Education

ଅବହେଳିତ ଅବସ୍ଥା ରେ ନନ୍ଦପୁର ଐତିହ୍ୟ ଗଣେଶ ମନ୍ଦିର

ଅବହେଳିତ ଅବସ୍ଥାରେ ନନ୍ଦପୁର ଐତିହ୍ୟ ଗଣେଶ ମନ୍ଦିର

ନନ୍ଦପୁର, 24/8

ଗଣେଶପୂଜା ପାଇଁ ଗାଁ ଗହଳିର ପୂଜା ମଣ୍ଡପରେ ପ୍ରସ୍ତୁତି ସରିଥିବା ବେଳେ ନନ୍ଦପୁର ବ୍ଲକ୍ ସଦର ମହକୁମାର ଐତିହାସିକ ଗଣେଶ ମନ୍ଦିର ଅବହେଳିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ପୁରୀ ଗଜପତି ରାଜାଙ୍କ କାଞ୍ଚି ଅଭିଯାନର ବିଜୟ ସୂଚକ ଏହି ଐତିହ୍ୟ ମନ୍ଦିରର ଦେଖାରଖା ପ୍ରତି କାହାରି ନଜର ପଡୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦେବୋତ୍ତର ବିଭାଗ ଅଧୀନ ଏହି ମନ୍ଦିର ରାସ୍ତା ଦୁରବସ୍ଥାରେ ରହିଛି। ଏଯାଏ ମନ୍ଦିରରେ ରଙ୍ଗ ମଧ୍ୟ ଲଗାଯାଇ ନାହିଁ। ଗଣେଶ ପୂଜାରେ ଦର୍ଶନ ପାଇଁ ଭକ୍ତଙ୍କ ଜ୍ଞା ଭିଡ଼ ହେବ। କିନ୍ତୁ ଦେବୋତ୍ତର ବିଭାଗ

ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ଓ ସ୍ଥାନୀୟ ପ୍ରଶାସନ ଏହି ମନ୍ଦିରକୁ ଦୃଷ୍ଟିଦେଉ ନ ଥିବା ନନ୍ଦପୁର ଆସୁଥିବା ପର୍ଯ୍ୟଟକ, ମାଳିଗୁଡ଼ା, ସାରିଆପୁଟ ଓ କଉଡ଼ିଖାଲ ଗ୍ରାମବାସୀ କହିଛନ୍ତି । ପୁରୀ ଗଜପତି ରାଜା କାଞ୍ଚି ଅଭିଯାନରୁ ଫେରିବା ବାଟରେ ନନ୍ଦପୁରରେ ରହିଥିଲେ। କାଞ୍ଚି ଅଭିଯାନରେ ସହଯୋଗ କରିଥିବା ବିଜୟ ଚନ୍ଦ୍ରାକ୍ଷଙ୍କୁ ନନ୍ଦପୁର ରାଜା ଭାବେ ଅଭିଷିକ୍ତ କରାଇ କାଞ୍ଚିରୁ ବିଜୟ ସୂଚକ ଚିହ୍ନ ଭାବେ

ରାଜାଙ୍କ ଦ୍ବାରା ସ୍ଥାପିତ ଐତିହାସିକ ଗଣେଶ ମୂର୍ତ୍ତି ।

ଆଣିଥିବା ଗଣେଶ ମୂର୍ତିର ଅବିକଳ ପଥର ଖୋଦେଇ ମୂର୍ତ୍ତି ରାଜାଙ୍କ ପଥର କାରିଗର ଦ୍ବାରା ନିର୍ମାଣ କରି ନନ୍ଦପୁରରେ ସ୍ଥାପନ କରିଥିଲେ । ମୂଳ ମୂର୍ତିଟିକୁ ନେଇ ପୁରୀ ମନ୍ଦିରର ସମ୍ମୁଖ ଦ୍ବାରରେ ସ୍ଥାପନ କରିଥିଲେ । ନନ୍ଦପୁର ଗଣେଶ ମନ୍ଦିରରେ ସ୍ଥାପିତ ଗଣେଶ ମୂର୍ତି ଗୋଟିଏ ପଥରରେ ଗଢ଼ା ୮ ଫୁଟ ଉଚ୍ଚତା ବିଶିଷ୍ଟ। ନନ୍ଦପୁରର ଐଶାନ୍ୟ କୋଣରେ ସ୍ଥାପିତ ଏହି ମନ୍ଦିର ଓ ବିଗ୍ରହ ପ୍ରତି ଲୋକଙ୍କ ଆସ୍ଥା ରହିଛି। ଏହି ମନ୍ଦିର ପ୍ରତି ନନ୍ଦପୁର ପଞ୍ଚାୟତ ଓ ବ୍ଲକ୍, କୋରାପୁଟ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟିଦେବାକୁ ଦାବି ହୋଇଛି। ମନ୍ଦିର ଯିବାକୁ ପକ୍କା ରାସ୍ତା ନିର୍ମାଣ ସହ ଐତିହ୍ୟ ମନ୍ଦିରର ବିକାଶ ପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button