ଼ର ଟି.ଏସ୍. ଆନା ୨:୦୪.୫୬ ସେକେଣ୍ଡ ସହ ବ୍ରୋଞ୍ଜ ଜିତିଛନ୍ତି । ଓଡ଼ିଶାର ଲକ୍ଷ୍ମୀପ୍ରିୟା କିଷନ ୨:୦୯.୩୭ ସେକେଶ ଗଇମିଂ ସହ ପଞ୍ଚମ ସ୍ଥାନରେ ସତ୍କୃଷ୍ଟ ହୋଇଥିଲେ ।
ମହିଳା ଜାଭେଲିନ: ଉତ୍ତରପ୍ରଦେଶର ଅନୁ ରାଣୀଙ୍କୁ ଆଧୁପତ୍ୟ ଦେଖୁବାକୁ ମିଳିଥିଲା। ସେ ୬୧.୦୫ମି. ସହ ସ୍ପର୍ଶ ଜିତିଥିବାବେଳେ ହରିଆନାର ଦୀପିକା ୫୭.୧୯ମି. ସହ ରୌପ୍ୟ ଓ କର୍ଣାଟକର କରିଷ୍କା ସାମିଜ ୫୧.୩୦ମି. ସହ ବ୍ରୋଞ୍ଜ ଜିତିଛନ୍ତି।