ୟୁରିଆ ସାର ନମିଳିବାରୁ ହଜାର ହଜାର ଚାଷୀଙ୍କ ରାସ୍ତା ଅବରୋଧ

ମାଲକାନଗିରି,୨୩/୮: ୟୁରିଆ ସାର ନ ମିଳିବା ଯୋଗୁଁ ମାଥିଲି ବ୍ଲକ୍ ର ଚାଷୀମାନେ ଆଜି ଏକତ୍ରିତ ହୋଇ ୩୨୬ ନଂ ଜାତିୟ ରାଜପଥ ଅବରୋଧ କରିଥିଲେ। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଷୀମାନେ ରାସ୍ତା ଅବରୋଧ କରିବା ଫଳରେ ଶହ ଶହ ଯାନବାହନ ଅଟକି ରହିଥିଲା।
ଘଟଣା ସ୍ଥଳରେ ପୋଲିସ, ତହସିଲଦାର ଓ ବିଡ଼ିଓ ଆସି ଚାଷୀମାନଙ୍କୁ ବୁଝାସୁଝା କଲା ପରେ ସନ୍ଧ୍ୟାରେ ୫ ଘଟିକା ସମୟରେ ଚାଷୀମାନେ ଅବରୋଧ ହଟାଇ ଥିଲେ। ବର୍ତ୍ତମାନ ଚାଷ କାର୍ଯ୍ୟ ସମପ୍ତ ହୋଇଥିଲା ବେଳେ ମାଥିଲି ଲ୍ୟାମ୍ପରେ ୟୁରିଆ ସାର କ୍ରୟ ଲାଗି ପ୍ରତିଦିନ ଚାଷୀମାନେ ଲ୍ୟାମ୍ପରୁ ୟୁରିଆ ସାର ମିଳିବ ବୋଲି ଧାଇଁ ଧାଇଁ ନିରାଶ ହୋଇ ଦିନ ପରେ ଦିନ ଗଡି ଚାଲିଥିବା ବେଳେ ୟୁରିଆ ମିଳିବା କଷ୍ଟ ସାଧ୍ୟ ହୋଇ ପଡ଼ିଛି। ଏଣେ ଜମିରେ ଧାନ ଗଛ ସବୁ ସାର୍ ଅଭାବରୁ ଶୁଖିଲା ଦେଖା ଯାଉଛି। ଧନ ଗଛ ବଢିବା ପାଇଁ ପ୍ରଥମେ ୟୁରିଆ ସାର ଆବଶ୍ୟକ ରହିଛି। ଅନ୍ୟ ପକ୍ଷରେ ଲ୍ୟାମ୍ପ
ସହିତ ସାର୍ ଦଲାଲଙ୍କ ଭିତିରିଆ ମଧୁ ଚନ୍ଦ୍ରିକା ଥିବା ବେଳେ
ବାହାରେ କଳା ବଜାର ବୃଦ୍ଧି ପାଇଛି। ଯେଉଁ ୟୁରିଆ ୫୦ କେଜି ବସ୍ତାର ଦର ୨୭୦ ଟଙ୍କା ହେବା କଥା ତାହା ବହାରେ ବସ୍ତା ପିଛା ୭୦୦ ଟଙ୍କାରୁ ଅଧିକା ଦରେ ବିକ୍ରୟ ହେଉଛି।ଏ ସମ୍ପର୍କରେ ମୁଖ୍ଯ ଜିଲ୍ଲା କୃଷି ଅଧିକାରୀ ଜାଣିଶୁଣି ଚୁପ୍ ରହୁଥିବା
ବେଳେ ୟୁରିଆ କଳାବଜାରୀ ରୋକିବା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଗଣ ମାଧ୍ୟମରେ ୟୁରିଆ ସାରର କଳା ବିଜୟୀ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥାଣୁ ପାଲଟି ବସିଛି। ଅନ୍ଯ ପକ୍ଷରେ ମାଲକାନଗିରି ଜିଲ୍ଲା ପାଇଁ ୧୦ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ଯୋଗାଣ ର ଟାର୍ଗେଟ ସରି ଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ ରଂଜନ ମାହାଲିକ ମଧ୍ୟ ସଫେଇ ଦେଇଛନ୍ତି। ଅନ୍ୟ ପକ୍ଷରେ
ଚାଷୀମାନ ୟୁରିଆ ନ ମିଳିବା ଯୋଗୁଁ ପ୍ରାୟ ଚାରି ହଜାର ରୁ
ଊର୍ଦ୍ଧ୍ବ ଚାଷୀ ଜାତୀୟ ରାଜପଥ ଅବରୋଧ କରି ବସିଥିଲେ।
ଆଗାମୀ ଦିନରେ ଚାଷୀ ପିଛା ଗୋଟିଏ ବସ୍ତା ୟୁରିଆ ସାର ଯୋଗାଇ ଦେବାକୁ ଲ୍ୟାମ୍ପ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ
ସନ୍ଧ୍ୟା,୫ ଘଟିକା ସମୟରେ ପଥ ଅବରୋଧ ହଟିଥିଲା।
ତେବେ ୟୁରିଆ ସାରର ଉତ୍କଟ କଳାବଜାରୀ ସହିତ ସାର କୃତ୍ରିମ ଅଭାବ ଏବେ ଚାଷୀମାନଙ୍କ ପାଇଁ ମୁଣ୍ଡ ବ୍ୟଥା କାରଣ ହୋଇ ପଡ଼ିଛି। ମାଲକାନଗିରି ଜିଲ୍ଲାରେ ଥିବା ୭ ଟି ବ୍ଲକରେ
ୟୁରିଆ ସାର୍ ନ ମିଳୁବା ଯୋଗୁଁ ଚାଷୀ ମନରେ ତୀବ୍ର ଅଶାନ୍ତି ଦେଖା ଦେଇଛି। ଆଗାମୀ ଦିନରେ ବଡଧରଣ ଚାଷୀ ମେଳି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର ଯୋଜନା ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।