BusinessEducation

ରାମନାଗୁଡ଼ା ବ୍ଲକ୍ ପାଲୁପାଇ ହାଟ ମଣ୍ଡପ ଠାରେ କଳାକାର ସମ୍ମିଳନୀ ବୈଠକ ଅନୁଷ୍ଠିତ

ରାୟଗଡା, ୨୩/୦୮:-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ପାଲୁପାଇ ହାଟ ମଣ୍ଡପ ଠାରେ ଜିଲ୍ଲା କଳାକାର ମହସଂଘ ରାୟଗଡ଼ା ପକ୍ଷରୁ କଳାକାର ସମ୍ମିଳନୀ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ଲୋକକଳା କଳାକାର ଚିହ୍ନଟ ପ୍ରକ୍ରିୟା ସହ ଆଞ୍ଚଳିକ ଭାଷା ଲୋକକଳା ସଂସ୍କୃତି ର ପ୍ରଚାର ପ୍ରସାର ପୁନରୁଦ୍ଧାର ଏବଂ କଳାକାର ଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା ।

ଗତ ସରକାର ଥିବା ସମୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ଭତ୍ତା ପାଇଁ ଆବେଦନ କରିବାକୁ ଚିଠି ହୋଇଥଲା ଏଵଂ ସେହି ସମୟରେ ଅନେକ କଳାକାର ଆବେଦନ ମଧ୍ଯ କରିଥିଲେ କିନ୍ତୁ ବର୍ତମାନ ନୂତନ ସରକାର ହୋଇ ଏକ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଧା ଏ ପର୍ୟ୍ୟନ୍ତ ଏଇ ପ୍ରକ୍ରିୟା ଆରମ୍ଭ ହେଇ ନ ଥିବାରୁ ଏହାକୁ ନେଇ ଆଗାମୀ ଦିନରେ ଏହାକୁ ନେଇ ମହା ସଂଘ ପକ୍ଷରୁ ଦାବୀ ରଖାଯିବ ବୋଲି ନିଷ୍ପତି ନିଆ ଯାଇଥିଲା। ଏହା ସହ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର୍ ପ୍ରସାର ପାଇଁ କଳାକାର ଙ୍କ ନିଜସ୍ଵ ଉଦ୍ୟମରେ ଜିଲ୍ଲା କଳାକାର ମହସଂଘ ରାୟଗଡ଼ା ଆନୁକୁଲ୍ୟରେ ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ରାମନାଗୁଡ଼ା କଳାକାର ମହୋତ୍ସବ ଆୟୋଜନ କରିବା ପାଇଁ ନିଷ୍ପତି ନିଆଗଲା ।

ଏହି ସମ୍ମିଳନୀ ବୈଠକ ରେ ଜଣାଶୁଣା କଳାକାର ତଥା ଜିଲ୍ଲା କଳାକାର ମହାସଂଘ ରାୟଗଡ଼ା ଜିଲ୍ଲା ସଭାପତି ସନ୍ତୋଷ କୁମାର ବଛା, ରାମନାଗୁଡ଼ା ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କୁଜେନ୍ଦ୍ରି ସରପଞ୍ଚ ରମେଶ ଶବର , ରାମନାଗୁଡ଼ା ବ୍ଲକ୍ ଜିଲ୍ଲା
କଳାକାର ମହାସଂଘ ସଭାପତି କୃଷ୍ଣଚନ୍ଦ୍ର ଶବର ଏବଂ ସମ୍ପାଦକ ଧର୍ମାରାଓ ମୁଟିକା ,ବରିଷ୍ଟ କଳାକାର ବେପାଇ କଣ୍ଡାଗରି ,ଧନୁଞ୍ଜୟ କୌବତ, ସୁନିଲ୍ ସେଠି , ଲକ୍ଷ୍ମଣ ଶବର, ଶ୍ରୀଧର କାଡ୍ରାକା, ଭାଗିରଥି ଶବର , ପଦ୍ମାବତୀ ପାତିକା, ନୀଳକଣ୍ଠ ବିଡ଼ିକା ସୁକଦେବ ମାଣ୍ଡାଙ୍ଗି ଏଵଂ ଦୁଇ ଶହରୁ ଉର୍ଦ୍ଧ୍ବ ସ୍ଥାନୀୟ ଲୋକକଳା କଳାକାର ଉପସ୍ଥିତ ରହିଥିଲେ।

Dhabaleswar Patri (Block Reporter) Ramanaguda

Related Articles

Leave a Reply

Your email address will not be published. Required fields are marked *

Back to top button