ଦୁର୍ନୀତି ଅଭିଯୋଗ ରେ ଦୁଇ ଅଧିକାର ବହିଷ୍କୃତ
ଦୁର୍ନୀତି ଅଭିଯୋଗରେ ୨ ଅଧୂକାରୀ ବହିଷ୍କୃତ
ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ନୀଳଗିରି,24/8: ମାଟି ତଳେ ଚାଲିଥିବା ଦୁର୍ନୀତି ଅଭିଯୋଗରେ ୨ ଅଧିକାରୀ ବହିଷ୍କୃତ ହୋଇଛନ୍ତି। ଏହି ଘଟଣାରେ ବିଭାଗୀୟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତକୁ ସ୍ବଛ ପାନୀୟ ଜଳ ଯୋଗାଣ ଉଦେଶ୍ୟରେ ଅଯୋଧ୍ୟାଠାରେ ଏକ ମେଗା ପ୍ରକଳ୍ପ ନିର୍ମାଣ ହୋଇଛି। ୧୭୨ କୋଟି ବିନିଯୋଗରେ ହୋଇଥିବା ଏହି ପ୍ରକଳ୍ପ ଜରିଆରେ ସୋନ ନଦୀରୁ ପାଣି ଉଠାଯାଇ ପ୍ରତି ପଞ୍ଚାୟତକୁ ଯୋଗାଇବା ଲକ୍ଷ୍ୟ ରହିଛି। ସମ୍ପ୍ରତି ନୀଳଗିରି ବ୍ଲକରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ୨୦ଟି ପଞ୍ଚାୟତକୁ ଏହି ପାଣି ଯୋଗାଣ ନିମନ୍ତେ ପାଇପ ବିଛାଣି ଚାଲିଛି। ଆଜି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଁ ତଥା ଧୋବଶିଳା ପଞ୍ଚାୟତ ଅଧୀନ ଗୋପୀନାଥପୁରରେ ଜୁବେରୀ ନାମକ ଠିକାଦାରୀ ସଂସ୍ଥା ଏହି ପାଇପ ବିଛାଣି
କରୁଥିଲା । ମାଟି ତଳେ ୩ ଫୁଟ ଗଭୀର କରାଯାଇ ପାଇପ ପୋତିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ସମ୍ପୃକ୍ତ ଠିକାଦାରୀ ସଂସ୍ଥା ମାତ୍ର ୧ ଫୁଟ୍ରୁ କମ ମାଟି ତାଡ଼ି ପାଇପ ବିଛାଉଥିଲା।
ସାଂସଦ ପ୍ରତାପ ଉକ୍ତ ସ୍ଥଳ ପରିଦର୍ଶନ କରିବା ସହ ଏଠାରେ ଦୁର୍ନୀତି ହୋଇଥିବା ଜାଣି ଠିକାଦାରୀ ସଂସ୍ଥାର ଭାଇସ ପ୍ରେସିଡେଣ୍ଟ ଆରପି ସିଂ ଏବଂ
ଆରଡବ୍ଲ୍ୟୁଏସଏସର କନିଷ୍ଠ ଯନ୍ତ୍ରୀ ଶୁଭଲକ୍ଷ୍ମୀ ମହନ୍ତଙ୍କୁ ଡକାଇ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେପଟେ ଏଭଳି ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିଭାଗୀୟ ସହକାରୀ ମୁଖ୍ୟଯନ୍ତ୍ରୀ ସମୀର ଦେ ତୁରନ୍ତ ପାଇପ ସବୁ ଉଠାଇ ପୁନଃ ଗାତ ଖୋଳି ବିଛାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନିୟମିତତା ଘଟଣାରେ ଜୁବେରା ଠିକାଦାରୀ ସଂସ୍ଥାର ସମ୍ପୃକ୍ତ
ଭାଇସ ପ୍ରେସିଡେଣ୍ଟ ଆରପି ସିଂ ଏବଂ ଯନ୍ତ୍ରୀ ହରେକୃଷ୍ଣ ଦଳେଇଙ୍କୁ ବହିଷ୍କାର କରାଯିବା ସହ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଶୁଭଲକ୍ଷ୍ମୀ ମହନ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ଅନିୟମିତତାରେ ଯିଏ ସମ୍ପୃକ୍ତି ଥିବା କାର୍ଯ୍ୟାନୁଷ୍ଠାନ ନିଆଯିବ; ଏହାର ତଦନ୍ତ ଆରମ୍ଭ ହୋଇଛି ବୋଲି ସହକାରୀ ମୁଖ୍ୟଯନ୍ତ୍ରୀ ଶ୍ରୀ ଦେ ଜଣାଇଛନ୍ତି।