DistrictNawarangpurOdisha

ଚଳନ୍ତା ବସ ରୁ ବାହାରିଲା ଚକା, ଅଳ୍ପକେ ବର୍ତ୍ତିଲେ ବସରେ ଥିବା ଯାତ୍ରୀ

ନବରଙ୍ଗପୁର, ୨୩/୦୮:ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା-ଧାମଣାଗୁଡ଼ା ମଧ୍ୟରେ ଥିବା ପୋଲ ନିକଟରେ ଯାତ୍ରୀବାହୀ ବସ ରୁ ହଠାତ୍ ଚକା ବାହାରି ପଡ଼ିବାରୁ ବସ ଭାରସାମ୍ୟ ହରାଇଥିଲା। କିନ୍ତୁ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବସ ଅଳ୍ପକେ ବର୍ତ୍ତିଯାଇଥିଲା ବସ ରେ ଥିବା ଯାତ୍ରୀ ମାନେ ।

ଏହି ଘଟଣା ଶନିବାର ଅପରାହ୍ନ 5 ଘଣ୍ଟା ସମୟରେ ଘଟିଥିଲା। ସୂଚନପ୍ରକାରେ ଉମରକୋଟରୁ ଜୟପୁର ଅଭିମୁଖେ ଯାଉଥିବା ଏସ ବି ଏମ ଏସ ନାମକ ଏକ ଘରୋଇ ବସ୍ ଜୟପୁର ଅଭିମୁଖେ ଯିବା ସମୟରେ ଅପରାହ୍ନ ପ୍ରାୟ ୫ ଘଣ୍ଟ ୧୦ ମିନିଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା-ଧାମଣାଗୁଡ଼ା ମଧ୍ୟରେ ଥିବା ଏକ ପୋଲ ନିକଟରେ ହଠାତ୍ ବସର ଏକ ଚକା ବାହାରି ପଡ଼ିଥିଲା।

ଏବଂ ଡ୍ରାଇଭର ପୋଲ ନିକଟରେ ବସ କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିଲେ ଏବଂ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ।ବର୍ତ୍ତମାନ ପ୍ରଶ୍ନ ଉଠୁଛି ଘୋରଇ ବସର ଫିଟ୍ନେସ୍ ଅଛି କି ନାହିଁ ତାହା ତଦନ୍ତ ସାପେକ୍ଷ ଥିବା ବେଳେ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବସ୍ ଗନ୍ତବ୍ୟସ୍ଥଳରୁ ବାହାରିବା ପୂର୍ବରୁ ସଠିକ୍ ଅନୁଧ୍ୟାନ କରି ବାହାରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button